"ସମସ୍ତ ବୈଦିକ ସାହିତ୍ୟରେ ସମାନ କଥା ଅଛି। ବେଦୈଶ୍ଚ ସର୍ବୈର ଅହଂ ଏବ ବେଦ୍ୟଃ (BG 15.15) । ଶେଷ ଉଦେଶ୍ୟଏବଂ ଶେଷ ଲକ୍ଷ୍ୟ, ପରମ ଲକ୍ଷ୍ୟ ହେଉଛି କୃଷ୍ଣ । ତେଣୁ ଭଗବଦ୍-ଗୀତାରେ କୁହାଯାଏ, ସର୍ବ ଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66) । ଭାଗବତ କୁହନ୍ତି, ଅକାମ ସର୍ବ-କାମୋ ବା ( SB 2.3.10) । ଯଦିଓ ତୁମେ ଏହି ବସ୍ତୁଗତ ଇଚ୍ଛା କରୁଛ, ତଥାପି, ତୁମେ କୃଷ୍ଣକୁ ଯିବା ଉଚିତ । ଏବଂ କୃଷ୍ଣ ଏହା ମଧ୍ୟ ନିଶ୍ଚିତ କରିଛନ୍ତି, ଭଜତେ ମାମନନ୍ୟଭାକ୍ ସାଧୁରେବ ସ ମନ୍ତବ୍ୟଃ (BG 9.30) । ଅପି ଚେତ ସୁ-ଦୁରାଚାରୋ । ଜଣେ ଭଗବାନଙ୍କୁ ମାଗିବା ଉଚିତ୍ ନୁହେଁ । କିନ୍ତୁ ତଥାପି, ଯଦି ଜଣେ ମାଗନ୍ତି, ତାଙ୍କୁ ଗ୍ରହଣ କରାଯାଏ, କାରଣ ସେ କୃଷ୍ଣଙ୍କ ପାଖକୁ ଆସିଛନ୍ତି । ତାହା ହେଉଛି ତାଙ୍କର ଭଲ ଯୋଗ୍ୟତା । ସେ କୃଷ୍ଣ ଚେତନାରେ ଅଛନ୍ତି । ତେଣୁ ସେଠାରେ ସମସ୍ତ ତ୍ରୁଟି ଥାଇପାରେ, କିନ୍ତୁ ଯେତେବେଳେ ଜଣେ କୃଷ୍ଣ ସଚେତନ ହୁଅନ୍ତି, ସେତେବେଳେ ସବୁକିଛି ଭଲ ହୋଇଥାଏ। ”
|