OR/Prabhupada 0034 - ସମସ୍ତେ ଅଧିକାରୀ ମାନଙ୍କଠାରୁ ଜ୍ଞାନ ପ୍ରାପ୍ତ କରନ୍ତି



Lecture on BG 7.1 -- Durban, October 9, 1975

ଅଧ୍ୟାୟ ସାତ,"ଭଗବଦ୍ଜ୍ଞାନ ।" ଦୁଇଟି କଥା ଅଛି, ପୂର୍ଣ୍ଣ ଏବଂ ଅନୁରୂପ। ଏହା ଏକ ଅନୁରୂପ ଦୁନିଆ । ଏଠାରେ ଆମେ ଗୋଟିଏ କଥା ଅନ୍ୟଏକ କଥା ବିନା ବୁଝିପାରିବା ନାହିଁ । ଯେତେବେଳେ ଆମେ କହୁ "ଏଠାରେ ପୁତ୍ର ଅଛି" ତାହାହେଲେ ପିତା ମଧ୍ୟ ନିଶ୍ଚିତ ରୂପରେ ଥିବେ । ଯେତେବେଳେ ଆମେ କହୁ "ଏଠାରେ ସ୍ଵାମୀ ଅଛିନ୍ତି," ତାହାହେଲେ ସ୍ତ୍ରୀ ମଧ୍ୟ ନିଶ୍ଚିତ ରୂପରେ ଥିବେ । ଯେତେବେଳେ ଆମେ କହୁ "ଏଠାରେ ଚାକର ଅଛିନ୍ତି," ତାହାହେଲେ ମାଲିକ ମଧ୍ୟ ନିଶ୍ଚିତ ରୂପରେ ଥିବେ । ଯେତେବେଳେ ଆମେ କହୁ "ଏଠାରେ ଆଲୋକ ଅଛି," ତାହାହେଲେ ଅନ୍ଧକାର ମଧ୍ୟ ନିଶ୍ଚିତ ରୂପରେ ଥିବ । ଏହାକୁ ଅନୁରୂପ ଦୁନିଆ କୁହାଯାଏ । ଜଣକୁ ଅନ୍ୟଏକ ଅନୁରୂପ ଦୃଷ୍ଟିକୋଣରୁ ବୁଝିବାକୁ ହେବ । କିନ୍ତୁ ଅନ୍ୟଏକ ଜଗତ ଅଛି, ଯାହାକୁ ପରମ ଜଗତ କୁହାଯାଏ । ସେଠାରେ ମାଲିକ ଏବଂ ଚାକର, ଏକା କଥା । କୌଣସି ପାର୍ଥକ୍ୟ ନାହିଁ । ଯଦିଓ ଜଣେ ମାଲିକ ଏବଂ ଜଣେ ଚାକର, କିନ୍ତୁ ସ୍ଥିତି ସମାନ ଅଟେ ।

ତେଣୁ ଭଗବଦ୍ ଗୀତାର ସପ୍ତମ ଅଧ୍ୟାୟ ଆମକୁ ପରମ ଜଗତ, ପରମ ଜ୍ଞାନ ସମ୍ଵନ୍ଧରେ କିଛି ସୂଚନା ଦିଏ । ତେଣୁ ସେହି ଜ୍ଞାନ କିପରି ପ୍ରାପ୍ତ କରିବା, ତାହା ପରମପୁରୁଷ କୃଷ୍ଣଙ୍କ ଦ୍ଵାରା କୁହାଯାଇଛି । କୃଷ୍ଣ ପରମ ପୁରୁଷୋତ୍ତମ ଅଟନ୍ତ ।

ଇଶ୍ଵରଃ ପରମଃ କୃଷ୍ଣଃ
ସତ୍-ଚିତ୍-ଆନନ୍ଦ-ବିଗ୍ରହଃ
ଅନାଦିରାଦିଗୋବିନ୍ଦଃ
ସର୍ବକାରଣକାରଣମ୍
(Bs 5.1)

କୃଷ୍ଣଙ୍କର ଏହି ବର୍ଣ୍ଣନା ଭଗବାନ ବ୍ରହ୍ମାଙ୍କ ଦ୍ଵାରା ତାଙ୍କ ପୁସ୍ତକରେ ଦିଆଯାଇଛି ଯାହାକୁ ବ୍ରହ୍ମସଂହିତା କୁହାଯାଏ, ଯାହା ଅତ୍ୟନ୍ତ ମାନ୍ୟତାପ୍ରାପ୍ତ ପୁସ୍ତକ ଅଟେ । ଏହି ପୁସ୍ତକ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦ୍ଵାରା ଦକ୍ଷିଣ ଭାରତରୁ ସଂଗ୍ରହ କରାଯାଇଥିଲା, ଏବଂ ସେ ଯେତେବେଳେ ଦକ୍ଷିଣ ଭାରତ ଭ୍ରମଣରୁ ଫେରିଲେ ସେ ଏହି ପୁସ୍ତକକୁ ତାଙ୍କ ଭକ୍ତମାନଙ୍କ ନିକଟରେ ପ୍ରସ୍ତୁତ କରିଥିଲେ । ତେଣୁ ଆମେ ଏହି ପୁସ୍ତକ, ବ୍ରହ୍ମସଂହିତାକୁ ଅତ୍ୟନ୍ତ ମାନ୍ୟତାପ୍ରାପ୍ତ ସ୍ଵୀକାର କରୁ । ଏହା ଆମ ଜ୍ଞାନଅର୍ଜନ କରିବାର ପ୍ରକ୍ରିୟା ଅଟେ । ଆମେ ପ୍ରାମାଣିକ ସୂତ୍ରରୁ ଜ୍ଞାନ ପ୍ରାପ୍ତ କରୁ । ସମସ୍ତେ ଅଧିକାରୀ ମାନଙ୍କଠାରୁ ଜ୍ଞାନ ପ୍ରାପ୍ତ କରନ୍ତି, କିନ୍ତୁ ସାଧାରଣ ଅଧିକାରୀ, ଏବଂ ଆମର ଅଧିକାରୀ ସ୍ଵୀକାର କରିବାର ପ୍ରକ୍ରିୟା ଟିକିଏ ଭିନ୍ନ ଅଟେ ।

ଆମର ଅଧିକାରୀ ସ୍ଵୀକାର କରିବା ଅର୍ଥାତ ସେ ତାଙ୍କ ପୁର୍ବ ଅଧିକାରୀଙ୍କୁ ମଧ୍ୟ ସ୍ଵୀକାର କରିଥିବେ । ଜଣେ ସ୍ଵୟଂ ନିର୍ମିତ୍ତ ଅଧିକାରୀ ହେଇପାରିବ ନାହିଁ । ଏହା ସମ୍ଭବ ନୁହେଁ । ତେବେ ଏହା ତ୍ରୁଟିପୂର୍ଣ୍ଣ ଅଟେ । ମୁଁ ବାରମ୍ଵାର ଏହାର ଉଦାହରଣ ଦେଇଛି, ଯେ ଏକ ସନ୍ତାନ ନିଜ ପିତାଙ୍କଠାରୁ ଶିଖେ । ସନ୍ତାନ ନିଜ ପିତାଙ୍କୁ ପଚାରେ, "ବାପା, ଏହି ଯନ୍ତ୍ରଟି କ'ଣ?" ଏବଂ ପିତା କୁହନ୍ତି, "ପ୍ରିୟ ପୁତ୍ର, ଏହା ଏକ ମାଇକ୍ ।" ଏପରି ପୁତ୍ର ପିତାଙ୍କଠାରୁ ଜ୍ଞାନଲାଭ କରେ, "ଏହା ଏକ ମାଇକ୍ ।" ତେଣୁ ଯେବେ ସେ ପୁତ୍ର ଅନ୍ୟଜଣକୁ କହେ ଯେ, "ଏହା ଏକ ମାଇକ୍ ।" ଏହା ସଠିକ । ଯଦିଓ ସେ ଏକ ଶିଶୁ, ତଥାପି, ଯେହେତୁ ସେ ପ୍ରାମାଣିକ ସୂତ୍ରରୁ ଜ୍ଞାନଲାଭ କରିଛି, ତା'ର ଅଭିବ୍ୟକ୍ତି ଠିକ ଅଟେ । ସେହିପରି, ଯଦି ଆମେ ପ୍ରାମାଣିକ ସୂତ୍ରରୁ ଜ୍ଞାନଲାଭ କରିବା, ତେବେ ମୁଁ ଏକ ଶିଶୁ ହେଲେ ମଧ୍ୟ ମୋର ଅଭିବ୍ୟକ୍ତି ଠିକ ଅଟେ । ଏହା ଆମର ଜ୍ଞାନ ଅର୍ଜନ କରିବା ପ୍ରକ୍ରିୟା । ଆମେ ଜ୍ଞାନର ନିର୍ମାଣ କରୁନାହୁଁ । ଏହି ପ୍ରକ୍ରିୟା ଭଗବଦ୍ ଗୀତାର ଚତୁର୍ଥ ଅଧ୍ୟାୟରେ ଦିଅାଯାଇଅଛି, ଏବଂ ପରମ୍ପରାପ୍ରାପ୍ତମିମଂ ରାଜର୍ଷୟୋ ବିଦୁଃ (BG 4.2) । ଏହା ହେଉଛି ପରମ୍ପରାର ପ୍ରଣାଳୀ...

ଇମଂ ବିବସ୍ଵତେ ଯୋଗଂ
ପ୍ରୋକ୍ତବାନହମବ୍ୟୟମ୍
ବିବସ୍ଵାନ୍ ମନବେ ପ୍ରାହ
ମନୁରିକ୍ଷ୍ଵାକବେଽବ୍ରବୀତ୍
(BG 4.1)

ଏବଂ ପରମ୍ପରା । ତେଣୁ ଆମେ ଯେତେବେଳେ ପରମ ଠାରୁ ଶୁଣିବା, ଆମେ ପରମ ଜ୍ଞାନ ଲାଭ କରିପାରିବା । ଏହି ଅନୁରୂପ ଦୁନିଆରେ କୌଣସି ବ୍ୟକ୍ତି ଆମକୁ ପରମ ଜ୍ଞାନ ସମ୍ଵନ୍ଧରେ ସୂଚନା ଦେଇପାରିବେ ନାହିଁ । ତାହା ସମ୍ଭବପର ନୁହେଁ । ତେଣୁ ଆମେ ଏଠାରେ ପରମ ଜଗତ ସମ୍ବନ୍ଧରେ ବୁଝିପାରିବା, ପରମ ଜ୍ଞାନ, ପୁରୁଷୋତ୍ତମଙ୍କ ଠାରୁ, ଯେ ପରମ ପୁରୁଷ ଅଟନ୍ତି । ପରମ ପୁରୁଷ ଅର୍ଥାତ ଅନାଦିର୍ ଆଦିର୍ ଗୋବିନ୍ଦଃ (Bs 5.1) । ସେ ହେଉଛନ୍ତି ଆଦି ପୁରୁଷ, କିନ୍ତୁ ତାଙ୍କର କୌଣସି ଆଦି ନାହିଁ, ତେଣୁ ସେ ପରମ । ସେ ଅନ୍ୟ କାହାଯୋଗୁଁ ଅଛନ୍ତି ତାହା ବୁଝିବା ଠିକ୍ ନୁହେଁ । ସେ ହିଁ ଭଗବାନ୍ । ତେଣୁ ଏହି ଅଧ୍ୟାୟରେ, ସେଥିପାଇଁ କୁହାଯାଇଛି, ଶ୍ରୀ ଭଗବାନ୍ ଉବାଚ, ପରମ ପୁରୁଷ... ଭଗବାନ୍ ମାନେ ପରମ ପୁରୁଷ, ସେ କାହା ଉପରେ ନିର୍ଭରଶୀଳ ନୁହନ୍ତି ।