"ସମଗ୍ର ଭୌତିକ ପ୍ରକୃତି, ପ୍ରକୃତିର ତିନୋଟି ଧାରାର ପ୍ରଭାବରେ କାର୍ଯ୍ୟ କରୁଛି: ସତ୍ଵ , ରଜ ଏବଂ ତମ । ଆପଣ ସମଗ୍ର ମାନବ ଜାତିକୁ ଗୋଟିଏ ଶ୍ରେଣୀଭୁକ୍ତ କରିପାରିବେ ନାହିଁ। ଯେତେ ଦିନ ପର୍ଯ୍ୟନ୍ତ ଆମେ ଭୌତିକ ଜଗତରେ ଅଛୁ, ସମସ୍ତଙ୍କୁ ସମାନ ମନଦଣ୍ଡରେ କରିବା ସମ୍ଭବ ନୁହେଁ । ଏହା ସମ୍ଭବ ନୁହେଁ କାରଣ ପ୍ରତ୍ୟେକ ପ୍ରକୃତିର ବିଭିନ୍ନ ଧାରାର ପ୍ରଭାବରେ କାର୍ଯ୍ୟ କରୁଛନ୍ତି । ତେଣୁ ବିଭାଜନ ରହିବା ଆବଶ୍ୟକ, ପ୍ରାକୃତିକ ବିଭାଜନ । ଏହି ବିଷୟରେ ଆମେ ଆଲୋଚନା କରିଛୁ । କିନ୍ତୁ ଯେତେବେଳେ ଆମେ ଏହି ଭୌତିକ ମଞ୍ଚକୁ ଅତିକ୍ରମ କରିଥାଉ, ସେତେବେଳେ ଏକତା ଥାଏ । ଆଉ କୌଣସି ବିଭାଜନ ନାହିଁ। ତା’ହେଲେ କିପରି ଅତିକ୍ରମ କରିବେ? ସେହି ଦିବ୍ୟ ପ୍ରକୃତି ହେଉଛି କୃଷ୍ଣ ଚେତନା। ଯେତେ ଶୀଘ୍ର ଆମେ କୃଷ୍ଣ ଚେତନାରେ ସଂପୂର୍ଣ୍ଣ ଭାବରେ ଅବଶୋଷିତ ହେବା, ପ୍ରକୃତିର ଏହି ଭୌତିକ ଧାରାକୁ ଆମେ ଅତିକ୍ରମ କରିପାରିବା ।"
|