"ପ୍ରଭୁ ଚୈତନ୍ୟଙ୍କ ମତ ହେଉଛି ଯେ ଏହି ସମସ୍ତ ବୈଦିକ ନିର୍ଦେଶ, ଯଜ୍ଞ, ଏହି ଯୁଗରେ ତାହା କରିବା ସମ୍ଭବ ନୁହେଁ ... ସେଗୁଡିକ ବହୁତ କଷ୍ଟସାଧ୍ୟ ଅଟେ। କୌଣସି ବିଶେଷଜ୍ଞ ନାହାଁନ୍ତି, ଏହି ସମସ୍ତ ସମାରୋହ ଓ ରୀତିନୀତି କରିବା ପାଇଁ। ତେଣୁ ଏହି ହରେ କୃଷ୍ଣକୁ ଗ୍ରହଣ କରନ୍ତୁ । ଏହାକୁ ନିଅ। ରୀତିନୀତିର କୌଣସି ଆବଶ୍ୟକତା ନାହିଁ । ଖର୍ଚ୍ଚର କୌଣସି ଆବଶ୍ୟକତା ନାହିଁ । ଭଗବାନ ତୁମକୁ ଜିଭ ଦେଇଛନ୍ତି, ଏବଂ ଭଗବାନ ତୁମକୁ କାନ ଦେଇଛନ୍ତି । କେବଳ ଜପ କରି ଯାଅ: ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ, କୃଷ୍ଣ, ହରେ ହରେ / ହରେ ରାମା, ହରେ ରାମା, ରାମା ରାମା, ହରେ, ହରେ ଏବଂ ଏହା ତୁମର ଆଧ୍ୟାତ୍ମିକ ଅଗ୍ରଗତି ପୂରଣ କରିବ ।"
|