"କୃଷ୍ଣଙ୍କ ପରି କେହି ବି ପ୍ରସିଦ୍ଧ ହୋଇପାରିବେ ନାହିଁ। ସମଗ୍ର ବିଶ୍ୱରେ ସେ ପ୍ରସିଦ୍ଧ, ଏବଂ ଭାରତ ବିଷୟରେ କ’ଣ କହିବେ? ସଂପୂର୍ଣ୍ଣ ଖ୍ୟାତି। ସେହିପରି, ସମ୍ପୂର୍ଣ୍ଣ ଶକ୍ତି, ସଂପୂର୍ଣ୍ଣ ଧନ, ସଂପୂର୍ଣ୍ଣ ସୌନ୍ଦର୍ଯ୍ୟ, ସମ୍ପୂର୍ଣ୍ଣ ଜ୍ଞାନ ... କେବଳ ଦେଖ, ଭଗବଦ୍-ଗୀତା। କୃଷ୍ଣଙ୍କ ଦ୍ଵାରା କୁହାଯାଇଥିଲା। କୌଣସି ସମାନ୍ତରାଳ ନାହିଁ, ଏବଂ ଭଗବଦ୍-ଗୀତାଙ୍କର କୌଣସି ପ୍ରତିଯୋଗିତା ନାହିଁ। ଏହା ଏପରି ଜ୍ଞାନ ଅଟେ। ଆପଣ ଦେଖନ୍ତି କି? ସମ୍ପୂର୍ଣ୍ଣ ଜ୍ଞାନ। ତେଣୁ ଯିଏ ଏହି ଛଅଟି ଜିନିଷକୁ ସମ୍ପୂର୍ଣ୍ଣରୂପେ ଧାରଣ କରେ, ସେ ହେଉଛନ୍ତି ଭଗବାନ। ଏହା ହେଉଛି ଭଗବାନ ଙ୍କ ସଂଜ୍ଞା। ସମ୍ପୂର୍ଣ୍ଣ ଶକ୍ତି, ସଂପୂର୍ଣ୍ଣ ସୌନ୍ଦର୍ଯ୍ୟ, ସମ୍ପୂର୍ଣ୍ଣ ଜ୍ଞାନ, ସଂପୂର୍ଣ୍ଣ ଧନ ଏବଂ ସଂପୂର୍ଣ୍ଣ ତ୍ୟାଗ। "
|