"ପ୍ରତ୍ୟେକ ଯୁଗରେ ପୁରୁଷଙ୍କ ଏକ ଶ୍ରେଣୀ ଅଛି ଯେଉଁମାନେ ବୁଦ୍ଧି-ଜୀବି ଶ୍ରେଣୀର ଅଟନ୍ତି। ତେଣୁ ଏହି ବୁଦ୍ଧି-ଜୀବି ଶ୍ରେଣୀର ପୁରୁଷମାନଙ୍କୁ ବ୍ରାହ୍ମଣ କୁହାଯାଏ। ଏବଂ ପରବର୍ତ୍ତୀ ଶ୍ରେଣୀ, ପ୍ରଶାସନିକ ଶ୍ରେଣୀ। ଯେଉଁମାନେ ରାଜ୍ୟ, ସରକାର ପ୍ରଶାସନ ପାଇଁ ରାଜନୀତିରେ ଭାଗ ନିଅନ୍ତି, ସେମାଙ୍କୁ କ୍ଷତ୍ରିୟ କୁହାଯାଏ। କ୍ଷତ୍ରିୟର ପ୍ରକୃତ ଅର୍ଥ ହେଉଛି 'ଜଣେ ଯିଏ ଅନ୍ୟର ଆଘାତରୁ ରକ୍ଷା କରେ'। ଏହାକୁ କ୍ଷତ୍ରିୟ କୁହାଯାଏ। ଏହାର ଅର୍ଥ ହେଉଛି ପ୍ରଶାସକ, ସରକାରଙ୍କ ଏହା କାମ । ତେଣୁ ବ୍ରାହ୍ମଣ, କ୍ଷତ୍ରିୟ, ତାପରେ ବୈଶ୍ୟ । ବୈଶ୍ୟ ଅର୍ଥାତ୍ ଉତ୍ପାଦନକାରୀ ଶ୍ରେଣୀ, ଯେଉଁମାନେ ଲୋକମାନଙ୍କ ଦ୍ୱାରା ବ୍ୟବହାର ପାଇଁ ଜିନିଷ ଉତ୍ପାଦନ କରିବାକୁ ଆଗ୍ରହୀ ଅଟନ୍ତି । ବ୍ୟପାରୀ ଶ୍ରେଣୀ, ଶିଳ୍ପପତି, ସେମାନଙ୍କୁ ବୈଶ୍ୟ କୁହାଯାଏ । ଏବଂ ଶେଷ ଶ୍ରେଣୀ, ଚତୁର୍ଥ ଶ୍ରେଣୀ, ସେମାନଙ୍କୁ ଶୁଦ୍ର କୁହାଯାଏ । ଶୁଦ୍ରର ଅର୍ଥ ହେଉଛି ଯେ ସେମାନେ ବୁଦ୍ଧି-ଜୀବି ନୁହଁନ୍ତି କିମ୍ବା ସେମାନେ ପ୍ରଶାସକମଧ୍ୟ ନୁହଁନ୍ତି, ନା ଶିଳ୍ପପତି କିମ୍ବା ଵ୍ୟାପାରୀ, କିନ୍ତୁ ସେମାନେ ଅନ୍ୟମାନଙ୍କର ସେବା କରିପାରିବେ। କେବଳ ସେତିକି । ତେଣୁ କୁହାଯାଏ ଯେ କଲଉ ଶୁଦ୍ର ସମ୍ଭବା । ଆଧୁନିକ ଯୁଗରେ ଲୋକମାନଙ୍କୁ ବିଶ୍ୱବିଦ୍ୟାଳୟରେ ଶୁଦ୍ର ହେବାପାଇଁ ଶିକ୍ଷା ଦିଆଯାଉଛି। "
|