OR/Prabhupada 0036 - ଆମ ଜୀବନର ଲକ୍ଷ୍ୟ



Lecture on BG 2.1-11 -- Johannesburg, October 17, 1975

ତେଣୁ ଆମେ ଯେତେବେଳେ ଏହି ଭୌତିକ କାର୍ଯ୍ୟ ଯୋଗୁଁ ବୁଦ୍ଧିବଣା ହେଉ, କ'ଣ କରିବା-କରିବା କି ନାହିଁ-ଏହା ଏକ ଉଦାହରଣ- ସେହି ସମୟରେ ଆମେ ଜଣେ ଗୁରୁଙ୍କର ଆଶ୍ରୟ ନେବା ଉଚିତ୍ । ତାହା ଏଠାରେ ନିର୍ଦ୍ଦେଶ ଦିଆଯିବାର, ଆମେ ଦେଖୁ । ପୃଚ୍ଛାମି ତ୍ଵାଂ ଧର୍ମସଂମୂଢ଼ଚେତାଃ । ଯେତେବେଳେ ଆମେମାନେ ଭ୍ରମିତ ହେଉ, ଆମେ ଅନ୍ତର କରିପାରୁନାହୁଁ କେଉଁଟା ଧର୍ମ ଏବଂ କେଉଁଟା ଅଧର୍ମ, ଆମେ ଆମ ସ୍ଥିତିର ଉଚିତ୍ ଢ଼ଙ୍ଗରେ ଉପଯୋଗ କରିପାରୁ ନାହୁଁ । ତାହା ହେଉଛି କାର୍ପଣ୍ୟଦୋଷାପହତସ୍ଵଭାବଃ (BG 2.7) । ସେହି ସମୟରେ ଗୁରୁଙ୍କର ଆବଶ୍ୟକତା ଥାଏ । ତାହା ହେଉଛି ବୈଦିକ ନିର୍ଦ୍ଦେଶ । ତଦ୍ ବିଜ୍ଞାନାର୍ଥଂ ସ ଗୁରୁଂ ଏବାଭିଗଚ୍ଛେତ୍ ଶ୍ରୋତ୍ରିୟଂ ବ୍ରହ୍ମ ନିଷ୍ଠଂ (MU 1.2.12) । ଏହା ହିଁ କର୍ତ୍ତବ୍ୟ ।

ଏହା ହିଁ ସଭ୍ୟତା, ଯେ ଆମେମାନେ ଜୀବନର ଅନେକ ସମସ୍ୟାର ସମ୍ମୁଖୀନ ହେଉ । ତାହା ସ୍ଵଭାବିକ ଅଟେ । ଏହି ଭୌତିକ ଜଗତେରେ ଭୌତିକ ଜଗତ ହିଁ ଜୀବନର ସମସ୍ୟା । ପଦଂ ପଦଂ ୟଦ ବିପଦାଂ (SB 10.14.58) । ଭୌତିକ ଜଗତ ଅର୍ଥାତ୍ ସବୁ ପଦରେ ବିପଦ ଅଛି । ତାହା ହେଉଛି ଭୌତିକ ଜଗତ । ତେଣୁ ସେଥିପାଇଁ ଆମେ ଗୁରୁଙ୍କଠାରୁ ପଥପ୍ରଦର୍ଶନ ନେବା ଉଚିତ୍, ଶିକ୍ଷକମାନଙ୍କଠାରୁ, ଆଚାର୍ଯ୍ୟମାନଙ୍କଠାରୁ କିପରି ପ୍ରଗତି କରିବା, କାରଣ ଏହା...

ତାହା ପରେ ବର୍ଣ୍ଣନା କରାଯିବ ଯେ, ଆମ ଜୀବନର ଲକ୍ଷ୍ୟ, ଅତିକମରେ ଏହି ମନୁଷ୍ୟ ଜୀବନରେ, ଆର୍ଯ୍ୟ ସଭ୍ୟତାରେ, ଜୀବନର ଲକ୍ଷ୍ୟ ହେଉଛି ଆମର ସ୍ଵାଭାବିକ ସ୍ଥିତିକୁ ବୁଝିବା, "ମୁଁ କ'ଣ । ମୁଁ କ'ଣ ।" ଯଦି ଆମେ ବୁଝିପାରିବା ନାହିଁ "ମୁଁ କ'ଣ, ତେବେ ମୁଁ ବିଲେଇ ଏବଂ କୁକୁର ସହିତ ସମାନ ଅଟେ । କୁକୁର, ବିଲେଇ ସେମାନେ ଜାଣିନାହାଁନ୍ତି । ସେମାନେ ଭାବନ୍ତି ଯେ ସେମାନେ ଏହି ଶରୀର । ତାହା ବର୍ଣ୍ଣନା କରାଯିବ ।

ତେଣୁ ଜୀବନର ଏହି ଅବସ୍ଥାରେ, ଆମେ ଯେତେବେଳେ ବୁଦ୍ଧିବଣା ହେଉ... ବାସ୍ତବରେ ଆମେମାନେ ପ୍ରତିମୂହୁର୍ତ୍ତରେ ଦ୍ଵନ୍ଦରେ ରହୁଛୁ । ସେଥିପାଇଁ ଜଣେ ବ୍ୟକ୍ତି ଏକ ଉପଯୁକ୍ତ ଗୁରୁଙ୍କର ଶରଣାଗତ ହେବା ଆବଶ୍ୟକ । ବର୍ତ୍ତମାନ ଅର୍ଜୁନ କୃଷ୍ଣଙ୍କର ଶରଣାଗତ ହେଲେ,ପ୍ରଥମ ଶ୍ରେଣୀର ଗୁରୁ । ପ୍ରଥମ ଶ୍ରେଣୀର ଗୁରୁ । ଗୁରୁ ଅର୍ଥାତ୍ ପରମ ଭଗବାନ୍ । ସେ ସମସ୍ତଙ୍କର ଗୁରୁ ଅଟନ୍ତି, ପରମ ଗୁରୁ । ତେଣୁ ଯେ କେହି କୃଷ୍ଣଙ୍କର ପ୍ରତିନିଧିତ୍ଵ କରେ, ସେ ମଧ୍ୟ ଗୁରୁ ଅଟେ । ତାହା ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯିବ । ଏବଂ ପରମ୍ପରାପ୍ରାପ୍ତମିମଂ ରାଜର୍ଷୟୋ ବିଦୁଃ (BG 4.2) । ତେଣୁ କୃଷ୍ଣ ଉଦାହରଣ ଦେଉଛନ୍ତି, ଆମକୁ କେଉଁଠାରେ ଶରଣାଗତ ହେବା ଏବଂ ଗୁରୁ ସ୍ଵୀକାର କରିବା ଉଚିତ୍ ଏଠାରେ କୃଷ୍ଣ ଅଛନ୍ତି । ତେଣୁ ତୁମକୁ କୃଷ୍ଣ କିମ୍ଵା ତାଙ୍କ ପ୍ରତିନିଧିଙ୍କୁ ଗୁରୁଭାବେ ଗ୍ରହଣ କରିବା ଉଚିତ୍ । ତେବେ ତୁମ ସମସ୍ୟାର ସମାଧାନ ହୋଇପାରିବ । ଅନ୍ୟଥା ଏହା ସମ୍ଭଭପର ନୁହେଁ, କାରଣ ସେ କହିପାରିବେ ଯେ ତୁମପାଇଁ କ'ଣ ଭଲ, କ'ଣ ଖରାପ ଅଟେ ।

ସେ ପଚାରୁଛନ୍ତି, ଯଚ୍ଛ୍ରେୟଃ ସ୍ୟାନ୍ନିଶ୍ଚିତଂ ବ୍ରୂହି ତନ୍ମେ (BG 2.7) । ନିଶ୍ଚିତଂ । ଯଦି ତୁମେ ପରାମର୍ଶ, ଉପଦେଶ ଚାହୁଁଛ, ନିଶ୍ଚିତଂ,ଯାହା ନିଃସନ୍ଦେହରେ, ବିନା ଭ୍ରମରେ, ନିର୍ଭୂଲରେ, ନିଷ୍କପଟରେ, ତାହାକୁ ନିଶ୍ଚିତଂ କୁହାଯାଏ । ତାହା ତୁମେ କୃଷ୍ଣ କିମ୍ଵା ତାଙ୍କ ପ୍ରତିନିଧିଙ୍କଠାରୁ ପାଇପାରିବ । ତୁମେ ଅପୂର୍ଣ୍ଣ କିମ୍ଵା ଠକବ୍ୟକ୍ତିଙ୍କଠାରୁ ଠିକ୍ ସୂଚନା ପାଇପାରିବ ନାହିଁ । ତାହା ଠିକ୍ ଉପଦେଶ ନୁହେଁ । ଆଜିକାଲି ଏହା ଏକ ଫେଶନ ପାଲିଟି ଯାଇଛି, ସମସ୍ତେ ଗୁରୁ ହେଇଯାଉଛନ୍ତି ଏବଂ ସେ ନିଜର ମତ ଦେଉଛି, "ମୁଁ ଭାବୁଛି," "ମୋ ମତରେ ।" ସେ ଗୁରୁ ନୁହେଁ । ଗୁରୁ ଅର୍ଥାତ୍ ସେ ଶାସ୍ତ୍ରରୁ ପ୍ରମାଣ ଦେଉଥିବ । ଯଃ ଶାସ୍ତ୍ରବିଧିମୁତ୍ସୃଜ୍ୟ ବର୍ତତେ କାମକାରତଃ (BG 16.23) "ଯିଏ ପ୍ରମାଣ ଦିଏ ନାହିଁ, ପ୍ରମାଣ, ଶାସ୍ତ୍ରରୁ, ତେବେ "ନ ସିଦ୍ଧିଂ ସ ଅବାପ୍ନୋତି, "ତାକୁ କେବେହେଲେ ସଫଳତା ମିଳେ ନାହିଁ, " ନ ସୁଖଂ, "ନା କୌଣସି ସୁଖ ଏହି ଭୌତିକ ସଂସାରରେ," ନ ପରାଂ ଗତିମ୍, "ଏବଂ ପରବର୍ତ୍ତୀ ଜୀବନରେ ଉନ୍ନତ୍ତି କଥା କ'ଣ କହିବ ।" ଏହା ନିଷେଧାଜ୍ଞା ଅଟେ ।