"ଶ୍ରୀମଦ-ଭାଗବତମ୍ ରେ ଏକ ଶବ୍ଦ ଅଛି ଉରୁ-ଦାମ୍ନି ବଦ୍ଧାଃ। ଉରୁ। ଉରୁର ଅର୍ଥ ବହୁତ ଶକ୍ତିଶାଳୀ, ଏବଂ ଦାମ୍ନି ଅର୍ଥ ଦଉଡି। ଠିକ୍ ଯେପରି ତୁମେ ଏକ ଦୃଢ ଦଉଡି ଦ୍ୱାରା, ହାତ ଏବଂ ପାଦରେ ବନ୍ଧା ହୋଇଛ, ଯେପରି ତୁମେ ଅସହାୟ, ଆମର ଅବସ୍ଥାନ ସେହି ପରି ଅଟେ । ଏହି ଶବ୍ଦଟି ବ୍ୟବହୃତ ହୋଇଛି, ଉରୁ-ଦାମ୍ନି ବଦ୍ଧାଃ। ନ ତେ ବିଦୁଃ... ଏବଂ ଏହିପରି ବଦ୍ଧ, ବଦ୍ଧ ଆତ୍ମା, ସେମାନେ ସ୍ୱାଧୀନତା ଘୋଷଣା କରୁଛନ୍ତି: "ମୁଁ କାହାକୁ ମାନେ ନାହିଁ। ମୁଁ ଭଗବାନଙ୍କୁ ମାନେ ନାହିଁ" । କେତେ ମୂର୍ଖତା । ଯେପରି ବେଳେବେଳେ ଦୁଷ୍ଟ ପିଲାମାନେ, ସେମାନେ ମଧ୍ୟ ବନ୍ଧା । ଯୋଶଦମୟୀ ମଧ୍ୟ କୃଷ୍ଣଙ୍କୁ ବାନ୍ଧି ରଖିଥିଲେ । ତାହା ହେଉଛି ଏକ ଭାରତୀୟ ପ୍ରଣାଳୀ, ସବୁ ଜାଗାରେ, (ଚକଲେସ୍) ବନ୍ଧା । ଏବଂ ସେହି ଛୋଟ ପିଲା, ଯେତେବେଳେ ବନ୍ଧା ହୋଇଥାଏ, ଯଦି ସେହି ଶିଶୁ ସ୍ୱାଧୀନତା ଘୋଷଣା କରେ, ଏହା କିପରି ସମ୍ଭବ? ସେହିଭଳି, ପ୍ରକୃତି ମାତାର ନିୟମ ଦ୍ୱାରା ଆମେ ବନ୍ଧା । ଆପଣ କିପରି ସ୍ୱାଧୀନତା ଘୋଷଣା କରିପାରିବେ? ଆମ ଶରୀରର ପ୍ରତ୍ୟେକ ଅଙ୍ଗକୁ କିଛି ନିୟନ୍ତ୍ରକ ନିୟନ୍ତ୍ରଣ କରୁଛନ୍ତି । ଭାଗବତମ୍ ରେ ଏହା କୁହାଯାଇଛି। "
|