"ଦୁର୍ଭାଗ୍ୟବଶତଃ ମାୟାବାଦୀମାନେ, ସେମାନେ, ହୁଏତ ଶାସ୍ତ୍ର ଜ୍ଞାନର ଅଭାବ ହେତୁ କିମ୍ବା ସେମାନଙ୍କ ଭାବପ୍ରବଣ ଦ୍ୱାରା, ସେମାନେ କୁହନ୍ତି ଯେ କୃଷ୍ଣ କିମ୍ବା ବିଷ୍ଣୁ ଯେତେବେଳେ ଆସିବେ, କିମ୍ବା ପରମ ସତ୍ୟ ଯେତେବେଳେ ସେ ଅବତରଣ କରନ୍ତି, ସେ ନିଅନ୍ତି, ସେ ଗ୍ରହଣ କରନ୍ତି, ଏକ ଭୌତିକ ଶରୀର"। ଏହା ଏକ ସତ୍ୟ ନୁହେଁ। କୃଷ୍ଣ କୁହନ୍ତି, ସମ୍ଭବାମ୍ୟାତ୍ମ-ମାୟଯା ( ଭ.ଗୀ. ୪.୬)। ଏହା ନୁହେଁ ଯେ କୃଷ୍ଣ ଏକ ଭୌତିକ ଶରୀରକୁ ଗ୍ରହଣ କରନ୍ତି। ନା। କୃଷ୍ଣଙ୍କର ଏପରି ପାର୍ଥକ୍ୟ ନାହିଁ, ଭୌତିକ (ଅସ୍ପଷ୍ଟ)। ତେଣୁ କୃଷ୍ଣ କୁହନ୍ତି, ଅବଜାନନ୍ତି ମାଂ ମୂଢା ମାନୁଷୀଂ ତନୁମାଶ୍ରିତମ୍ ( ଭ.ଗୀ. ୯.୧୧): "ଯେହେତୁ ମୁଁ ନିଜକୁ ଉପସ୍ଥାପନ କରେ, ମୁଁ ନିଜେ ମଣିଷ ଶରୀରରେ ଅବତାର ନିଏ, ମୂଢ଼, କିମ୍ବା ମୂର୍ଖ ମାନେ, ସେମାନେ ମୋ ବିଷୟରେ ଭାବନ୍ତି କିମ୍ବା ମୋତେ ଉପହାସ କରନ୍ତି।"
|