OR/Prabhupada 1047 - ସେ ମିଥ୍ୟା କର୍ତ୍ତବ୍ୟକୁ ଗ୍ରହଣ କରିଛି ଏବଂ କଠିନ ପରିଶ୍ରମ କରୁଛି, ସେଥିପାଇଁ ସେ ଏକ ଗଧ

Revision as of 03:43, 21 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:French Pages - 207 Live Videos Category:Prabhupada 1047 - in all Languages Category:O...")
(diff) ← Older revision | Latest revision (diff) | Newer revision → (diff)


750712 - Lecture SB 06.01.26-27 - Philadelphia

ତେଣୁ ଆମକୁ ସ୍ଥିର କରିବାକୁ ହେବ, ଏହି ମନୁଷ୍ୟ ଜୀବନ । କିନ୍ତୁ ଯଦି ତୁମେ ପାଖରେ ସୂଚନା ନାହିଁ ଯେ "ପରବର୍ତ୍ତୀ ଜୀବନରେ ମୁଁ କେଉଁ ପ୍ରକାରର ଶରୀର ପାଇବି," ଯଦି ତୁମେ ବିଶ୍ଵାସ କର ନାହିଁ... ତୁମେ ବିଶ୍ଵାସ କର, କି ନ କର, ଏହା କିଛି ଫରକ ପଡେ ନାହିଁ । ଯଦି ତୁମେ କୁହ, "ପରବର୍ତ୍ତୀ ଜୀବନରେ ମୋର ବିଶ୍ଵାସ ନାହିଁ, "ତୁମେ ସେପରି କହିପାରିବ ନାହିଁ, କିନ୍ତୁ ପ୍ରକୃତିର ନିୟମ କାର୍ଯ୍ୟ କରିବ । କର୍ମାନା ଦୈବ-ନେତ୍ରାଣା (SB 3.31.1) । ଯେପରି ତୁମେ ତା ନିର୍ଦ୍ଦେଶରେ ଚାଲୁଛ, ତୁମେ ତୁମର ପରବର୍ତ୍ତୀ ଶରୀର ତିଆରି କରୁଛ । ତେଣୁ ମୃତ୍ୟୁପରେ- ମୃତ୍ୟୁପରେ ମାନେ ଯେତେବେଳେ ତୁମର ଏହି ଶରୀର ନଷ୍ଟ ହୋଇଯିବ- ତେବେ ସଙ୍ଗେ ସଙ୍ଗେ ତୁମକୁ ଅନ୍ୟ ଏକ ଶରୀର ମିଳିଯିବ, କାରଣ ତୁମେ ପୂର୍ବରୁ ହିଁ ତିଆରି କରିଛ, କି କେଉଁ ପ୍ରକାରର ଶରୀର ତୁମକୁ ମିଳିବ ।

ତେଣୁ ଏହି ବ୍ୟକ୍ତି, ଅଜମିଳା, ସେ ଅତି ଭଲଭାବରେ ତାଙ୍କ ପୁତ୍ରର ଯତ୍ନ ନେବାରେ ନିଯୁକ୍ତ ଥିଲେ, ଏବଂ ଧ୍ୟାନ ପୁରା ମଗ୍ନଥିଲା ତାଙ୍କ ପୁତ୍ର ଉପରେ... (କେହି ଜଣେ ସମାଲୋଚନା କରୁଛି) (ଆର ପାଖରେ) ବାଧା ଦିଅ ନାହିଁ । ସେଥିପାଇଁ ତାକୁ ମୂଢ଼ା କୁହାଯାଇଛି । ଏଠାରେ କୁହାଯାଇଛି, ଭୋଜାୟନ ପାୟୟନ ମୂଢ଼ାଃ । ଆମେ ଭୁଲି ଯାଉଛୁ ଯେ ସେ ଦିନ ଆସୁଛି । ତାହା ଆଗକୁ ଅଛି । ତାହାକୁ ମୃତ୍ୟୁ କୁହାଯାଏ । ତାହା ଆମେ ଭୁଲି ଯାଉଛୁ । ତାହା ହେଉଛି ଆମର ଅପୂର୍ଣ୍ଣତା । ତେଣୁ ଏହି ବ୍ୟକ୍ତି ଭୁଲିଯାଇଥିଲା ଯେ ସେ ବ୍ୟସ୍ତ ଥିଲା ସ୍ନେହି ପିତା ରୂପରେ କିମ୍ବା ସ୍ନେହି ପତି ରୂପରେ । ବା ଅନ୍ୟ କିଛି । ମୋର ଏତେ ସବୁ ସମ୍ପର୍କୀୟ ଅଛନ୍ତି । ଏକ ସ୍ନେହି ସାଙ୍ଗ କିମ୍ଵା ଏକ ଈର୍ଷାଳୁ ଶତୃ ରୂପରେ,ଆମର କିଛି ସମ୍ପର୍କ ଅଛି । ସମସ୍ତେ, ଏହି ଜଗତରେ, ଆମର କିଛି ସମ୍ପର୍କ, ଏହା ସ୍ନେହୀ ବା ଈର୍ଷା; ଏହା କିଛି ଫର୍କ ପଡେ ନାହିଁ । ତ ଏହିପରି ଭାବରେ ଆମେ ବଞ୍ଚିଛୁ, ଭୁଲିଯାଉଛୁ ଯେ ମୃତ୍ୟୁ ନିକଟରେ ଅଛି । ସେଥିପାଇଁ ଆମେ ମୂଢ଼ା ।

ମୂଢ଼ା ମାନେ ଦୁର୍ଜନ, ଗଧ, ଯିଏ ବାସ୍ତବିକ ସ୍ଵାର୍ଥକୁ ଜାଣିନାହିଁ । ଠିକ ଯେପରି ଏକ ଗଧ । ଗଧ... ମୂଢା ମାନେ ଗଧ । ଗଧ ନିଜର ବାସ୍ତବିକ ସ୍ଵାର୍ଥ ବିଷୟରେ ଜାଣିନାହିଁ । ଆମେ ତାହା ଦେଖିଛୁ ଯେ ଧୋବା ଗଧ ଉପରେ ତିନି ଟନ ଲୁଗା ଲଦିକି ନିଏ, ସେ ଯାଇପାରେ ନାହିଁ, ହେଲେ ମଧ୍ୟ ତାକୁ କରିବାକୁ ପଡେ । ଏବଂ ସେ ଜାଣିନାହିଁ ଯେ "ମୋ ଉପରେ ଅନେକ ଟନ ଓଜନର ଲୁଗା ଲଦାଯାଉଛି, ଏବଂ ତାହା ଦ୍ଵାରା ମୋତେ କ'ଣ ମିଳିବ? ଗୋଟିଏ ମଧ୍ୟ କପଡା ମୋର ନୁହେଁ ।" ତେଣୁ ଏହି ଗଧର କିଛି ବୁଦ୍ଧି ନାହିଁ । ଗଧ ମାନେ ତାର ବୁଦ୍ଧି ନାହିଁ । ସେ ଭାବୁଛି, "ଏହା ମୋର କର୍ତ୍ତବ୍ୟ ।" ଏତେ ଲୁଗା ବୋହିବା, ଏହା ମୋର କର୍ତ୍ତବ୍ୟ ।" କାହିଁକି ଏହା ମୋର କର୍ତ୍ତବ୍ୟ? "କାରଣ ଧୋବା କିଛି ଘାସ ଦିଏ ।" ତାର ଏତିକି ମଧ୍ୟ ବୁଦ୍ଧି ନାହିଁ ଯେ "ଘାସ ମୋତେ କେଉଁଠାରୁ ମଧ୍ୟ ମିଳିପାରିବ । କାହିଁକି ଏହି କର୍ତ୍ତବ୍ୟକୁ ମୁଁ ଗ୍ରହଣ କରିଛି?" ଏହା ହେଉଛି... ସମସ୍ତେ ନିଜ କର୍ତ୍ତବ୍ୟ ବିଷୟରେ ଚିନ୍ତିତ । କେହି ରାଜନୀତିଜ୍ଞ, କେହି ଗୃହସ୍ତ, କେହି ଆଉକିଛି ଅଛନ୍ତି । କିନ୍ତୁ କାହିଁକି ସେ ମିଥ୍ୟା କର୍ତ୍ତବ୍ୟକୁ ଗ୍ରହଣ କରିଛି, ଏବଂ ତା ପାଇଁ ତାକୁ ବହୁ ପରିଶ୍ରମ କରିବାକୁ ପଡୁଛି, ସେଥିପାଇଁ ସେ ଏକ ଗଧ । ସେ ତାର ପ୍ରକୃତ କର୍ତ୍ତବ୍ୟକୁ ଭୁଲି ଯାଉଛି । ପ୍ରକୃତ କାମ ହେଉଛି ମୃତ୍ୟୁ ଆସିବ । ଏହା ମୋତେ ଛାଡିବ ନାହିଁ । ସମସ୍ତେ କୁହନ୍ତି, "ମୃତ୍ୟୁ ପରି ନିଶ୍ଚିତ ।" ବର୍ତ୍ତମାନ, ମୃତ୍ୟୁ ପୂର୍ବରୁ ମୋତେ ଏହିପରି କାର୍ଯ୍ୟ କରିବାକୁ ହେବ ଯେପରି ମୋତେ ବୈକୁଣ୍ଠରେ ଏକ ସ୍ଥାନ ମିଳିବ, ବୃନ୍ଦାବନରେ । ଏବଂ ମୋର ଏକ ନିତ୍ୟ ଜୀବନ କୃଷ୍ଣଙ୍କ ସହିତ ମିଳିବ । ଏହା ହେଉଛି ଆମର ପ୍ରକୃତ କର୍ତ୍ତବ୍ୟ । କିନ୍ତୁ ତାହା ଆମେ ଜାଣି ନାହୁଁ । ନା ତେ ବିଦୁଃ ସ୍ଵାର୍ଥ-ଗତିମ୍ ହି ବିଷ୍ଣୁମ୍ (SB 7.5.31)।