"ତେଣୁ ଯେତେବେଳେ ଜଣେ ବ୍ରହ୍ମଚାରି ବିବାହ କରନ୍ତି, ତାଙ୍କୁ ଗୃହସ୍ଥ ବା ଘର ମାଲିକ କୁହାଯାଏ। କିନ୍ତୁ ଜଣେ ବ୍ରହ୍ମଚାରିଙ୍କୁ ଜୀବନର ଆରମ୍ଭରୁ ଭୌତିକ ଭୋଗ ତ୍ୟାଗର ପ୍ରଶିକ୍ଷଣ ଦିଆ ଯାଇଥାଏ, ସେ ପାରିବାରିକ ଜୀବନରେ ସାଧାରଣ ମଣିଷ ପରି ତଲ୍ଲୀନ ହୋଇପାରିବେ ନାହିଁ। ସାଧାରଣ ମଣିଷ, ସେମାନେ ପାରିବାରିକ ଜୀବନ କିମ୍ବା ଜୀବନର ଶେଷ ପର୍ଯ୍ୟନ୍ତ ମହିଳାଙ୍କ ସଙ୍ଗ ତ୍ୟାଗ କରି ପାରିବେ ନାହିଁ । କିନ୍ତୁ ବୈଦିକ ବ୍ୟବସ୍ଥା ଅନୁଯାୟୀ, ନାରୀ ସଙ୍ଗର ଅନୁମତି କିଛି କାଳ ପାଇଁ ଅଛି, କେବଳ ଯୌବନ କାଳରେ, କେବଳ ସୁନ୍ଦର ସନ୍ତାନ ଜନ୍ମ କରିବା ପାଇଁ। କାରଣ ପଚିଶ ବର୍ଷ ବୟସରୁ ପଚାଶ ବର୍ଷ ପର୍ଯ୍ୟନ୍ତ, ଜଣେ ସୁନ୍ଦର ସନ୍ତାନ ଜନ୍ମ କରିପାରିବ ।"
|