"କୃଷ୍ଣ ସମସ୍ତଙ୍କ ହୃଦୟରେ ଅବସ୍ଥିତ। ଏହା ନୁହେଁ ଯେହେତୁ ମୁଁ ଜଣେ ସନ୍ୟାସୀ, କୃଷ୍ଣ ମୋ ହୃଦୟରେ ବସିଛନ୍ତି। ନା। କୃଷ୍ଣ ସମସ୍ତଙ୍କ ହୃଦୟରେ ବସିଛନ୍ତି। ଈଶ୍ୱରଃ ସର୍ବ-ଭୂତାନାଂ ହୃଦ୍ଦେଶେ ଽର୍ଜୁନ ତିଷ୍ଠତି ( ଭ.ଗୀ. ୧୮.୬୧)। ତେଣୁ ... ଏବଂ ସେ ଭାବପ୍ରବଣ ଅଟନ୍ତି। ସେ ଜ୍ଞାନରେ ପ୍ରବୀଣ ଅଟନ୍ତି। ତେଣୁ ଏହି କାର୍ଯ୍ୟ, କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କରୁଛନ୍ତି, ଯାହା କୃଷ୍ଣଙ୍କୁ ବହୁତ ଖୁସି କରେ। କାରଣ ତୁମେ ଦୟାକରି ଏଠାକୁ ଆସିଛ, କୃଷ୍ଣ ତୁମ ଭିତରେ ଅଛନ୍ତି, ଏବଂ ଯେହେତୁ ତୁମେ ଧର୍ଯ୍ୟସହ ଶୁଣୁଛ, ସେ ଖୁସି ହୋଇସାରିଛନ୍ତି । ସେ ତୁମ ଉପରେ ସନ୍ତୁଷ୍ଟ ହୋଇସାରିଛନ୍ତି । ଏବଂ ଏହାର ପ୍ରଭାବ ହେବ ଯେ ଶୃଣୁବତାଂ ସ୍ଵ-କଥାଃ କୃଷ୍ଣଃ ପୁଣ୍ୟ-ଶ୍ରବଣ-କୀର୍ତନଃ, ହୃଦ୍ୟ ଅନ୍ତଃ-ସ୍ଥୋ ହି ଅଭଦ୍ରାଣି । ଅଭଦ୍ର ଅର୍ଥ ହେଉଛି ସେହି ଅଶୁଭ ଜିନିଷ ଯାହାକୁ ଆମେ ଅନେକ କାଳରୁ ଆମ ହୃଦୟରେ ଜମା କରିଛୁ ।
|