"ଶୁକଦେବ ଗୋସ୍ୱାମୀ କୁହନ୍ତି, ତତଶ୍ଚ ଅନୁଦିନମ୍ । ଅନୁଦିନମ୍ ର ଅର୍ଥ ହେଉଛି 'ଦିନ ଗଡି ଚାଲିବା'। ତା’ହେଲେ ଏହାର ଲକ୍ଷଣଗୁଡ଼ିକ କ’ଣ ହେବ? ବର୍ତ୍ତମାନ, ନଣକ୍ଷ୍ୟତି । ନଣକ୍ଷ୍ୟତି ଅର୍ଥ ଧୀରେ ଧୀରେ ହ୍ରାସ ପାଇବ, ହ୍ରାସ ପାଇବ। କ’ଣ ହ୍ରାସ ହେବ? ବର୍ତ୍ତମାନ, ଧର୍ମ, ଧର୍ମ; ସତ୍ୟମ୍, ସତ୍ୟତା; ଶୌଚମ, ପରିଷ୍କାରତା; କ୍ଷମା, କ୍ଷମା; ଦୟା, ଦୟା; ଆୟୁଃ, ଜୀବନର ଅବଧି; ବଳ, ଶକ୍ତି; ଏବଂ ସ୍ମୃତି, ସ୍ମୃତି। ଏହି ଆଠଟି ବସ୍ତୁ, କେବଳ ଜାଣିବାକୁ ଚେଷ୍ଟା କର । ପ୍ରଥମ କଥା ହେଉଛି ଧାର୍ମିକତା । କଳୀକାଳ ଅଗ୍ରଗତି କରିବା ସଙ୍ଗେ, ଲୋକମାନେ ଅଧିକ ଅବିଶ୍ୱାସୀ ହୋଇଯିବେ । ଏବଂ ସେମାନେ ଅଧିକରୁ ଅଧିକ ମିଥ୍ୟାବାଦୀ ହେବେ। ଯାହା ସତ ତାହା କହିବାକୁ ସେମାନେ ଭୁଲିଯିବେ । ସୌଚାମ, ପରିଷ୍କାର ପରିଚ୍ଛନ୍ନତା ମଧ୍ୟ ହ୍ରାସ ପାଇବ। "
|