"ଯେପର୍ଯ୍ୟନ୍ତ ବୈଦିକ ଜ୍ଞାନ ବିଷୟରେ କହିବା, ଜୀବନ ଏକ ଖେଳ ନୁହେଁ; ଏହା ଜାରି ରହିଛି । ଆମେ ଏହା ଶିଖୁ, ଭଗବଦ୍-ଗୀତାର ପ୍ରାରମ୍ଭରେ ଏହି ପ୍ରାଥମିକ ଜ୍ଞାନ ପ୍ରଦାନ କରାଯାଇଛି, ଯାହା ନ ଜାୟତେ ମ୍ରିୟତେ ବା କଦାଚିନ୍ ( ଭ.ଗୀ. ୨-୨୦): 'ମୋର ପ୍ରିୟ ଅର୍ଜୁନ, ଜୀବତ୍ମା କେବେ ଜନ୍ମ ହୁଏ ନାହିଁ, କି ସେ ମରନ୍ତି ନାହିଁ' ମୃତ୍ୟୁ ଓ ଜନ୍ମ ଏହି ଶରୀରର, ଏବଂ ତୁମର ଯାତ୍ରା କ୍ରମାଗତ ଭାବରେ... ଠିକ୍ ଯେପରି ତୁମେ ତୁମର ପୋଷାକ ବଦଳାଉଛ, ସେହିଭଳି ତୁମେ ତୁମର ଶରୀରକୁ ପରିବର୍ତ୍ତନ କର; ତୁମେ ଅନ୍ୟ ଶରୀର ପାଅ । ତେଣୁ ଯଦି ଆମେ ଆଚାର୍ଯ୍ୟ, କିମ୍ବା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନ କରୁ, ତେବେ ମୃତ୍ୟୁ ପରେ ଜୀବନ ଅଛି । ଏବଂ ପରବର୍ତ୍ତୀ ଜୀବନ ପାଇଁ କିପରି ବ୍ୟବସ୍ଥା କରାଯିବ? କାରଣ ଏହି ଜୀବନ ପରବର୍ତ୍ତୀ ଜୀବନ ପାଇଁ ପ୍ରସ୍ତୁତି । ଏକ ବଙ୍ଗୀୟ ପ୍ରବାଦ ଅଛି, କୁହାଯାଏ, ଭଜନ କୋରୋ ସଦନ କୋରୋ ମୁର୍ତେ ଜାନଲେ ହୟ । ତାତ୍ପର୍ୟ ହେଉଛି ତୁମର ଭୌତିକ କିମ୍ବା ଆଧ୍ୟାତ୍ମିକତାର ଜ୍ଞାନର ଅଗ୍ରଗତି ପାଇଁ ତୁମେ ଅତ୍ୟଧିକ ଗର୍ବିତ, କିନ୍ତୁ ତୁମର ମୃତ୍ୟୁ ସମୟରେ ସବୁକିଛି ପରୀକ୍ଷା ହେବ । "
|