OR/Prabhupada 1049 - ଗୁରୁ ଅର୍ଥ ଭଗବାନଙ୍କ ବିଶ୍ୱସ୍ତ ସେବକ । ତାହା ହେଉଛି ଗୁରୁ

Revision as of 07:07, 6 August 2021 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Oriya Pages - 207 Live Videos Category:Prabhupada 1049 - in all Languages Category:OR...")
(diff) ← Older revision | Latest revision (diff) | Newer revision → (diff)


750712 - Lecture SB 06.01.26-27 - Philadelphia

ଗୁରୁ ଅର୍ଥ ଭଗବାନଙ୍କ ବିଶ୍ୱସ୍ତ ସେବକ | ତାହା ହେଉଛି ଗୁରୁ ରାଜନେତା କିମ୍ବା, ଯାହାକୁ କୁହାଯାଏ, ନେତା, ଏବଂ ଅନ୍ଧ, ସେମାନେ ତୁମକୁ ପ୍ରତିଜ୍ଞା କରିବେ ଯେ “ତୁମେ ଏହିପରି ଖୁସି ହେବ | ତୁମେ ମୋତେ ଭୋଟ୍ ଦିଅ, ଏବଂ ମୁଁ ତୁମ ପାଇଁ ସ୍ୱର୍ଗ ଆଣିବି, ଏବଂ ମୋତେ ମନ୍ତ୍ରୀ ହେବାକୁ ଦିଅ | ତାହା ଅଟେ... ତୁମେ କେବଳ ଅପେକ୍ଷା କର, ଏବଂ ମୁଁ ମନ୍ତ୍ରୀ ଏବଂ ରାଷ୍ଟ୍ରପତି ହେବା ମାତ୍ରେ ମୁଁ ତୁମକୁ ଏହିପରି ଲାଭ ଦେବି। " ତେଣୁ ତୁମେ ଶ୍ରୀ ନିକ୍ସନ୍ ଚୟନ କର, ଏବଂ ପୁନର୍ବାର ତୁମେ ନିରାଶ ହୁଅ | ତା’ପରେ ଆମେ ଅନୁରୋଧ କରୁଛୁ, "ଶ୍ରୀ ନିକ୍ସନ୍, ତୁମେ ବାହାରକୁ ଯାଅ," ଏବଂ ଆମେ ଅନ୍ୟ ଜଣେ ମୂର୍ଖକୁ ଗ୍ରହଣ କରୁ | ଏହା ଚାଲିଛି | ଏହା ଚାଲିଛି... କିନ୍ତୁ ଶାସ୍ତ୍ର କୁହେ ଯେ ତୁମେ ସେପରି ସଠିକ୍ ସୂଚନା ପାଇବ ନାହିଁ | ଏହି ମୂର୍ଖ ଲୋକମାନେ, ସେମାନେ ତୁମକୁ କିଛି ପ୍ରତିଜ୍ଞା କରିବେ, ଏବଂ ସେ ତୁମକୁ ଖୁସି କରିବାକୁ ଅସମର୍ଥ | ତୁମେ ପୁଣି ନିରାଶ ହେବ, ପୁଣି ଦୁଃଖିତ ହେବ | ତେବେ କ’ଣ, କେଉଁଠାରୁ ମୁଁ ସଠିକ୍ ସୂଚନା ପାଇବି? ବେଦ କୁହନ୍ତି, ତଦ ବିଜ୍ଞାନାର୍ଥଂ ସ ଗୁରୁଂ ଏବ ଅଭିଗଚ୍ଛେତ (MU 1.2.12): ଯଦି ଆପଣ ସଠିକ୍ ସୂଚନା ଚାହୁଁଛନ୍ତି, ତେବେ ଗୁରୁଙ୍କ ନିକଟକୁ ଯାଆନ୍ତୁ। ଆଉ ଗୁରୁ କିଏ? ଯେ ଚୈତନ୍ୟ ମହାପ୍ରଭୂ ବ୍ୟାଖ୍ୟା କରିଛନ୍ତି ଯେ, ଆମାର ଆଜ୍ଞାୟ ଗୁରୁ ହଣା ତାର ଏଇ ଦେଶ (CC Madhya 7.128) | ସେ କୁହନ୍ତି, "ତୁମେ କେବଳ ମୋ ଆଦେଶରେ ହୁଅ " । ଗୁରୁ ଅର୍ଥାତ୍ ସିଏ ଯିଏ କୃଷ୍ଣଙ୍କ ଆଦେଶ ବହନ କରେ | ଚୈତନ୍ୟ ମହାପ୍ରଭୁ ହେଉଛନ୍ତି କୃଷ୍ଣ | କିମ୍ବା ଯିଏ କୃଷ୍ଣଙ୍କ ସେବକ, ସିଏ ହେଉଛନ୍ତି ଗୁରୁ | ଯଦି ସେ ପରମପୁରୁଷଙ୍କ ଆଦେଶ ନ ନିଅନ୍ତି ତେବେ କେହି ଗୁରୁ ହୋଇପାରିବେ ନାହିଁ। ତେଣୁ ତୁମେ ପାଇବ ... କାରଣ ଆମ ସମସ୍ତେ ଗଧ, ଆମେ ଜାଣୁ ନାହିଁ ଆମର ସ୍ୱାର୍ଥ କ’ଣ, ଏବଂ କେହି ଜଣେ ଆସନ୍ତି, "ମୁଁ ଗୁରୁ ଅଟେ" | "ତୁମେ କିପରି ଗୁରୁ ହୁଅ?" "ନା, ମୁଁ ଆତ୍ମ-ସଂପୂର୍ଣ୍ଣ ଅଟେ। ମୋର କୌଣସି ପୁସ୍ତକ ପଢିବା ଆବଶ୍ୟକ ନାହିଁ। ମୁଁ ଆପଣଙ୍କୁ ଆଶୀର୍ବାଦ କରିବାକୁ ଆସିଛି।" (ହସି) ଏବଂ ମୂର୍ଖ ଧୂର୍ତ୍ତବ୍ୟକ୍ତି, ସେମାନେ ଜାଣନ୍ତି ନାହିଁ, "ତୁମେ କିପରି ଗୁରୁ ହୋଇପାରିବ?" ଯଦି ସେ ଶାସ୍ତ୍ର କିମ୍ବା ସର୍ବୋଚ୍ଚ କର୍ତ୍ତୃପକ୍ଷ କୃଷ୍ଣଙ୍କୁ ଅନୁସରଣ କରନ୍ତି ନାହିଁ, ତେବେ ସେ କିପରି ହୋଇପାରିବେ? କିନ୍ତୁ ସେମାନେ ଗୁରୁ ଗ୍ରହଣ କରନ୍ତି |

ତେଣୁ ଏହି ପ୍ରକାର ଗୁରୁ ଚାଲିଛି | କିନ୍ତୁ ତୁମେ ଜାଣିବା ଉଚିତ୍, ଗୁରୁ ଅର୍ଥ ହେଉଛି ପରମପୁରୁଷ ଭଗବାନଙ୍କ ଆଦେଶ ଯିଏ ବହନ କରେ | ସିଏ ହେଉଛନ୍ତି ଗୁରୁ | ଯେକୌଣସି ଧୂର୍ତ୍ତ ଯିଏ କିଛି ଧାରଣା ପ୍ରସ୍ତୁତ କରେ ସେ ଗୁରୁ ନୁହଁନ୍ତି | ତୁରନ୍ତ ତାଙ୍କୁ ବାହାର କରିଦିଅ, ତୁରନ୍ତ, "ଏହା ଏକ ଧୂର୍ତ୍ତ । ଏହା ଗୁରୁ ନୁହେଁ।" ଗୁରୁ ଏଠାରେ ଅଛନ୍ତି, ଯେପରି ଚୈତନ୍ୟ ମହାପ୍ରଭୂ କୁହନ୍ତି, ଆମାର ଆଜ୍ଞାୟ ଗୁରୁ ହଣା (CC Madhya 7.128) | ଗୁରୁ ଅର୍ଥ ଭଗବାନଙ୍କ ବିଶ୍ୱସ୍ତ ସେବକ | ତାହା ହେଉଛି ଗୁରୁ | ତେଣୁ ତୁମକୁ ସର୍ବପ୍ରଥମେ ପରୀକ୍ଷା କରିବାକୁ ପଡିବ ଯେ "ତୁମେ ଭଗବାନଙ୍କ ବିଶ୍ୱସ୍ତ ସେବକ କି?" ଯଦି ସେ କହନ୍ତି, "ନା, ମୁଁ ଭଗବାନ", ଓଃ, ତୁରନ୍ତ ତାଙ୍କୁ ମୁହଁରେ ଲାତ ଦିଅ | (ହସି) ତାଙ୍କୁ ତୁରନ୍ତ ଲାତ ଦିଅ, ଯେ "ତୁମେ ଧୂର୍ତ୍ତ। ତୁମେ ଆମକୁ ପ୍ରତାରଣା କରିବାକୁ ଆସିଛ "। କାରଣ ପରୀକ୍ଷା ହେଉଛି, ଗୁରୁ ଅର୍ଥ ହେଉଛି ଭଗବାନଙ୍କ ବିଶ୍ୱସ୍ତ ସେବକ, ସରଳ | ଗୁରୁ କ’ଣ ଆପଣ ବଡ଼ ସଂଜ୍ଞା ଆବଶ୍ୟକ କରନ୍ତି ନାହିଁ | ତେଣୁ ବୈଦିକ ଜ୍ଞାନ ଆପଣଙ୍କୁ ସୂଚାଇଥାଏ ଯେ ତଦ ବିଜ୍ଞାନାର୍ଥଂ | ଯଦି ତୁମେ ଆଧ୍ୟାତ୍ମିକ ଜୀବନର ବିଜ୍ଞାନ ଜାଣିବାକୁ ଚାହୁଁଛ, ତଦ ବିଜ୍ଞାନାର୍ଥଂ ସ ଗୁରୁଂ ଏବ ଅଭିଗଚ୍ଛେତ (MU 1.2.12), ତୁମେ ଗୁରୁଙ୍କ ନିକଟକୁ ଯିବା ଜରୁରୀ | ଆଉ ଗୁରୁ କିଏ? ଗୁରୁ ଅର୍ଥ ହେଉଛି ଯିଏ ଭଗବାନଙ୍କ ବିଶ୍ୱସ୍ତ ସେବକ | ବହୁତ ସରଳ ଜିନିଷ |