OR/Prabhupada 0016 - ମୁଁ କାମ କରିବା ପାଇଁ ଚାହେଁ
Lecture on BG 7.1 -- San Francisco, March 17, 1968
ତେଣୁ ଜଣେ ଜାଣିଥିବା ଦରକାର କେମିତି କୃଷ୍ଣଙ୍କୁ ସମ୍ପର୍କ କରିବ । କୃଷ୍ଣ ସବୁଆଡେ ଅଛନ୍ତି । ଏହା ହେଉଛି କୃଷ୍ଣ-ଚେତନା ଆନ୍ଦୋଳନ । ଏହା ହେଉଛି କୃଷ୍ଣ-ଚେତନା । ଜଣେ ଜାଣିଥିବା ଦରକାର, କେମିତି ଆମେ ଲାଭ ପାଇ ପାରିବା କୃଷ୍ଣଙ୍କ ଆକୃତି ରୁ ଏହି କାଠ ବା ଲୁହା ବା ଧାତୁ ର ....ତାହା ଫରକ ପଡେ ନାହିଁ । କୃଷ୍ଣ ସବୁଆଡେ ଅଛନ୍ତି । ତୁମକୁ ଶିଖିବାକୁ ପଡିବ କେମିତି ସବୁ ଜିନିଷ ଦ୍ଵାରା କୃଷ୍ଣଙ୍କୁ ସମ୍ପର୍କ କରିବା । ତାହା ଯୋଗ ପଦ୍ଧତି ରେ ସ୍ପଷ୍ଟ କରାଯିବ । ତୁମେ ତାହା ଶିଖିବ । ତେଣୁ କୃଷ୍ଣ-ଚେତନା ମଧ୍ୟ ଗୋଟେ ଯୋଗ, ସଂପୂର୍ଣ୍ଣ ଯୋଗ, ସବୁ ଯୋଗ ପଦ୍ଧତିଙ୍କ ମଧ୍ୟରେ ଉଚ୍ଚତମ । କେହି ବି, କୌଣସି ଯୋଗୀ ଆସି ପାରନ୍ତି, ଏବଂ ଆମେ ଯଥାର୍ଥତା ଦେଖାଇ ପାରିବା ଏବଂ ଆମେ କହି ପାରିବା ଯେ ଏହା ହେଉଛି ପ୍ରଥମ ଶ୍ରେଣୀର ଯୋଗ ପଦ୍ଧତି । ଏହା ହେଉଛି ପ୍ରଥମ ଶ୍ରେଣୀର ଏବଂ ତା ସଙ୍ଗେ ସରଳ ମଧ୍ୟ । ତୁମକୁ ତୁମ ଶରୀର କୁ ବ୍ୟାୟାମ କରିବାକୁ ପଡିବ ନାହିଁ । ଧରାଯାଉ ତୁମେ ଦୁର୍ବଳ ଆଛା ବା ତୁମେ କ୍ଳାନ୍ତି ଅନୁଭବ କରୁଛ, କିନ୍ତୁ କୃଷ୍ଣ-ଚେତନା ରେ ତୁମେ ତାହା ଅନୁଭବ କରିବ ନାହିଁ । ଆମର ସବୁ ଛାତ୍ର, ସେମାନେ ଖାଲି ଆତୁର ଥାନ୍ତି କାମରେ ବୋଝାଇ ହେବାକୁ, କୃଷ୍ଣ-ଚେତନା । ସ୍ଵାମୀଜି, ମୁଁ କଣ କରିବି? ମୁଁ କଣ କରି ପାରିବି ? ସେମାନେ ପ୍ରକୃତରେ କରୁଛନ୍ତି । ଭଲ ଭାବରେ । ଅତି ଭଲ ଭାବରେ । ସେମାନେ କ୍ଳାନ୍ତି ଅନୁଭବ କରନ୍ତି ନାହିଁ । ତାହା ହେଉଛି କୃଷ୍ଣ-ଚେତନା । ଏହି ବସ୍ତୁବାଦ ଜଗତ ରେ, ଯଦି ତୁମେ କିଛି ସମୟ ପାଇଁ କାର୍ଯ୍ୟ କର, ତୁମେ କ୍ଳାନ୍ତି ଅନୁଭବ କରିବ । ତୁମକୁ ଆରାମ ଦରକାର ହେବ । ନିହାତି, ମୁଁ ନୁହେଁ, ମୋର କହିବା ଅଭିପ୍ରାୟେ, ଅତିରଞ୍ଜିତ କରୁନାହିଁ । ମୁଁ ଜଣେ ୭୨ ବୟସ ର ବୃଦ୍ଧ ବ୍ୟକ୍ତି । ହଁ ,ମୁଁ ଅସୁସ୍ଥ ଥିଲି । ମୁଁ ଭରତ କୁ ଫେରି ଯାଇଥିଲି । ମୁଁ ଆଉଥରେ ଆସିଛି । ମୁଁ କାର୍ଯ୍ୟ କରିବାକୁ ଚାହୁଁଛି । ମୁଁ କର୍ମ କରିବାକୁ ଚାହୁଁଛି । ପ୍ରକୃତରେ, ମୁଁ ଏହି ସବୁ କାର୍ଯ୍ୟରୁ ସନ୍ୟାସ ନେଇଯିବାର ଥିଲା, କିନ୍ତୁ ମୁଁ ଅନୁଭବ କରୁନି... ଏବେ ବି ମୁଁ କରିପାରିବି, ମୁଁ କାମ କରିବାକୁ ଚାହେଁ । ମୁଁ ଚାହେଁ....ଦିନ ଏବଂ ରାତି । ରାତିରେ ମୁଁ ଦିକ୍ଟାଫୋନ ରେ କାମ କରେ । ତେଣୁ ମୁଁ ଭୁଲ... ମତେ ଖରାପ ଲାଗେ ଯଦି ମୁଁ କାମ କରି ପରେ ନାହିଁ । ଏହା ହେଉଛି କୃଷ୍ଣ-ଚେତନା । ଜଣେ କାର୍ଯ୍ୟ କରିବା ପାଇଁ ଆତୁର ଥିବା ଦରକାର । ଏହା ନୁହେଁ ଯେ ଏହା ଏକ ମାନ୍ଦା ସମାଜ । ନାଁ । ଆମ ପାଖରେ ଯଥେଷ୍ଟ ନିଯୁକ୍ତି ହୋଇ ଅଛନ୍ତି । ସେମାନେ କାଗଜ ସଜାଡୁଛନ୍ତି, ସେମାନେ କାଗଜ ବିକୁଛନ୍ତି । ଖାଲି ଖୋଜି ବାହାର କର କେମିତି କୃଷ୍ଣ-ଚେତନା ପ୍ରଚାର ପ୍ରସାର କରିବ, ବସ ଏତିକି । ଏହା ହିଁ ବାସ୍ତବ ।