OR/Prabhupada 0046 - ତୁମେ ପଶୁ ହୁଅ ନାହିଁ-ବିରୋଧ କର



Morning Walk -- May 28, 1974, Rome

ୟୋଗେଶ୍ଵର: ଯିବା ପୁର୍ବରୁ ଭଗବାନ ମୋ ପାଖରେ ପ୍ରଶ୍ନର ଏକ ସୂଚି ଛାଡ଼ିଯାଇଛି । ମୁଁ ଆପଣଙ୍କୁ କିଛି ପ୍ରଶ୍ନ ପଚାରି ପାରିବି କି?

ପ୍ରଭୁପାଦ: ହଁ ।

ୟୋଗେଶ୍ଵର: ଏକ ସମସ୍ୟା ଯାହା ବାରମ୍ଵାର ଘଟିବାର ପ୍ରତୀତ ହେଉଛି ତାହା ହେଉଛି ଆତଙ୍କବାଦୀଙ୍କର ଉପସ୍ଥିତି, କହିବାର ଅର୍ଥ ଏହିକି ଯେ, ଯେଉଁ ବ୍ୟକ୍ତିମାନେ ଅଧିକାଂଶ ରାଜନୀତିକ କାରଣରୁ ପ୍ରେରିତ ।

ପ୍ରଭୁପାଦ: ହଁ ସମସ୍ତ ମୌଳିକ ସିଦ୍ଧାନ୍ତ ମୁଁ ପୂର୍ବରୁ ବର୍ଣ୍ଣନା କରିସାରିଛି । କାହିଁକି ନା ସେମାନେ ପଶୁ ଅଟନ୍ତି, ତେଣୁ ବେଳେ ବେଳେ ଭୟଙ୍କର ପଶୁ । ବାସ୍ । ପଶୁ, ବିଭିନ୍ନ ପ୍ରକାରର ପଶୁ ଅଛନ୍ତି । ବାଘ ଏବଂ ସିଂହ, ସେମାନେ ଭୟଙ୍କର ପଶୁ ଅଟନ୍ତି । କିନ୍ତୁ ତୁମେ ପଶୁ ସମାଜରେ ରହୁଛ । ତେଣୁ ପଶୁ ସମାଜ, କିଛି, ଅନ୍ୟ ପଶୁ ଅଧିକ ଭୟଙ୍କର ହୋଇପାରନ୍ତି, ତାହା ଆର୍ଶଯ୍ୟଜନକ ନୁହେଁ । ପରିଶେଷରେ, ତୁମେ ପଶୁ ସମାଜରେ ରହୁଛ । ତେଣୁ ତୁମେ ଆଦର୍ଶ ମନୁଷ୍ୟ ହୁଅ । ଏହା ଏକମାତ୍ର ସମାଧାନ ଅଟେ । ଆମେ ପୂର୍ବରୁ ଘୋଷିତ କରିସାରିଛୁ, ଏହା ପଶୁ ସମାଜ । ଯଦି କୌଣସି ଭୟଙ୍କର ପଶୁ ବାହାରକୁ ଆସେ, ସେଥିରେ ଆର୍ଶ୍ଚଯ୍ୟତା କେଉଁଠାରେ ରହିଲା? ପରିଶେଷରେ, ଏହା ଏକ ପଶୁ ସମାଜ । ଏକ ବାଘ ଆସୁ କିମ୍ଵା ହାତୀ ଆସୁ, ସେମାନେ ସମସ୍ତେ ପଶୁ ଅଟନ୍ତି । କିନ୍ତୁ ତୁମେ ପଶୁ ହୁଅ ନାହିଁ । ବିରୋଧ କର । ତାହା ଆବଶ୍ୟକ । ଜଣେ ମନୁଷ୍ୟକୁ ସଜ୍ଞାନ ପଶୁ କୁହାଯାଏ । ଯଦି ତୁମେ ତର୍କ କରିବାକୁ ଆସ, ତହା ଅବଶ୍ୟକ । ଯଦି ତୁମେ ମଧ୍ୟ ପଶୁ ହୋଇ ରହିବ, ଅନ୍ୟ ଏକ ପ୍ରକାରର ପଶୁ, ତାହା ତୁମକୁ ସାହାର୍ଯ୍ୟ କରିବ ନାହିଁ । ତୁମକୁ ବାସ୍ତବରେ ମନୁଷ୍ୟ ହେବାକୁ ପଡ଼ିବ । କିନ୍ତୁ, ଦୁର୍ଲଭଂ ମାନୁଷାଂ ଜନ୍ମ ତଦ ଅପି ଅଘ୍ରୁବଂ ଅର୍ଥଦଂ (SB 7.6.1) ।

ଏହି ଲୋକମାନଙ୍କର ଜୀବନରେ କିଛି ଲକ୍ଷ୍ୟ ନାହିଁ । ମନୁଷ୍ୟ ଜନ୍ମର ଲକ୍ଷ୍ୟ କ'ଣ...ସେମାନେ ଜାଣିନାହାନ୍ତି । ସେଥିପାଇଁ ସେମାନଙ୍କର ପଶୁ ପ୍ରବୃତିକୁ ଏହିରୂପରେ, ସେହିରୂପରେ ଅନୁକୂଳ କରାଯାଉଛି । ଯେପରିକି ସେମାନେ ନଗ୍ନ ନୃତ୍ୟ ଦେଖିବାକୁ ଯାଆନ୍ତି । ପଶୁ ପ୍ରବୃତି, ସେ ତାର ସ୍ତ୍ରୀ କୁ ପ୍ରତିଦିନ ନଗ୍ନ ଦେଖୁଛି, ଏବଂ ତଥାପି ସେ ନଗ୍ନ ନୃତ୍ୟ ଦେଖିବାକୁ ଯାଉଛି, ଏବଂ କିଛି ଶୁଳ୍କ ଦେଉଛି । କାରଣ ସେମାନଙ୍କର ଏହି ପଶୁଧର୍ମ ଛଡ଼ା ଅନ୍ୟ କୌଣସି କାର୍ଯ୍ୟ ନାହିଁ । ଏହା ନୁହେଁ କି? ତେଣୁ ଅନ୍ୟ ଏକ ମହିଳାକୁ ନଗ୍ନ ଦେଖିବା ପାଇଁ ଯିବାର କ'ଣ ଲାଭ ଅଛି? ତୁମେ ତୁମ ସ୍ତ୍ରୀକୁ ପ୍ରତିଦିନ, ପ୍ରତିରାତିରେ ନଗ୍ନ ଦେଖୁଛ । ତୁମେ କାହିଁକି...କାରଣ ସେମାନଙ୍କର ଅନ୍ୟ କୌଣସି କାର୍ଯ୍ୟ ନାହିଁ । ପଶୁ । ପୁନଃ ପୁନଶ ଚର୍ବିତ ଚର୍ବନାନାଂ (SB 7.5.30) । ଏକ କୁକୁର, ତାକୁ ସ୍ଵାଦ କ'ଣ ଜଣାନାହିଁ । ସେ କେବଳ ଏକ ହାଡ଼ ଚୋବୋଉଛି, ଏପରି, ସେପରି, ଏପରି, ସେପରି । କାରଣ ସେ ଏକ ପଶୁ ଅଟେ । ତାହାର ଅନ୍ୟ କୌଣସି କାର୍ଯ୍ୟ ନାହିଁ । ତେଣୁ ଏହି ସମସ୍ତ ସମାଜ ପଶୁ ଅଟେ । ବିଶେଷତଃ ପଶ୍ଚିମବାସୀମାନେ । ଏବଂ ସେମାନେ ପଶୁ ପ୍ରବୃତିର ଏକ ସଭ୍ୟତା ବିକଶିତ କରିଛନ୍ତି, ଅର୍ଥାତ୍ "ମୁଁ ଏହି ଶରୀର, ଏବଂ ଇନ୍ଦ୍ରୟମାନଙ୍କୁ ତୃପ୍ତ କରିବା ମୋ ଜୀବନର ସବୁଠାରୁ ଭଲ ଉପଯୋଗ ଅଟେ ।" ଏହା ପଶୁ । "ମୁଁ ଏହି ଶରୀର ।" ଶରୀର ଅର୍ଥାତ୍ ଇନ୍ଦ୍ରୟମାନେ । "ଏବଂ ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରିବା ଉଚ୍ଚତମ ପୂର୍ଣ୍ଣତା ଅଟେ ।" ଏହା ସେମାନଙ୍କର ସଭ୍ୟତା ଅଟେ । ତେଣୁ ତୁମକୁ ବାସ୍ତବିକ ମାନବ ସଭ୍ୟତା ପ୍ରସ୍ତୁତ କରିବାକୁ ହେବ ।

ତୁମେ ଆଶ୍ଚର୍ଯ୍ୟ ହେବା କଥା ନୁହଁ, ଏକ ପଶୁ, ବିଭିନ୍ନ ଆକାରେ, ବିଭିନ୍ନ କ୍ଷମତାରେ, ବାହାରକୁ ଆସେ । ପରିଶେଷରେ, ସେ ଏକ ପଶୁ ଅଟେ । ସେମାନଙ୍କ ପାଇଁ ପଶୁଧର୍ମ ମୌଳିକ ସିଦ୍ଧାନ୍ତ ଅଟେ । କାରଣ ସେ ଭାବୁଛି, "ମୁଁ ଏହି ଶରୀର....." କୁକୁର ଭାବେ, "ମୁଁ କୁକୁର, ଭାରୀ ତାଗଡ଼ା ଏବଂ ବଳବାନ କୁକୁର," ତେବେ ଅନ୍ୟ ବ୍ୟକ୍ତି ଭାବେ, "ମୁଁ ବଡ଼ ରାଷ୍ଟ୍ର ଅଟେ ।" କିନ୍ତୁ ମୌଳିକ ସିଦ୍ଧାନ୍ତ କ'ଣ? ଏକ କୁକୁର ମଧ୍ୟ ଶରୀର ଆଧାରରେ ଭାବୁଛି, ଏବଂ ଏହି ବଡ଼ ରାଷ୍ଟ୍ର ମଧ୍ୟ ଶରୀର ଆଧାରରେ ଭାବୁଛି । ତେଣୁ ଏହି କୁକୁର ଏବଂ ଏହି ବଡ଼ ରାଷ୍ଟ୍ର ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । କେବଳ ଏକମାତ୍ର ଭିନ୍ନତା ହେଉଛି ମନୁଷ୍ୟ, ପ୍ରକୃତିର ଉପହାର ସ୍ଵରୂପ, ତାକୁ ଭଲ ଇନ୍ଦ୍ରିୟମାନ ମିଳିଛି । କିନ୍ତୁ ସେ ତାର ଭଲ ଇନ୍ଦ୍ରିୟମାନଙ୍କୁ ବ୍ୟବହାର କରିବା ପାଇଁ ଶକ୍ତିହୀନ କିମ୍ଵା ଅଶିକ୍ଷିତ, କିପରି ଆଧ୍ୟାତ୍ମିକତାରେ ଅଗ୍ରିମ ହୋଇପାରିବ ଏବଂ ଏହି ଭୌତିକ ସଂସାରରୁ ବାହାରିପାରିବ। ଏହି ଚେତନା ତାପାଖରେ ନାହିଁ । ସେ କେବଳ ପଶୁଧର୍ମ ପାଇଁ ତାର ଭଲ ବୁଦ୍ଧିମତା ବ୍ୟବହାର କରୁଛି । ଏହା ହେଉଛି ଅର୍ଥ । ସେ କିପରି ତାର ଭଲ ବୁଦ୍ଧିମତାର ବ୍ୟବହାର କରିପାରିବ ସେହି ଜ୍ଞାନ ତାହାର ନାହିଁ । ସେଥିପାଇଁ ସେ କେବଳ ପଶୁଧର୍ମ ପାଇଁ ବ୍ୟବହାର କରୁଛି । ଏବଂ ସାରା ଦୁନିଆର ଲୋକ, ଯେତେବେଳେ ସେମାନେ ପଶ୍ଚିମବାସୀମାନଙ୍କୁ ଦେଖନ୍ତି, "ସେମାନେ ଅଗ୍ରିମ ।" ତାହା କ'ଣ? ପଶୁଧର୍ମରେ ଅଗ୍ରମ । ମୌଳିକ ସିଦ୍ଧାନ୍ତ ପଶୁଧର୍ମ ରହେ । ସେମାନେ ଆଶ୍ଚର୍ଯ୍ୟ ହୁଅନ୍ତି । ସେମାନେ ମଧ୍ୟ ନକଲ କରନ୍ତି । ସେଥିପାଇଁ ସେମାନେ ପଶୁଧର୍ମ, ପଶୁ ସଭ୍ୟତାର ବିସ୍ତାର କରୁଛନ୍ତି । ବର୍ତ୍ତମାନ ଆମେ ମାନବ ସଭ୍ୟତାର ଲାଭ ପାଇଁ ତହାର ବିରୋଧ କରିବା ଉଚିତ୍ ।