OR/Prabhupada 0009 - ଚୋର ଯିଏ ଭକ୍ତ ହେଲା



Lecture on SB 1.2.12 -- Los Angeles, August 15, 1972

କୃଷ୍ଣ ଭଗବଦ୍ ଗୀତାରେ ରେ କହୁଛନ୍ତି ନାମଂ ପ୍ରକାଶଃ ସର୍ବସ୍ୟ ଯୋଗ-ମାୟା-ସମାବୃତଃ (BG 7.25) ମୁଁ ସମସ୍ତଙ୍କୁ ଦେଖା ଦିଏ ନାହିଁ । ଯୋଗମାୟା, ଯୋଗମାୟା ଘୋଡେଇ ରଖୁଛି । ତେଣୁ ତୁମେ ଭଗବାନଙ୍କୁ କେମିତି ଦେଖିବ? କିନ୍ତୁ ଏହି ଦୁଷ୍ଟାମି ଚାଲିଛି, ଯେ ତୁମେ ମତେ ଭଗବାନ ଦେଖାଇ ପାରିବ? ତୁମେ ଭଗବାନଙ୍କୁ ଦେଖିଛ ? ଭଗବାନ ଠିକ୍ ଏକ ଖେଳଣା ପରି ହୋଇ ଯାଇଛନ୍ତି । ଏଇଠି ଅଛନ୍ତି ଭଗବାନ । ସିଏ ଭଗବାନଙ୍କ ଅବତାର । (BG 7.15) ନ ମାଂ ଦୁଷ୍କୃତିନୋ ମୂଢ଼ଃ ପ୍ରପଦ୍ୟନ୍ତେ ନରାଧମାଃ ସେମାନେ ହେଉଛନ୍ତି ପାପୀ,ଅଭଦ୍ର,ନିର୍ବୋଧ, ମାନବ ଜାତି ର ସବୁଠାରୁ ନିଚ୍ଚ । ସେମାନେ ସେମିତି ପ୍ରଶ୍ନ ପଚାରନ୍ତି : “ତୁମେ ମତେ ଭଗବାନ ଦେଖାଇ ପାରିବ କି ?” ତୁମେ କଣ ଯୋଗ୍ୟତା ଅର୍ଜନ କରିଛ ଯେ ତୁମେ ଭଗବାନଙ୍କୁ ଦେଖି ପାରିବ ? ଏହା ହେଉଛି ଯୋଗ୍ୟତା । ସେଇଟା କଣ ? ତଚ୍ଚ୍ରଦ୍ଦାଧାନା ମୁନୟଃ (SB 1.2.12) । ସର୍ବପ୍ରଥମେ ଜଣକୁ ବିଶ୍ୱାସଯୋଗ୍ୟ ହେବାକୁ ପଡିବ । ବିଶ୍ୱାସଯୋଗ୍ୟ । ଶ୍ରଦ୍ଦଧାନଃ । ସିଏ ଭଗବାନଙ୍କୁ ଦେଖିବା ପାଇଁ ପ୍ରକୃତରେ ଆତୁର ଥିବା ଦରକାର । ଏକ ସ୍ଵଭାବିକ ଇଚ୍ଛା, ସାମାନ୍ୟ ଜିନିଷ ପରି ନୁହେଁ, “ତୁମେ ମତେ ଭଗବାନ ଦେଖାଇ ପାରିବ ?” ଏକ ଜାଦୁ, ଠିକ୍ ଯେପରି ଭଗବାନ ହେଉଛନ୍ତି ଏକ ଜାଦୁ । ନାଁ । ସେ ଅତ୍ୟନ୍ତ ଗମ୍ଭୀର ଥିବା ଦରକାର : ହଁ , ଯଦି ଭଗବାନ ଅଛନ୍ତି... ...ଆମେ ଦେଖିଛୁ, ଆମକୁ ଭଗବାନଙ୍କ ବିଷୟ ରେ କୁହା ଯାଇଛି । ତେଣୁ ମତେ ଦେଖିବା ଦରକାର ।

ଏହି ସମ୍ବନ୍ଧ ରେ ଗୋଟେ କାହାଣୀ ଅଛି । ଏହା ଅତ୍ୟନ୍ତ ଉପଦେଶାତ୍ମକ ; ଶୁଣିବାକୁ ଚେଷ୍ଟା କର । ଜଣେ ନିପୁଣ ବକ୍ତା ଭାଗବତ ବିଷୟରେ ଆବୃତ୍ତି କରୁଥିଲେ, ଏବଂ ସେ ବର୍ଣ୍ଣନା କରୁଥିଲେ ଯେ କୃଷ୍ଣ, ଅତ୍ୟଧିକ ରତ୍ନ ରେ ସଜ୍ଜିତ ହୋଇ ତାଙ୍କୁ ଅରଣ୍ୟକୁ ଗାଈ ଚରାଇବାକୁ ପଠା ଯାଉଥିଲା । ତେଣୁ ସେହି ସଭାରେ ଜଣେ ଚୋର ଥିଲା । ତେଣୁ ସିଏ ଭାବିଲା ଯେ “ ତେବେ କାହିଁକି ନା ବୃନ୍ଦାବନ କୁ ଯାଇ ଏହି ବାଳକ କୁ ଲୁଟା ଯାଉ? ସିଏ ଅରଣ୍ୟରେ ଏତେ ସାରା ମୂଲ୍ୟବାନ ରତ୍ନ ସହିତ ଅଛି । ମୁଁ ସେଠାକୁ ଯାଇ ସେହି ବାଳକକୁ ଧରି ଏବଂ ସବୁ ରତ୍ନ ନେଇ ପାରିବି । ଏହା ତାର ଉଦ୍ଦେଶ୍ୟ ଥିଲା । ତେଣୁ ସେ ଗମ୍ଭୀର ଥିଲା ଯେ " ମତେ ସେହି ବାଳକକୁ ଖୋଜିବାକୁ ପଡିବ ।" ତାପରେ ମୁଁ ଗୋଟେ ରାତିରେ କୋଟିପତି ହୋଇଯିବି । ଏତେ ସାରା ଗହଣା । ନାଁ । ତେଣୁ ସିଏ ସେଠାକୁ ଗଲା, କିନ୍ତୁ ତାର ଯୋଗ୍ୟତା ଥିଲା ଯେ, " “ମତେ କୃଷ୍ଣକୁ ଦେଖିବାକୁ ହେବ, ମତେ କୃଷ୍ଣକୁ ଦେଖିବାକୁ ହେବ” I ସେହି ଆତୁରତା, ସେହି ବ୍ୟଗ୍ରତା, ଏହା ସମ୍ଭବ କଲା ଯେ ସିଏ କୃଷ୍ଣଙ୍କୁ ବୃନ୍ଦାବନ ରେ ଦେଖିଲା । ସେ କୃଷ୍ଣଙ୍କୁ ଠିକ୍ ସେହି ପ୍ରକାରେ ଦେଖିଲା ଯେଉଁ ପ୍ରକାରେ ସେ ଭାଗବତ ବକ୍ତା ଜଣାଇ ଥିଲେ । ତାପରେ ସେ ଦେଖିଲା, “ଆହା ! ଆହା !, ତୁ କେତେ ଭଲ ବାଳକ, କୃଷ୍ଣ ।" ତେଣୁ ସିଏ ତୋଷାମଦ କରିବାକୁ ଲାଗିଲା । ସିଏ ଭାବିଲା ଯେ “ତୋଷାମଦ କରି, ମୁଁ ସବୁ ରତ୍ନ ଗୁଡିକ ନେଇ ଯିବି” ତାପରେ ସିଏ ଯେତେବେଳେ ତାର ପ୍ରକୃତ ବୃତିର ପ୍ରସ୍ତାବ ରଖିଲା, ତେଣୁ ମୁଁ ତୁମର କିଛି ଗହଣା ନେଇ ପାରିବି କି ? ତୁମେ ଏତେ ଧନୀ” ନାଁ,ନାଁ,ନାଁ, । ତୁମେ.... ମୋର ମାତା ବହୁତ ରାଗି ଯିବେ । ମୁଁ ପାରିବିନି । କୃଷ୍ଣ ଏକ ଛୋଟ ପିଲା ପରି ତେଣୁ ସିଏ ଆହୁରି ବେଶି ଆଉ ବେଶି କୃଷ୍ଣଙ୍କ ପାଇଁ ଆତୁର ହୋଇଗଲା । ଏବଂ ତାପରେ.... କୃଷ୍ଣଙ୍କ ସଙ୍ଗ ଦ୍ଵାରା, ସିଏ ଏତିକି ବେଳୁ ପବିତ୍ର ହୋଇ ଯାଇଥିଲା । ତାପରେ, ଶେଷରେ, କୃଷ୍ଣ କହିଲେ, “ଆଛା ଠିକ୍ ଅଛି, ତୁମେ ନେଇ ପାରିବ । ତାପରେ ସିଏ ଗୋଟେ ଭକ୍ତ ହୋଇ ଗଲା,ତତ୍‌କ୍ଷଣାତ୍ । କାରଣ କୃଷ୍ଣଙ୍କ ସଙ୍ଗ ଦ୍ଵାରା...

ତେଣୁ କୌଣସି ପ୍ରକାର ହେଉ, ଆମେ କୃଷ୍ଣଙ୍କ ସମ୍ପର୍କ ରେ ଆସିବା ଦରକାର । କୌଣସି ବି ପ୍ରକାର । ତାପରେ ଆମେ ପବିତ୍ର ହୋଇ ଯିବା ।