"ତେଣୁ ମାନବ ଜୀବନ କେବଳ ମୂଲ୍ୟବାନ ସମ୍ପତ୍ତି, କେବଳ କୁକୁର ଏବଂ ଘୁଷୁରୀ ପରି ନଷ୍ଟ କରିବା ପାଇଁ ନୁହେଁ । ଆମର ଦାଇତ୍ଵ ଅଛି। ଆତ୍ମା ଗୋଟିଏ ରୂପରୁ ଅନ୍ୟ ଶରୀରକୁ ସ୍ଥାନାନ୍ତରିତ ହେଉଛନ୍ତି ଏବଂ ଏହି ମାନବ ଶରୀର କେବଳ, ରାଧା-କୃଷ୍ଣଙ୍କର ସୁଖର ସେହି ଦିବ୍ୟ ସ୍ଥରରେ ପହଞ୍ଚିବା ନିମିତ୍ତ ନିଜକୁ ପ୍ରସ୍ତୁତ କରିବା ପାଇଁ ଉପଯୁକ୍ତ ଅଟେ। ତୁମେ ଆନନ୍ଦ ଖୋଜୁଛ, କିନ୍ତୁ ତୁମେ ଜାଣି ନାହଁ କି ସେହି ଆନନ୍ଦ କିପରି ହାସଲ କରିବ । ସେହି ଆନନ୍ଦ ହାସଲ କରିବା ପାଇଁ, ପ୍ରେସକ୍ରିପସନ୍ ଏଠାରେ ଅଛି: ତପୋ ଦିବ୍ୟମ । 'ମୋର ପ୍ରିୟ ପୁତ୍ରଗଣ, ତୁମେ କଠୋରତାର କିଛି ନୀତି ପାଳନ କରିବାକୁ ପଡିବ', ଦିବ୍ୟମ, 'ଦିବ୍ୟ ଆନନ୍ଦ ହାସଲ କରିବା ପାଇଁ, ପରମ ସତ୍ୟ ସହିତ ମିଳିତ ହୋଇ' ।"
|