"ସମସ୍ତଙ୍କ ପାଇଁ କୃଷ୍ଣ। ଭାବନ୍ତୁ ନାହିଁ ଯେ କୃଷ୍ଣ ଯେପରି ଆପଣଙ୍କର ଇଂରାଜୀ ଅଭିଧାନରେ ଦର୍ଶାଯାଇଛି, 'କୃଷ୍ଣ ଜଣେ ହିନ୍ଦୁ ଭଗବାନ'। ସେ ହିନ୍ଦୁ ନୁହଁନ୍ତି, ସେ ମୁସଲମାନ ନୁହଁନ୍ତି କିମ୍ବା ସେ ଖ୍ରୀଷ୍ଟିଆନ ନୁହଁନ୍ତି। ସେ ଭଗବାନ । ଭଗବାନ ନା ହିନ୍ଦୁ, ନା ମୁସଲମାନ କିମ୍ବା ଖ୍ରୀଷ୍ଟିଆନ। ଏହା ଶାରୀରିକ ପଦବୀ, 'ମୁଁ ହିନ୍ଦୁ, ତୁମେ ଖ୍ରୀଷ୍ଟିଆନ' । ଏହା ଶରୀର ... ଠିକ୍ ପୋଷାକ ପରି । ତୁମର କଳା କୋଟ ଅଛି, ଅନ୍ୟର ଧଳା କୋଟ ଅଛି । ଏହାର ଅର୍ଥ ନୁହେଁ ଯେ ଆମେ ଭିନ୍ନ ଅଟୁ କାରଣ ଆମେ ଭିନ୍ନ କୋଟ କିମ୍ବା ସାର୍ଟରେ ଅଛୁ । ମଣିଷ ଭାବରେ, ଆମେ ସମସ୍ତେ ଭଗବାନଙ୍କ ପୁତ୍ର । ଆମେ ସମସ୍ତେ ଏକ। ତାହା ହେଉଛି ଧାରଣା । ତେଣୁ ବର୍ତ୍ତମାନର ମୁହୂର୍ତ୍ତରେ, ଆମେ ଏହି ସାର୍ଟ ଏବଂ କୋଟ୍ ଯୋଗୁଁ ବିଶ୍ୱକୁ ବିଭକ୍ତ କରିଛୁ । ତାହା ନୁହେଁ । ତାହା ଭଲ ନୁହେଁ । ବାସ୍ତବରେ, ସମଗ୍ର ବିଶ୍ୱ ବା ସମଗ୍ର ବ୍ରହ୍ମାଣ୍ଡ ଭଗବାନଙ୍କର ଅଟେ । ଏହା ହେଉଛି କୃଷ୍ଣ ଚେଭାବନାମୃତ। "
|