OR/Prabhupada 0025 - ଆମେ ଯଦି ଯଥାର୍ଥ ବସ୍ତୁ ଦେବା, ଏହା କାମ କରିବ



Conversation with Yogi Amrit Desai of Kripalu Ashram (PA USA) -- January 2, 1977, Bombay

ୟୋଗୀ ଅମୃତ ଦେଶାଇ: ମୋର ଆପଣଙ୍କ ପ୍ରତି ବହୁତ ପ୍ରେମ ଅଛି, ଏବଂ ମୁଁ କହିଲି, ଆପଣଙ୍କ ଦର୍ଶନ ପାଇଁ ଆସିବାକୁ ହିଁ ହେବ ।

ପ୍ରଭୁପାଦ: ଧନ୍ୟବାଦ ।

ୟୋଗୀ ଅମୃତ ଦେଶାଇ: ମୁଁ ଭକ୍ତମାନଙ୍କୁ କହୁଥିଲି । ମୁଁ କହୁଥିଲି କି ଆପଣ...

ପ୍ରଭୁପାଦ: ତୁମେ ଡ଼ା.ମିଶ୍ରଙ୍କ ସହିତ କି ?

ୟୋଗୀ ଅମୃତ ଦେଶାଇ: ନା, ମୁଁ ନୁହେଁ । ମୁଁ ଏଠାରେ ସବୁ ଭକ୍ତମାନଙ୍କୁ କହୁଥିଲି । ମୁଁ କହୁଥିଲି ଶ୍ରୀ ପ୍ରଭୁପାଦ ହେଉଛନ୍ତି ପ୍ରଥମ ପୁରୁଷ ଯିଏ ପଶ୍ଚିମକୁ ଭକ୍ତି ଆଣିଲେ, ଯେଉଁଠାରେ ଏହାର ଆବଶ୍ୟକତା ବେଶୀ ଅଛି । କାରଣ ସେଠାରେ ସେମାନେ ଏତେ ଅଧିକ ଭାବନ୍ତି, ଭାବିଚାଲନ୍ତି । ପ୍ରେମର ଏହି ମାର୍ଗ ଭାରୀ ଗଭୀର ।

ପ୍ରଭୁପାଦ: ଦେଖ, ତୁମେ ଯଦି ବାସ୍ତବରେ ଏକ ଯଥାର୍ଥ ବସ୍ତୁ ଉପସ୍ଥାପନ କରୁଛ

ୟୋଗୀ ଅମୃତ ଦେଶାଇ: ଅତି ଯଥାର୍ଥ ।

ପ୍ରଭୁପାଦ: ଏହା ହୃଦୟଙ୍ଗମ ହେବ ।

ୟୋଗୀ ଅମୃତ ଦେଶାଇ: ସେଥିପାଇଁ ଏହା ଏତେ ସୁନ୍ଦର ଭାବରେ ବଢ଼ିଚାଲୁଛି, କାରଣ ଏହା ଯଥାର୍ଥ ଅଟେ ।

ପ୍ରଭୁପାଦ: ଏବଂ ସେମାନଙ୍କୁ ଯଥାର୍ଥ କଥା ଦେବା ଭାରତୀୟମାନଙ୍କର କର୍ତ୍ତବ୍ୟ । ତାହା ପରଉପକାର ଅଟେ । ମୋ ପୂର୍ବରୁ ଏହି ସମସ୍ତ ସ୍ଵମୀ ଓ ଯୋଗୀମାନେ ସେମାନଙ୍କୁ ଠକିବା ପାଇଁ ସେଠାକୁ ଯାଇଥିଲେ ।

ୟୋଗୀ ଅମୃତ ଦେଶାଇ: ନା, ସେମାନେ ଯଥାର୍ଥତା ଦେବା ପାଇଁ ଭୟ କରୁଥିଲେ କାରଣ ସେମାନେ ଭୟ କରୁଥିଲେ ଯେ ସେମାନଙ୍କୁ ସ୍ଵୀକାର କରାଯିବ ନାହିଁ ।

ପ୍ରଭୁପାଦ: ସେମାନେ ସତ୍ୟ କ'ଣ ଜାଣିନାହାଁନ୍ତି । ଭୟ ନୁହେଁ । କାହିଁକି? ଯଦି ଜଣେ ସତ୍ୟର ସ୍ତରରେ ଅଛି, ସେ କାହିଁକି ଭୟ କରିବ?

ୟୋଗୀ ଅମୃତ ଦେଶାଇ: ନିଃଶ୍ଚୟ । ପ୍ରଭୁପାଦ: ସେମାନେ ସତ୍ୟ କ'ଣ ଜାଣିନାହାଁନ୍ତି, ବିବେକାନନ୍ଦଙ୍କ ଠାରୁ ଆରମ୍ଭ କରି ।

ୟୋଗୀ ଅମୃତ ଦେଶାଇ:ସେବେଠାରୁ, ଠିକ୍ । ଦେଖନ୍ତୁ ଆପଣ ଆସିବା ପରେ... ମୁଁ ୧୯୬୦ ରେ ସେଠାରେ ଥିଲି । ମୁଁ ଯୋଗ ଶିକ୍ଷେଇବା ଆରମ୍ଭ କରିଲି । କିନ୍ତୁ ଆପଣ ଆସିବା ପରେ ମୁଁ ଭକ୍ତି ଓ ମନ୍ତ୍ର ଉଚ୍ଚାରଣ ଶିକ୍ଷା ଦେବା ପାଇଁ ନିର୍ଭୟ ହେଲି । ତେଣୁ ଆମ ଆଶ୍ରମରେ ବର୍ତ୍ତମାନ ବହୁତ ଭକ୍ତି ଅଛି, ବହୁତ ସାରା ଭକ୍ତି । ଏବଂ ସେହି ସମ୍ମାନ ମୁଁ ଆପଣକୁ ଦେଉଛି କାରଣ ମୁଁ ସେମାନଙ୍କୁ ଦେବାକୁ ଭୟ କରୁଥିଲି କାରଣ ମୁଁ ଭାବୁଥିଲି, "ସେମାନେ ଖ୍ରୀଷ୍ଟିୟାନ୍ । ସେମାନେ ଏତେ ଭକ୍ତି ପସନ୍ଦ କରିବେ ନାହିଁ । ସେମାନେ ଭୁଲ୍ ବୁଝିବେ ।" କିନ୍ତୁ ଆପଣ ଏକ ଚମତ୍କାର ପ୍ରଦର୍ଶନ କରିଲେ । ଭଗବାନ୍, କୃଷ୍ଣ ଆପଣଙ୍କ ମାଧ୍ୟମରେ ଚମତ୍କାର ପ୍ରଦର୍ଶନ କରିଲେ । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ, ପୃଥିବୀରେ ସବୁଠାରୁ ବଡ଼ ଚମତ୍କାର । ମୁଁ ଏହା ଅତି ଦୄଢ଼ ଭାବରେ ଅନୁଭବ କରୁଛି ।

ପ୍ରଭୁପାଦ: ଆପଣ ଭାରି ଦୟାଳୁ ଯେ ଆପଣ ଏହି ବିବରଣ ଦେଉଛନ୍ତି । ଆମେ ଯଦି ଯଥାର୍ଥ ବସ୍ତୁ ଦେବା, ଏହା କାମ କରିବ ।

ୟୋଗୀ ଅମୃତ ଦେଶାଇ:ଠିକ୍ କଥା । ମୁଁ ମଧ୍ୟ ଏହା କରୁଛି । ସମସ୍ତେ... ଆମ ଆଶ୍ରମରେ ସ୍ଥାୟୀ ଭାବରେ ପ୍ରାୟ ୧୮୦ ଜଣ ଲୋକ ଅଛନ୍ତି, ଏବଂ ସେମାନେ ସମସ୍ତେ ବ୍ରହ୍ମଚର୍ଯ୍ୟ ଅଭ୍ୟାସ କରୁଛନ୍ତି । ସମସ୍ତେ ୪.୦୦ ରେ ଉଠନ୍ତି, ଏବଂ ୯.୦୦ ରେ ଶୁଅନ୍ତି । ଏବଂ ସେମାନେ ପରସ୍ପରକୁ ମଧ୍ୟ ସ୍ପର୍ଶ କରନ୍ତି ନାହିଁ । ସେମାନେ ଭିନ୍ନ ଭିନ୍ନ କୋଠରିରେ ଶୁଅନ୍ତି । ସେମାନେ ସତ୍-ସଙ୍ଗରେ ମଧ୍ୟ ପୃଥକ ହୋଇ ବସନ୍ତି । ସବୁକିଛି ଶକ୍ତ। ନା ନିଶା, ନା ମଦ, ନା ମାଂସ, ନା ଚା, ନା କଫି, ନା ରସୁଣ, ନା ପିଆଜ । ବିଶୁଦ୍ଧ ।

ପ୍ରଭୁପାଦ: ବହୁତ ଭଲ । ହଁ । ଅାମେ ଏହାକୁ ଅନୁସରଣ କରୁଛୁ ।

ୟୋଗୀ ଅମୃତ ଦେଶାଇ: ହଁ ।

ପ୍ରଭୁପାଦ: କିନ୍ତୁ ତୁମ ପାଖରେ କୌଣସି ବିଗ୍ରହ ଅଛି?

ୟୋଗୀ ଅମୃତ ଦେଶାଇ: ହଁ । ଭଗବାନ୍ କୃଷ୍ଣ ଓ ରାଧା ଆମର ବିଗ୍ରହ ଅଟନ୍ତି । ମୋ ଗୁରୁ ହେଉଛନ୍ତି ସ୍ଵାମୀ କୃପାଳୁ-ଆନନ୍ଦି । ସେ ଅଛନ୍ତି...ବରୋଦା ପାଖରେ ତାଙ୍କର ଆଶ୍ରମ ଅଛି । ସେ ୨୭ ବର୍ଷ ହେଲା ତାଙ୍କର ସାଧନା ଅଭ୍ୟାସ କରୁଛନ୍ତି, ଏବଂ ସେ ୧୨ ବର୍ଷ ସଂପୂର୍ଣ୍ଣ ମୌନ ଥିଲେ । ବିଗତ କିଛି ବର୍ଷରୁ ସେ ବର୍ଷକୁ ଥରେ କିମ୍ଵା ଦୁଇଥର କଥା ହେଉଛନ୍ତି, କାରଣ ଅନେକ ଲୋକ ଅନୁରୋଧ କରୁଛନ୍ତି ।

ପ୍ରଭୁପାଦ: ସେ ଜପ କରୁନାହାଁନ୍ତି?

ୟୋଗୀ ଅମୃତ ଦେଶାଇ: ସେ ଜପ କରନ୍ତି । ମୌନ ଥିବା ସମୟରେ, ତାଙ୍କୁ ଜପ କରିବା ପାଇଁ ଅନୁମତି ଅଛି । କାରଣ ସେ ଯେତେବେଳେ କୁହନ୍ତି....ଆପଣ ଯେତେବେଳେ ଭଗବାନଙ୍କ ନାମ ଉଚ୍ଚାରଣ କରନ୍ତି, ତାକୁ ମୌନ ଭଙ୍ଗ କରିବା କୁହାଯାଏ ନାହିଁ । ତେଣୁ ସେ ଜପ କରନ୍ତି ।

ପ୍ରଭୁପାଦ: ମୌନ ଅର୍ଥାତ୍ ଆମେମାନେ ନିରର୍ଥକ କଥା ନ ହେବା । ଆମେମାନେ ହରେକୃଷ୍ଣ ମନ୍ତ୍ର ଜପ କରିବା ଉଚିତ୍ । ତାହା ମୌନ ଅଟେ । ସମୟ ନଷ୍ଟ କରିବା, ଭୌତିକ ବିଷୟ ବସ୍ତୁ ଚର୍ଚ୍ଚା କରିବା ପରିବର୍ତ୍ତେ, ଆମେମାନେ ହରେକୃଷ୍ଣ ମନ୍ତ୍ର ଜପ କରିବା । ତାହା ସାକାରାତ୍ମକ ଅଟେ । ଏବଂ ମୌନ ନାକାରତ୍ମକ ଅଟେ । ନିରର୍ଥକ କଥା ବନ୍ଦ କରି; ବିବେକର ସହିତ କଥା ହୁଅ ।

ୟୋଗୀ ଅମୃତ ଦେଶାଇ: ଠିକ୍ ! ତାହା ଠିକ୍ କଥା ।

ପ୍ରଭୁପାଦ: ପରମ ଦୃଷ୍ଟ୍ଵା ନିବର୍ତତେ (BG 2.59) । ଯଦି ଜଣେ ତା'ର ନିରର୍ଥକ କଥା ବନ୍ଦ କରିପାରେ, ତେବେ ପରମ,ପରମ...ପରମ ଦୃଷ୍ଟ୍ଵା ନିବର୍ତତେ । ଯେତେବେଳେ ତୁମକୁ ଭଲ ଜିନିଷ ମିଳିବ, ସେତେବେଳେ ତୁମେ ସ୍ଵାଭାବିକ ରୁପେ ବାଜ୍ୟବସ୍ତୁ ତ୍ୟାଗ କରିବ । ତେଣୁ କିଛି ବି ଭୌତିକ, ତାହା ବାଜ୍ୟ ଅଟେ । କର୍ମ, ଜ୍ଞାନ, ଯୋଗ, ସେ ସମସ୍ତେ ଭୌତିକ ଅଟନ୍ତି । କର୍ମ, ଜ୍ଞାନ, ଯୋଗ ।ଏପରିକି ତଥାକଥିତ ଯୋଗ ପର୍ଯ୍ୟନ୍ତ, ସେମାନେ ସମସ୍ତେ ଭୌତିକ ଅଟନ୍ତି ।