"ତେଣୁ ଭଗବତ କୁହନ୍ତି, ନୈଷାଂ ମତିସ ତାବଦ ଉରୁକ୍ରମାଣଘ୍ରିଂ ( SB 7.5.32)। ଯଦି କେହି ବୁଝନ୍ତି ଉରୁକ୍ରମାଣଘ୍ରିଂ, କିମ୍ବା ପରମପୁରୁଷ ଭଗବାନ, ତାଙ୍କ ପାଇଁ ଆତ୍ମାର ଅସ୍ତିତ୍ୱ ବୁଝିବା କଷ୍ଟକର ନୁହେଁ । ଠିକ୍ ସେହିପରି ଯିଏ ସୂର୍ଯ୍ୟଙ୍କୁ ଦେଖିଛି, ତାଙ୍କ ପାଇଁ ସୂର୍ଯ୍ୟକିରଣ କ’ଣ ତାହା ବୁଝିବା ଅତ୍ୟନ୍ତ କଷ୍ଟସାଧ୍ୟ ନୁହେଁ । କିନ୍ତୁ ଯିଏ ଚିରକାଳ ଅନ୍ଧକାରରେ ଥାଏ, ନା ସୂର୍ଯ୍ୟକିରଣ ଦେଖି ନାହିଁ କିମ୍ବା ସୂର୍ଯ୍ୟ ଦେଖି ନାହିଁ, ତାଙ୍କ ପାଇଁ ଆଲୋକ କ’ଣ, ସୂର୍ଯ୍ୟ କ’ଣ, ଏହା ବୁଝିବା ଅତ୍ୟନ୍ତ କଷ୍ଟକର । ତେଣୁ ଉରୁକ୍ରମାଣଘ୍ରିଂ, ପରମପୁରୁଷ ଭଗବାନଙ୍କୁ ବୁଝିହେବ ନାହିଁ । ଏବଂ ଯଦି ଏହା ବୁଝାଯାଏ, ସ୍ପର୍ଶତି ଅନର୍ଥାପଗମୋ ୟଦ-ଅର୍ଥଃ। ଯଦି ଜଣେ ବୁଝିପାରନ୍ତି ଉରୁକ୍ରମାଣଘ୍ରିଂ, ଭଗବାନ ମହାନ, ତେବେ ତୁରନ୍ତ ତାଙ୍କର ସମସ୍ତ ଅଜ୍ଞତା, ଭ୍ରମ ସମାପ୍ତ ହୋଇଛି।"
|