OR/Prabhupada 1036 - ସାତଟି ଗ୍ରହ ପ୍ରଣାଳୀ ଆମ ଉପରେ ଅଛି ଏବଂ ସାତଟି ଗ୍ରହ ପ୍ରଣାଳୀ ତଳେ ମଧ୍ୟ ଅଛି: Difference between revisions

 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 1: Line 1:
<!-- BEGIN CATEGORY LIST -->
<!-- BEGIN CATEGORY LIST -->
[[Category:1080 Oriya Pages with Videos]]
[[Category:1080 Oriya Pages with Videos]]
[[Category:French Pages - 207 Live Videos]]
[[Category:Oriya Pages - 207 Live Videos]]
[[Category:Prabhupada 1036 - in all Languages]]
[[Category:Prabhupada 1036 - in all Languages]]
[[Category:OR-Quotes - 1972]]
[[Category:OR-Quotes - 1972]]
[[Category:OR-Quotes - Lectures, Srimad-Bhagavatam]]
[[Category:OR-Quotes - Lectures, Srimad-Bhagavatam]]
[[Category:OR-Quotes - in Australia]]
[[Category:OR-Quotes - in Australia]]
[[Category:French Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 1035 - ହରେକୃଷ୍ଣ ଜପ ଦ୍ଵାରା ନିଜ ଅସ୍ଥିତ୍ଵର ବାସ୍ତବତାକୁ ବୁଝ|1035|OR/Prabhupada 1041 - କେବଳ ଲକ୍ଷଣାତ୍ମକ ଉପଚାର ଦ୍ଵାରା ତୁମେ ମନୁଷ୍ୟକୁ ସୁସ୍ଥ କରି ପାରିବ ନାହିଁ|1041}}
{{1080 videos navigation - All Languages|Oriya|OR/Prabhupada 1035 - ହରେକୃଷ୍ଣ ଜପ ଦ୍ଵାରା ନିଜ ଅସ୍ଥିତ୍ଵର ବାସ୍ତବତାକୁ ବୁଝ|1035|OR/Prabhupada 1037 - ଏଇ ଭୌତିକ ଜଗତରେ ଆମେ ପାଉ ପ୍ରାୟ ସମସ୍ତେ ଭଗବାନଙ୍କୁ ଭୁଲି ଯାଇଛନ୍ତି|1037}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 19: Line 19:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|CbtiOmF2KeY|ସାତଟି ଗ୍ରହ ପ୍ରଣାଳୀ ଆମ ଉପରେ ଅଛି ଏବଂ ସାତଟି ଗ୍ରହ ପ୍ରଣାଳୀ ତଳେ ମଧ୍ୟ ଅଛି <br/>- Prabhupāda 1036}}
{{youtube_right|Us7i2baSppk|ସାତଟି ଗ୍ରହ ପ୍ରଣାଳୀ ଆମ ଉପରେ ଅଛି ଏବଂ ସାତଟି ଗ୍ରହ ପ୍ରଣାଳୀ ତଳେ ମଧ୍ୟ ଅଛି <br/>- Prabhupāda 1036}}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:50, 1 October 2020



720403 - Lecture SB 01.02.05 - Melbourne

ଶ୍ୟାମସୁନ୍ଦର: ସାତ ଗ୍ରହ ପ୍ରଣାଳୀ, ସେଗୁଡ଼ିକ ସାତୋଟି ରଙ୍ଗ ଏବଂ ଯୋଗୀମନଙ୍କର ସାତୋଟି ସିଦ୍ଧାନ୍ତର ଅନୁରୂପ କି?

ପ୍ରଭୁପାଦ: ନା । ସାତଟି ଗ୍ରହ ପ୍ରଣାଳୀ ଆମ ଉପରେ ଅଛି ଏବଂ ସାତଟି ଗ୍ରହ ପ୍ରଣାଳୀ ତଳେ ମଧ୍ୟ ଅଛି । ସେଥିପାଇଁ ଏହି ବ୍ରହ୍ମାଣ୍ଡକୁ ଚତୁର୍ଦ୍ଦଶ-ଭୁବନ କୁହାଯାଏ: "ଚଉଦଟି ଗ୍ରହ ପ୍ରଣାଳୀ ।" ଏହାକୁ ଭୁର୍ଲୋକ କୁହାଯାଏ । ଏହା ଉପରେ, ଭୁବର୍ଲୋକ ଅଛି । ତାହା ଉପରେ, ଜନଲୋକ ଅଛି । ତାହା ଉପରେ, ମହରଲୋକ ଅଛି । ତାହା ଉପରେ, ସତ୍ୟ ଲୋକ ଅଛି । ତାହା ଉପରେ ବ୍ରହ୍ମଲୋକ ଅଛି, ସର୍ବୋଚ୍ଚ ଗ୍ରହ ପ୍ରଣାଳୀ । ସେହିପରି, ତଳେ ମଧ୍ୟ, ତଳ, ଅତଳ, ତଳାତଳ, ବିତଳ, ପାତାଳ, ରସାତଳ ଅଛି । ବୈଦିକ ସାହିତ୍ୟରୁ ଆମେ ଏହି ସୂଚନା ପାଉ, ଚଉଦ ଲୋକ । ପ୍ରତ୍ୟେକ ବ୍ରହ୍ମାଣ୍ଡ ଏହି ଚଉଦ ଗ୍ରହ ପ୍ରଣାଳୀକୁ ନେଇ ଗଠିତ, ଏବଂ ଅସଂଖ୍ୟ ବ୍ରହ୍ମାଣ୍ଡ ଅଛନ୍ତି । ତେବେ ସେହି ସୂଚନା ଆମେ ବ୍ରହ୍ମସଂହିତାରୁ ପାଉ । ଯସ୍ୟ ପ୍ରଭା ପ୍ରଭବତୋ ଜଗଦ ଅଣ୍ଡ କୋଟି (BS 5.40) । ଜଗଦ ଅଣ୍ଡ କୋଟି । ଜଗଦ ଅଣ୍ତ ଅର୍ଥାତ୍ ଏହି ବ୍ରହ୍ମାଣ୍ଡ ଏକ ବୃହତ, ମୋର କହିବାର ଅର୍ଥ ହେଲା, ବଡ଼ । ଯେପରି ଅଣ୍ଡା । ସବୁକିଛି, ସମସ୍ତ ଗ୍ରହ ଅଣ୍ଡା ପରି । ଏହି ବ୍ରହ୍ମାଣ୍ଡ, ମଧ୍ୟ ଏକ ଅଣ୍ଡା ପରି । ତେବେ ଅନେକ ଅନେକ, ଅନେକ ଲକ୍ଷ ଜଗଦ ଅଣ୍ଡ ଅଛନ୍ତି । ଏବଂ ପ୍ରତ୍ୟେକ ଜଗଦ ଅଣ୍ଡରେ, କୋଟିଷୁ ବସୁଧାଦି ବିଭୂତି ଭିନ୍ନଂ, ଅସଂଖ୍ୟ ଗ୍ରହ ମଧ୍ୟ ଅଛନ୍ତି । ତେବେ ଏହି ସୂଚନାଗୁଡ଼ିକ ଆମେ ବୈଦିକ ସାହିତ୍ୟରୁ ପାଉ । ଯଦି ତୁମେ ଚାହଁ, ତୁମେ ସ୍ଵୀକାର କରି ପାରିବ । ଯଦି ତୁମେ ଚାହଁ ନାହିଁ, ତୁମେ ଅସ୍ଵୀକାର କରି ପାରିବ । ତାହା ତୁମ ଉପରେ ଅଛି ।