"ପ୍ରତ୍ୟେକ ଜୀବ ପ୍ରାଣୀ ସ୍ଵଭାଵତଃ ଆନନ୍ଦିତ, ଆଧ୍ୟାତ୍ମିକ ରୂପରେ ଏବଂ ସେ ଭୌତିକତାରେ ଆଚ୍ଛାଦିତ ହୋଇଥିବାରୁ ତାଙ୍କର ଆନନ୍ଦ ବାଧାପ୍ରାପ୍ତ ହୁଏ। ତାହା ହେଉଛି ପ୍ରକୃତ ସ୍ଥିତି। ଜ୍ୱରର ଅବସ୍ଥା, ଜଣେ ଅସୁସ୍ଥ ହୁଏ, ଜ୍ୱରରେ ଆକ୍ରାନ୍ତ ହୁଏ - ତାଙ୍କର ଆନନ୍ଦ ଚାଲିଯାଏ । ସେ ମଧ୍ୟ ଅସୁସ୍ଥ ହୁଅନ୍ତି। ସେହିପରି, ଆମର ପ୍ରାକୃତିକ ସ୍ଥିତି ଆନନ୍ଦ ଅଟେ । ଆନନ୍ଦମୟୋ ଽଭ୍ୟାସାତ । କୃଷ୍ଣ ଆନନ୍ଦିତ । ମୁଁ କୃଷ୍ଣଙ୍କର ଅଂଶବିଶେଷ; ତେଣୁ ମୁଁ ମଧ୍ୟ ଆନନ୍ଦିତ ହେବା ଆବଶ୍ୟକ । ଏହା ସ୍ୱାଭାବିକ ଅଟେ । ଯଦି ମୋ ବାପା କଳା, ତେବେ ମୁଁ ମଧ୍ୟ କଳା ଅଟେ । ଯଦି ମୋ ମାଆ କଳା, ମୁଁ ମଧ୍ୟ କଳା । ତେଣୁ ଆମର ପିତା, ସର୍ବୋଚ୍ଚ ପିତା କୃଷ୍ଣ ହର୍ଷିତ ଅଟନ୍ତି। "
|