OR/Prabhupada 0003 - ପୁରୁଷ ଭି ସ୍ତ୍ରୀ ଅଟେ



Lecture on SB 6.1.64-65 -- Vrndavana, September 1, 1975

ତାମ୍ ଏଵ ତୋଷୟାମ ଆସ
ପିତ୍ର୍ୟନାର୍ଥେନ ଯାବତା
ଗ୍ରାମ୍ୟୟର ମନୋରମଇଃ କାମହିଃ
ପ୍ରଶିଦେତ ଯଥା ତଥା
(SB 6.1.64)

ତେଣୁ ସେଇ ନାରୀ କୁ ଦେଖିଲା ପରେ, ସିଏ ସବୁବେଳେ ଧ୍ୟାନ କରୁଥିଲା, ୨୪ ଘଣ୍ଟା, ସେଇ ବିଷୟ ରେ, କାମୁକ ଇଚ୍ଛା କାମଇଶ ତଇସ୍ ତଇର ହୃତ ଜ୍ଞାନଃ (BG 7.20) ଯେତେବେଳେ ଜଣେ କାମାସାକ୍ତ ହୁଏ ,ସେ ସବୁ ବୁଦ୍ଧି ହରେଈ ଦିଏ । ସମ୍ପୂର୍ଣ ଜଗତ ଏହି କାମୁକ ଇଚ୍ଛା ଆଧାର ରେ ଚାଲିଛି । ଏହା ବସ୍ତୁବାଦ ଦୁନିଆ ଅଟେ । ଏବଂ ଯେହେତୁ ମୁଁ କାମାସାକ୍ତ, ତୁମେ କାମାସାକ୍ତ , ଆମେ ସମସ୍ତେ , ତେଣୁ ଯେତେବେଳେ ମୋର ଇଚ୍ଛା ପୂରଣ ହୁଏ ନାହିଁ, ତୁମର ଇଚ୍ଛା ପୂର୍ଣ ହୁଏ ନାହିଁ, ସେତେବେଳେ ମୁଁ ତୁମର ଶତ୍ରୁ ହୁଏ, ତୁମେ ମୋର ଶତ୍ରୁ ହୋଇଯାଅ । ମୁଁ ତୁମକୁ ଅଗ୍ରସର ହେବାର ଦେଖି ପାରିବି ନାହିଁ ତୁମେ ମତେ ଅଗ୍ରସର ହେବାର ଦେଖି ପାରିବ ନାହିଁ ଏହା ହେଉଛି ବସ୍ତୁବାଦ ଜଗତ, ଈର୍ଷା,କାମାସାକ୍ତ ଇଚ୍ଛା, କାମ, କ୍ରୋଧ, ଲୋଭ, ମୋହ, ମତ୍ସର୍ଯା । ଏହା ବସ୍ତୁବାଦ ଜଗତ ର ଆଧାର ।

ତେଣୁ ସେ ହୋଇଗଲା... ପ୍ରଶିକ୍ଷଣ ଏହା ଥିଲା ଯେ ସେ ଶିକ୍ଷା ନେଉଥିଲା ଏକ ବ୍ରାହ୍ମଣ ହେବାକୁ ଶମୋ,ଦମ , କିନ୍ତୁ ତାର ଅଗ୍ରଗତି ଅଟକି ଗଲା ଗୋଟେ ନାରୀ ପ୍ରତି ସଂଲଗ୍ନ ରହିବାରୁ ସେଥିପାଇଁ ବୈଦିକ ସଭ୍ୟତା ଅନୁସାରେ, ନାରୀ ଆଧ୍ୟାତ୍ମିକ ଉନ୍ନତି ରେ ବାଧକ ବୋଲି ସ୍ଵୀକାର କରା ଯାଇଛି I ସମ୍ପୂର୍ଣ ଆଧାର ସଦୃଶ ସଭ୍ୟତା ହେଉଛି କିପରି ଦୂରରେ ରହିବ ନାରୀ ଠାରୁ...ତୁମେ ଭାବନି ଯେ ଖାଲି ନାରୀ ହେଉଛି ନାରୀ ପୁରୁଷ ମଧ୍ୟ ନାରୀ । ଭାବନି ଯେ ଖାଲି ନାରୀ ହିଁ ନିନ୍ଦିତ, ପୁରୁଷ ନୁହେଁ ନାରୀ ମାନେ ଉପଭୋଗ ହୁଅନ୍ତି ଏବଂ ପୁରୁଷ ମାନେ ଉପଭୋଗ କରନ୍ତି । ତେଣୁ ଏହି ଭାବ, ଏହା ଅନୁପଯୁକ୍ତ ଭାବ । ଯଦି ମୁଁ ଏକ ନାରୀ କୁ ଉପଭୋଗ ରୂପେ ଦେଖେ, ତେବେ ମୁଁ ପୁରୁଷ । ଏବଂ ଯଦି ନାରୀ ମଧ୍ୟ ଆଉ ଏକ ପୁରୁଷ କୁ ଉପଭୋଗ ରୂପେ ଦେଖେ, ସେ ମଧ୍ୟ ପୁରୁଷ ନାରୀ ମାନେ ଉପଭୋଗ ହୁଅନ୍ତି ଏବଂ ପୁରୁଷ ମାନେ ଉପଭୋଗ କରନ୍ତି । ତେଣୁ ଯାହା ପାଖରେ ଉପଭୋଗ କରିବାର ର ଭାବ ଅଛି, ତାକୁ ପୁରୁଷ ମାନା ଯାଏ । ତେଣୁ ଏଠାରେ ଉଭୟ ଲିଙ୍ଗ ମାନେ... ସମସ୍ତେ ଯୋଜୋନା କରୁଛନ୍ତି “କିପରି ମୁଁ ଉପଭୋଗ କରିବି ?” ସେଥିପାଇଁ ସେ ଅପ୍ରାକୃତିକ ଭାବେ ପୁରୁଷ ଅଟେ, ନହେଲେ, ମୂଳତଃ, ଆମେ ସମସ୍ତେ ପ୍ରକୃତି, ଜୀବ, ପୁରୁଷ କିମ୍ବା ନାରୀ । ଏହା ବାହ୍ୟ ପୋଷାକ ଅଟେ ।