"ଅସଂଖ୍ୟ ବିସ୍ତାର କୃଷ୍ଣଙ୍କର ଅଛି । କିନ୍ତୁ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଦର୍ଶାଯାଇଥିଲା ଯେତେବେଳେ ସେ ଆମ ସମ୍ମୁଖରେ ଉପସ୍ଥିତ ଥିଲେ କେବଳ ପ୍ରମାଣ କରିବାକୁ ଯେ ସେ ହେଉଛନ୍ତି ପରମପୁରୁଷ ଭଗବାନ, କାରଣ ଭବିଷ୍ୟତରେ ଏତେ ସଂଖ୍ୟକ ମୂର୍ଖ ଭଗବାନ କିମ୍ବା ଭଗବାନଙ୍କ ଅବତାର ଭାବରେ କୃଷ୍ଣ ହେବାକୁ ଅନୁକରଣ କରିବେ, କିନ୍ତୁ କୃଷ୍ଣଙ୍କ ଜୀବନରେ ଏତେ ଅସାଧାରଣ ବୈଶିଷ୍ଟ୍ୟ ଅଛି, କେହି ଏହାକୁ ଦେଖାଇ ପାରିବେ ନାହିଁ। ଠିକ୍ ଗୋବର୍ଦ୍ଧନ ପରି। ଆପଣ ସେହି ଚିତ୍ର ଦେଖିଛନ୍ତି। ସାତ ବର୍ଷ ବୟସରେ ସେ ପାହାଡ ଉପରକୁ ଉଠାଇଥିଲେ। ଏବଂ ସେ ଯୁବକ ଅବସ୍ଥାରେ ଷୋହଳ ହଜାର ପତ୍ନୀ ବିବାହ କରିଥିଲେ ଏବଂ ଷୋହଳ ହଜାର ବୈଶିଷ୍ଟ୍ୟଗୁଡିକ ... ତେଣୁ ... ଏବଂ ଯେତେବେଳେ ସେ କୁରୁକ୍ଷେତ୍ର ଯୁଦ୍ଧରେ ଥିଲେ, ସେ ବିରାଟ ରୂପ ଦେଖାଇଲେ । ତେଣୁ ନିଜକୁ 'ମୁଁ ଭଗବାନ' ବୋଲି ଦାବି କରିବା ପୂର୍ବରୁ, ସେମାନେ ଏହି ଅସାଧାରଣ ବୈଶିଷ୍ଟ୍ୟଗୁଡିକ ଦେଖାଇବାକୁ ପ୍ରସ୍ତୁତ ହେବା ଉଚିତ୍ । ଅନ୍ୟଥା, କୌଣସି ବୁଦ୍ଧିମାନ ବ୍ୟକ୍ତି ଯେକୌଣସି ମୂର୍ଖକୁ ଭଗବାନ ଭାବରେ ଗ୍ରହଣ କରିବେ ନାହିଁ । "
|