"ତେଣୁ ଆଧ୍ୟାତ୍ମିକ ଗୁରୁ ଆବଶ୍ୟକ ଏବଂ ତାଙ୍କର ନିର୍ଦ୍ଦେଶନା ଆବଶ୍ୟକ। ତାହା ହେଉଛି ପରମ୍ପରା ପ୍ରଣାଳୀ। ଭଗବଦ୍-ଗୀତାରେ ମଧ୍ୟ ଅର୍ଜୁନ ଆତ୍ମସମର୍ପଣ କରୁଛନ୍ତି। ସେ କୃଷ୍ଣଙ୍କର ବନ୍ଧୁ ଥିଲେ। ସେ କାହିଁକି ଆତ୍ମସମର୍ପଣ କଲେ, "ମୁଁ ତୁମର ଶିଷ୍ୟ"? ତୁମେ ଭଗବଦ୍-ଗୀତାରେ ଦେଖ । ତାଙ୍କର କୌଣସି ଆବଶ୍ୟକତା ନଥିଲା। ସେ ବ୍ୟକ୍ତିଗତ ବନ୍ଧୁ ଥିଲେ, ସେ ଏକାଠି କଥାବାର୍ତ୍ତା କରୁଥିଲେ, ବସୁଥିଲେ, ଖାଉଥିଲେ। ତଥାପି ସେ କୃଷ୍ଣଙ୍କୁ ଆଧ୍ୟାତ୍ମିକ ଗୁରୁ ଭାବରେ ଗ୍ରହଣ କରିଥିଲେ। ତେଣୁ ତାହା ହେଉଛି ସେହି ଉପାୟ। ବୁଝିବା ପାଇଁ ଏକ ବ୍ୟବସ୍ଥା ଅଛି। ଏହା ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ କରାଯାଇଛି, ଶିଷ୍ୟସ୍ତେଽହଂ: "ମୁଁ ବର୍ତ୍ତମାନ ତୁମର ଶିଷ୍ୟ ଅଟେ" । ଶିଷ୍ୟସ୍ତେଽହଂ ଶାଧି ମାଂ ତ୍ୱାଂ ପ୍ରପନ୍ନମ୍ ( BG 2.7) । "ତୁମେ ଦୟାକରି ମୋତେ ନିର୍ଦ୍ଦେଶ ଦିଅ।" ଏବଂ ତା’ପରେ ସେ ଭଗବଦ୍ ଶିକ୍ଷା ଦେବା ଆରମ୍ଭ କଲେ । ଯେପର୍ଯ୍ୟନ୍ତ ଜଣେ ଶିଷ୍ୟ ନ ହୁଅନ୍ତି, ନିର୍ଦ୍ଦେଶ ଦେବା ନିଷେଧ । "
|