"ଭଗବଦ୍-ଗୀତାରେ ଦୁଇଟି ଚେତନାର ବର୍ଣ୍ଣନା ଅଛି। ଠିକ୍ ଯେପରି ମୁଁ ମୋ ଶରୀରରେ ସଚେତନ ଅଟେ। ଯଦି ତୁମେ ମୋ ଶରୀରର କୌଣସି ଅଙ୍ଗକୁ ଚିପିଦିଅ, ତେବେ ମୁଁ ଅନୁଭବ କରେ। ଏହା ମୋର ଚେତନା। ତେଣୁ ମୁଁ ବିସ୍ତାର ..., ମୋର ଚେତନା ଏହା ମୋ ଦେହରେ ବ୍ୟାପିଛି। ଏହା ଭଗବଦ୍-ଗୀତାରେ ବ୍ୟାଖ୍ୟା କରାଯାଇଛି, ଅବିନାଶି ତୁ ତଦ୍ୱିଦ୍ଧି ଯେନ ସର୍ବମିଦଂ ତତମ୍ ( ଭ.ଗୀ. ୨.୧୭): "ସେହି ଚେତନା ଯାହା ଏହି ଶରୀରରେ ବ୍ୟାପିଛି ତାହା ଅବିନାଶୀ ଅଟେ" । ଏବଂ ଅନ୍ତବନ୍ତ ଇମେ ଦେହା ନିତ୍ୟସ୍ୟୋକ୍ତାଃ ଶରୀରିଣଃ ( ଭ.ଗୀ. ୨.୧୮): "କିନ୍ତୁ ଏହି ଶରୀର ଅନ୍ତବତ ଅଟେ, ଏହାର ଅର୍ଥ ନଷ୍ଟ ହୋଇଯାଏ । "ଏହି ଶରୀର ନଷ୍ଟ ହୋଇଯାଏ, କିନ୍ତୁ ଚେତନା ହେଉଛି ଅକ୍ଷୟ, ଅବିନାଶୀ।" ଏବଂ ସେହି ଚେତନା, କିମ୍ବା ଆତ୍ମା, ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ସ୍ଥାନାନ୍ତରିତ ହୁଏ । ଠିକ୍ ଯେପରି ଆମେ ପୋଷାକ ପରିବର୍ତ୍ତନ କରୁଛୁ ।"
|