OR/Prabhupada 0011 - ମନ ରେ କୃଷ୍ଣଙ୍କ ପୂଜା ହେଇ ପାରିବ
Lecture on BG 4.28 -- Bombay, April 17, 1974
ଭକ୍ତି ରସାମୃତ-ସିନ୍ଧୁ ରେ, ଗୋଟେ କାହାଣୀ ଅଛି... କାହାଣୀ ନୁହେଁ, ସତ୍ୟ । ଏହା ବର୍ଣ୍ଣନା ହୋଇଛି ଯେ ଜଣେ ବ୍ରାହ୍ମଣ ଥିଲା – ସିଏ ବହୁତ ବଡ ଭକ୍ତ ଥିଲା ସିଏ ବହୁତ ନିପୁଣ ଭାବେ ସେବା ଅର୍ପଣ କରିବାକୁ ଚାହୁଁ ଥିଲା, ଅର୍ଚ୍ଚନା, ମନ୍ଦିର ପୂଜା ରେ । କିନ୍ତୁ ତା ପାଖରେ ଟଙ୍କା ନଥିଲା । କିନ୍ତୁ ଗୋଟେ ଦିନ ସିଏ ଏକ ଭଗବତ ଚର୍ଚ୍ଚା ରେ ବସିଥିଲା ଏବଂ ସିଏ ଶୁଣିଲା ଯେ କୃଷ୍ଣଙ୍କୁ ମନ ଦ୍ଵାରା ବି ପୂଜା କରା ଯାଇ ପାରିବ । ତେଣୁ ସିଏ ଏହି ସୁଯୋଗ ନେଲା, କାରଣ ସିଏ ଏହା ବହୁତ ସମୟ ଆଗରୁ ଭାବୁଥିଲା ଯେ କେମିତି କୃଷ୍ଣଙ୍କୁ ବହୁତ ଉଦାର ଭାବେ ପୂଜା କରିବ, କିନ୍ତୁ ତା ପାଖରେ କିଛି ଟଙ୍କା ନଥିଲା ।
ତେଣୁ ସିଏ, ଯେତେବେଳେ ସିଏ ଏହି ବିଷୟ ଟି ପାଇଲା, ଯେ ଜଣେ କୃଷ୍ଣଙ୍କୁ ମନରେ ରେ ବି ପୂଜା କରି ପାରିବ, ତେଣୁ ଗୋଦାବରୀ ନଦୀ ରେ ସ୍ନାନ କରି ସାରିଲା ପରେ, ସିଏ ଗୋଟିଏ ଗଛ ତଳେ ବସିଥିଲା ଏବଂ ତା ମନରେ ସିଏ ଏକ ସୁନ୍ଦର ସିଂହାସନ ତିଆରି କରୁଥିଲା, ରାଜଗଦି, ରତ୍ନ ରେ ଜଡିତ ଏବଂ ମୂର୍ତ୍ତି କୁ ସେହି ସିଂହାସନ ରେ ରଖୁଥିଲା, ସିଏ ମୂର୍ତ୍ତି କୁ ସ୍ନାନ କରାଉଥିଲା ଗଙ୍ଗା,ଯମୁନା,ଗୋଦାବରୀ,ନର୍ମଦା,କାବେରୀ ଜଳ ରେ । ତାପରେ ସିଏ ଅତି ସୁନ୍ଦର ଭାବେ ମୂର୍ତ୍ତି କୁ ପୋଷାକ ପରିଧାନ କରାଉଥିଲା, ତାପରେ ଫୁଲ ଅର୍ପଣ କରୁଥିଲା, ଫୁଲମାଳ ।
ତାପରେ ସିଏ ବହୁତ ଉତ୍ତମ ରୋଷେଇ କରୁଥିଲା, ସିଏ ପରମାନ୍ନ ରାନ୍ଧୁଥିଲା, ମିଠା-ଭାତ । ତେଣୁ ସିଏ ଚାଖିବାକୁ ଇଚ୍ଛା କଳା, ଗରମ ଅଛି କି ନାହିଁ ଜାଣିବାକୁ । କାରଣ ପରମାନ୍ନ କୁ ଥଣ୍ଡା ନିଆ ଯାଏ । ପରମାନ୍ନ କୁ ବହୁତ ଗରମ ନିଆ ଯାଏ ନାହିଁ । ତେଣୁ ସିଏ ତାର ଅଙ୍ଗୁଳି ପରମାନ୍ନ ରେ ବୁଡେଇଲା ଏବଂ ତାର ଅଙ୍ଗୁଳି ପୋଡି ଗଲା । ତାପରେ ତାର ଧ୍ୟାନ ଭଙ୍ଗ ହୋଇଗଲା । କାରଣ ସେଠାରେ କିଛି ଭି ନଥିଲା । ସିଏ ଖାଲି ତାର ମନ ଭିତରେ ସବୁ କିଛି କରୁଥିଲା । ତେଣୁ... କିନ୍ତୁ ସିଏ ଦେଖିଲା ଯେ ତା ଅଙ୍ଗୁଳି ଜଳି ଯାଇଛି । ସିଏ ଚକିତ ହୋଇଗଲା ।
ଏହି ପ୍ରକାରେ, ନାରାୟଣ ବୈକୁଣ୍ଠ ରେ, ସିଏ ହସୁଥିଲେ । ଲକ୍ଷ୍ମୀ ତାଙ୍କୁ ପଚାରିଲେ "ଆପଣ କାହିଁକି ହସୁଛନ୍ତି? "ମୋର ଜଣେ ଭକ୍ତ ମତେ ଏମିତି ପୂଜା କରୁଛି । ତେଣୁ ତୁରନ୍ତ ମୋ ଲୋକ ପଠାଅ ତାକୁ ବୈକୁଣ୍ଠ ଆଣିବାକୁ ।
ତେଣୁ ଭକ୍ତି ଯୋଗ ଏତେ ଉତ୍ତମ ଯେ ଯଦି ବି ତୁମ ପାଖରେ କୌଣସି ମାଧ୍ୟମ ନାହିଁ ଉଦାର ଭାବେ ମୂର୍ତ୍ତି ପୂଜା କରିବାକୁ, ତୁମେ ତାହା ନିଜ ମନ ଭିତରେ କରି ପାରିବ । ତାହା ମଧ୍ୟ ସମ୍ଭବ ।