ଭଗବାନ ଏବଂ ଜୀବତ୍ମା ମଧ୍ୟରେ ଚେତନାର ପରିମାଣ ହେଉଛି ପାର୍ଥକ୍ୟ। ଆମର ଚେତନା ସୀମିତ, ଏବଂ କୃଷ୍ଣଙ୍କ ଚେତନା ଅସୀମ, ଅବିସ୍ମରଣୀୟ ଅଟେ। ତେଣୁ ଆମେ ହୁଏତ ଆମର ଅତୀତ ଜୀବନରେ ସବୁକିଛି ଭୁଲି ଯାଇଛୁ, କିନ୍ତୁ କୃଷ୍ଣ ଭୁଲନ୍ତି ନାହିଁ । କୃଷ୍ଣ, ତୁମ କାର୍ଯ୍ୟର ପ୍ରତ୍ୟେକ କ୍ଷଣକୁ ହିସାବ ରଖନ୍ତି। ସେ ତୁମର ହୃଦୟରେ ବସିଛନ୍ତି: ଈଶ୍ୱରଃ ସର୍ବଭୂତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି ( ଭ.ଗୀ. ୧୮.୬୧)। ସେ ହିସାବ ରଖୁଛନ୍ତି। ଆପଣ କିଛି କରିବାକୁ ଚାହୁଁଥିଲେ। କୃଷ୍ଣ କହନ୍ତି, "ଠିକ୍ ଅଛି, ତୁମେ ଏହା କର"। ତୁମେ ବାଘ ହେବାକୁ ଚାହୁଁଥିଲ କି? ଠିକ୍ ଅଛି, କୃଷ୍ଣ କୁହନ୍ତି, "ତୁମେ ବାଘ ହୋଇଯାଅ, ଏବଂ ତୁମେ ପଶୁ ଶିକାର କରି ତାଜା ରକ୍ତ ପିଇ, ତୁମର ଇନ୍ଦ୍ରିୟକୁ ସନ୍ତୁଷ୍ଟ କର" । ତେଣୁ କୃଷ୍ଣ ତୁମକୁ ସୁଯୋଗ ଦିଅନ୍ତି । ସେହିପରି ଭାବରେ ଯଦି ତୁମେ କୃଷ୍ଣ-ଭାବନା, କୃଷ୍ଣଚେତନ ଏବଂ ତାଙ୍କ ସହିତ ଉପଭୋଗ କରିବାକୁ ଚାହୁଁଛ, ସେ ତୁମକୁ ସୁବିଧା ପ୍ରଦାନ କରିବେ । ସମସ୍ତ ସୁବିଧା ସେ ତୁମକୁ ଦେବେ । ଯଦି ତୁମେ କିଛି ହେବାକୁ ଚାହୁଁଛ, ସେ ତୁମକୁ ପୂର୍ଣ୍ଣ ସୁବିଧା ଦେବ । ଯଦି ତୁମେ ତାଙ୍କୁ ଭୁଲିଯିବାକୁ ଚାହୁଁଛ, ସେ ତୁମକୁ ଏତେ ବୁଦ୍ଧି ଦେବେ ଯେ ତୁମେ ତାଙ୍କୁ ସବୁଦିନ ପାଇଁ ଭୁଲିଯିବ । ଏବଂ ଯଦି ତୁମେ ଚାହଁ ତାଙ୍କ ସହିତ ସଙ୍ଗତି କରିବାପାଇଁ, ସେ ତୁମକୁ ସୁଯୋଗ ଦେବେ, ବ୍ୟକ୍ତିଗତ ସଙ୍ଗ, ଯେପରି ଗୋପୀ, ଗୋପାଳ ବାଳକ, କୃଷ୍ଣଙ୍କ ସହିତ ଖେଳନ୍ତି ।
|