"ଆମେ ଏହି ଭକ୍ତମାନଙ୍କ ସଙ୍ଗ ତ୍ୟାଗ କରିବା ମାତ୍ରେ ତୁରନ୍ତ ମାୟା ମୋତେ ଧରିବ। ତୁରନ୍ତ। ମାୟା ପାର୍ଶ୍ୱରେ ହିଁ ଅଛନ୍ତି। ଆମେ ଏହି ସଙ୍ଗ ଛାଡିବା ମାତ୍ରେ ମାୟା କୁହନ୍ତି, ହଁ, ମୋ ସଙ୍ଗକୁ ଆସ। କୌଣସି ସଙ୍ଗ ବିନା, କେହି ନିରପେକ୍ଷ ରହିପାରିବେ ନାହିଁ। ତାହା ସମ୍ଭବ ନୁହେଁ। ସେ ନିଶ୍ଚିତ ଭାବରେ ମାୟା କିମ୍ବା କୃଷ୍ଣଙ୍କ ସହ ଜଡିତ ହେବେ । ତେଣୁ ଭକ୍ତଙ୍କ ସହିତ କୃଷ୍ଣଙ୍କ ସହ ସମ୍ପର୍କ ରଖିବା ପାଇଁ ସମସ୍ତେ ଅତ୍ୟନ୍ତ ଗମ୍ଭୀର ହେବା ଉଚିତ୍। କୃଷ୍ଣଙ୍କର ଅର୍ଥ ... ଯେତେବେଳେ ଆମେ କୃଷ୍ଣଙ୍କ ବିଷୟରେ କହିବୁ, "କୃଷ୍ଣ" ଅର୍ଥାତ୍ କୃଷ୍ଣ ତାଙ୍କର ଭକ୍ତମାନଙ୍କ ସହିତ। କୃଷ୍ଣ କେବେ ବି ଏକୁଟିଆ ନୁହଁନ୍ତି। କୃଷ୍ଣ ରାଧାରାଣୀଙ୍କ ସହିତ ଅଛନ୍ତି, ରାଧାରାଣୀ ଗୋପୀଙ୍କ ସହ ଅଛନ୍ତି, ଏବଂ କୃଷ୍ଣ ଗୋପ ବାଳକ ସହିତ ଅଛନ୍ତି। ଆମେ ଅଵ୍ୟକ୍ତଵଦୀ ନୁହେଁ। ଆମେ ଏକାକୀ କୃଷ୍ଣଙ୍କୁ ଦେଖୁନାହୁଁ । ସେହିପରି କୃଷ୍ଣ ଅର୍ଥ କୃଷ୍ଣଙ୍କ ଭକ୍ତମାନଙ୍କ ସହିତ । ତେଣୁ କୃଷ୍ଣ ଭାବାନାମୃତ ଅର୍ଥ ହେଉଛି କୃଷ୍ଣଙ୍କ ଭକ୍ତଙ୍କ ସହ ସମ୍ପର୍କ ରଖିବା।"
|