"ଯେତେବେଳେ ଆମ ଆଖିରେ ପରମପୁରୁଷଙ୍କ ପ୍ରେମର ମଲମ ପ୍ରୟୋଗ ହେବ, ସେତେବେଳେ ଏହି ଆଖିରେ ଆମେ ଭଗବାନଙ୍କୁ ଦେଖିବାରେ ସମର୍ଥ ହେବୁ। ଭଗବାନ ଅଦୃଶ୍ୟ ନୁହଁନ୍ତି। କେବଳ ଯେମିତି ମୋତିଆବିନ୍ଦୁ କିମ୍ବା ଅନ୍ୟ କୌଣସି ଆଖି ରୋଗରେ ଆକ୍ରାନ୍ତ ବ୍ୟକ୍ତି, ସେ ଦେଖି ପାରନ୍ତି ନାହିଁ। ଏହାର ଅର୍ଥ ନୁହେଁ ଯେ ଜିନିଷଗୁଡିକ ବିଦ୍ୟମାନ ନାହିଁ । ସେ ଦେଖି ପାରୁନାହାନ୍ତି । ଭଗବାନ ଅଛନ୍ତି, କିନ୍ତୁ ଯେହେତୁ ମୋର ଆଖି ଭଗବାନଙ୍କୁ ଦେଖିବା ପାଇଁ ଦକ୍ଷ ନୁହେଁ, ତେଣୁ ମୁଁ ଭଗବାନଙ୍କୁ ଅସ୍ୱୀକାର କରେ । ଭଗବାନ ସବୁଠାରେ ଅଛନ୍ତି । ତେଣୁ ଆମ ଜୀବନର ଭୌତିକ ଅବସ୍ଥାରେ ଆମ ଆଖି ଅସ୍ପଷ୍ଟ ଅବସ୍ଥାରେ ଅଛି । କେବଳ ଆଖି ନୁହେଁ, ପ୍ରତ୍ୟେକ ଇନ୍ଦ୍ରିୟ । ବିଶେଷତଃ ଆଖି । କାରଣ ଆମେ ନିଜ ଆଖି ପାଇଁ ଗର୍ବିତ, ଏବଂ ଆମେ କହୁଛୁ, 'ତୁମେ ମୋତେ ଭଗବାନ ଦେଖାଇ ପାରିବ କି?' ଆପଣ ଦେଖୁଛନ୍ତି । କିନ୍ତୁ ସେ ଭାବନ୍ତି ନାହିଁ ଯେ ତାଙ୍କ ଆଖି ଭଗବାନଙ୍କୁ ଦେଖିବା ପାଇଁ ଦକ୍ଷ କି ନୁହେଁ। ତାହା ହେଉଛି ନାସ୍ତିକତା। "
|