OR/Prabhupada 0053 - ପ୍ରଥମ କଥା ହେଉଛି ଆମେ ଶୁଣିବା ଉଚିତ୍



Lecture on SB 2.1.5 -- Delhi, November 8, 1973

ତେଣୁ ଆମେମାନେ ମଧ୍ୟ ପ୍ରକୃତି ଅଟୁ । ଆମେମାନେ ମଧ୍ୟ ଭଗବାନଙ୍କର ଶକ୍ତି ଅଟୁ । ଏବଂ କାରଣ ଆମେମାନେ ବସ୍ତୁମାନଙ୍କର ସଂସାଧନମାନଙ୍କର ଉପଯୋଗ କରିବାକୁ ଚେଷ୍ଟା କରୁଛୁ, ସେଥିପାଇଁ ଭୌତିକ ବସ୍ତୁମାନଙ୍କର ମୂଲ୍ୟ ଅଛି । ଅନ୍ୟଥା, ଏହାର କୌଣସି ମୂଲ୍ୟ ନାହିଁ, ଶୂନ୍ୟ ଅଟେ । କିନ୍ତୁ ଆମର କାମ... ତାହା ଏଠାରେ ବର୍ଣ୍ଣନା କରାଯାଇଛି, ଯେ କାରଣ ଆମେମାନେ ବର୍ତ୍ତମାନ ଏହି ଭୌତିକ ଜଞାଳ ମଧ୍ୟରେ ଅଛୁ... ତାହା ଆମର କାମ ନୁହେଁ । ଆମର ଏକମାତ୍ର କର୍ତ୍ତବ୍ୟ ଏହି କି ଯେ କିପରି ଏହି ସମସ୍ୟାରୁ ବାହାରିବା । ତାହା ଆମର ପ୍ରକୃତ କର୍ତ୍ତବ୍ୟ ଅଟେ । ଯଦି ତୁମେ ଏହି କର୍ତ୍ତବ୍ୟ ଚାହଁ, ତେବେ ଏହାର ବିଧି ଏଠାରେ ଅଛି । ତାହା କ'ଣ? ଶ୍ରୋତବ୍ୟଃ କୀର୍ତ୍ତିତବ୍ୟମ୍ ଚା । ଯେବେ ପର୍ଯ୍ୟନ୍ତ ତୁମେ ଶୁଣିବ ନାହିଁ, ତୁମେ ତୁମର ସ୍ଥିତିକୁ କିପରି ଜାଣିପାରିବ? ତୁମେ ଯେବେ ଭଦବାନ୍ ଶ୍ରୀ କୃଷ୍ଣଙ୍କୁ ବୁଝିପାରିବ, ଏବଂ ତୁମେ ବୁଝିପାରିବ ଯେ ତୁମେ ଭଗବାନ୍ ଙ୍କ ଅଂଶ ବିଶେଷ, ବା କୃଷ୍ଣ, ତେବେ ତୁମର ସ୍ଥିତିକୁ ବୁଝିପାରିବ: "ଓଃ, ଆମେ ଭଗବାନ୍ ଙ୍କ ଅଂଶ ।" କୃଷ୍ଣ ହେଉଛନ୍ତି ପରମ ପୁରୁଷ, ଷଦ୍-ଐଶ୍ଵର୍ଯ୍ୟ-ପୂର୍ଣଂ, ସବୁ ଐଶ୍ଵର୍ଯ୍ୟରେ ପରିପୂର୍ଣ । ଯେପରି କି ଏକ ପାଗଳ ପୁତ୍ର ସଡ଼କରେ ବୁଲୁଛି, ଯେବେ ସେ ନିଜ ବୁଦ୍ଧି ପ୍ରୟୋଗ କରି ଜାଣି ପାରିବ ଯେ "ମୋ ବାପା ଏତେ ସମୃଦ୍ଧଶାଳୀ, ଏତେ ଶକ୍ତିଶାଳୀ, ଏବଂ ମୁଁ କାହିଁକି ପାଗଳ ଭଳି ସଡ଼କରେ ବୁଲୁଛି? ମୋ ପାଖରେ ଖାଇବାକୁ କିଛିନାହିଁ, ରହିବା ପାଇଁ ଆଶ୍ରୟ ନାହିଁ । ମୁଁ ଦ୍ଵାର ଦ୍ଵାର ବୁଲି ଭିକ୍ଷା ମାଗୁଛି," ତେବେ ସେ ତାର ଚେତନାକୁ ଫେରୁଛି । ଏହା ହିଁ ବ୍ରହ୍ମ ଭୂତ ସ୍ଥିତି ଅଟେ (BG 18.54) । ଓଃ ମୁଁ, ମୁଁ ଏହି ପଦାର୍ଥ ନୁହେଁ । ମୁଁ ହେଉଛି ଜୀବାତ୍ମା, ଭଗବାନ୍ ଙ୍କ ଅଂଶ ବିଶେଷ । ଓଃ ।"

ଏହା ହେଉଛି ଚେତନା । ଏହି ଚେତନା ଆମେ ଜାଗୃତ କରିବା ପାଇଁ ଚେଷ୍ଟା କରୁଛୁ । ଏହା ହେଉଛି ସମାଜର ସର୍ବଶେଷ୍ଠ କଲ୍ୟାଣ, ତାଙ୍କର ହଜିଯାଇଥିବା ଚେତନା କୁ ଜାଗୃତ କରାଇବା । ସେ ମୂର୍ଖ ଭଳିଆ ଭାବୁଛି ଯେ "ମୁଁ ହେଉଛି ଏହି ଭୌତିକ ପଦାର୍ଥରୁ ଉତ୍ପନ୍ନ, ଏବଂ ମୋତେ ମୋର ଜିନିଷଗୁଡ଼ିକୁ ଏହି ଭୌତିକ ସଂସାରରେ ବ୍ୟବସ୍ଥିତ କରିବାକୁ ହେବ । "ଏହା ହେଉଛି ମୂର୍ଖତା । ବାସ୍ତବରେ ବୁଦ୍ଧିମତା ହେଉଛି ବ୍ରହ୍ମ-ଭୂତ, ଅହଂ ବ୍ରହ୍ମାସ୍ମି । ଅହଂ ବ୍ରହ୍ମାସ୍ମି " ମୁଁ ଭଗବାନଙ୍କର ଅଂଶ ବିଶେଷ । ଭଗବାନ ପରମ ବ୍ରହ୍ମ ଅଟନ୍ତି । ମୁଁ, ଅଂଶ ବିଶେଷ ହୋଇଥିବାରୁ..."ଯେପରିକି ସୁନାର ଅଂଶ ବିଶେଷ, ସୁନା ଖଣି , ଏହା ଏକ ଛୋଟ କର୍ଣ ଆଭୂଷଣ ହୋଇପାରେ, ଏହା ମଧ୍ୟ ସୁନା ଅଟେ । ସେହିପରି, ସମୁଦ୍ର ପାଣିର ଏକ ଛୋଟ କଣିକାର ମଧ୍ୟ ସମାନ ଗୁଣ ଅଛି, ଲବଣାକ୍ତ । ସେହିପରି, ଆମେମାନେ, ଭଗବାନଙ୍କର ଅଂଶ ବିଶେଷ ହୋଇଥିବାରୁ, ଆମେମାନେ ମଧ୍ୟ ସେହି ଗୁଣ ପାଇଛୁ । ଗୁଣାତ୍ମକତାରୁ, ଆମେ ମାନେ ଏକ ଅଟୁ । କାହିଁକି ଆମର ଲାଳସା ପ୍ରେମ ପଛରେ ଅଛି? କାରଣ କୃଷ୍ଣଙ୍କଠାରେ ପ୍ରେମ ଅଛି । ଆମେ ଏଠାରେ ରାଧା-କୃଷ୍ଣଙ୍କୁ ପୂଜା କରୁଛୁ । ମୂଳତଃ ଏଥିରେ ପ୍ରେମ ଅଛି । ସେଥିପାଇଁ ଆମେମାନେ,ଭଗବାନଙ୍କର ଅଂଶ ବିଶେଷ ହୋଇଥିବାରୁ, ଆମେ ମଧ୍ୟ ପ୍ରେମ କରିବାକୁ ଚେଷ୍ଟା କରୁ । ଜଣେ ପରୁଷ ଅନ୍ୟ ଏକ ମହିଳାକୁ ପ୍ରେମ କରିବାକୁ ଚେଷ୍ଟା କରେ, ଜଣେ ମହିଳା ଅନ୍ୟ ଏକ ପୁରୁଷକୁ ପ୍ରେମ କରିବାକୁ ଚେଷ୍ଟା କରେ । ଏହା ସ୍ଵାଭାବିକ ଅଟେ । ଏହା ଅପ୍ରାକୃତିକ ନୁହେଁ । କିନ୍ତୁ ଏହା ଭୌତିକ ଆବରଣ ଦ୍ଵାରା ଭ୍ରଷ୍ଟ ହୋଇଯାଇଛି । ଏହା ହେଉଛି ତ୍ରୁଟି । ଯେତେବେଳେ ଆମେମାନେ ଏହି ଭୌତିକ ଆବରଣରୁ ମୁକ୍ତ ହୋଇଯିବା, ତେବେ ଆମେମାନେ ଗୁଣାତ୍ମକତା ଭାବେ ଅନନ୍ଦମୟୋ ଅଭ୍ୟାସାତ (Vedānta-sūtra 1.1.12) ହୋଇଯିବା, ପ୍ରଫୁଲିତ...ଯେପରି କୃଷ୍ଣ ସର୍ବଦା ନୃତ୍ୟ କରୁଥାନ୍ତି...କୃଷ୍ଣଙ୍କୁ ତୁମେ କେବେ ପାଇପାରିବ ନାହିଁ... ତୁମେ କୃଷ୍ଣଙ୍କ ଛବି ଦେଖିଥିବ । ସେ କାଳିଆ ନାଗ ସହିତ ଯୁଦ୍ଧ କରୁଛନ୍ତି । ସେ ନୃତ୍ୟ କରୁଛନ୍ତି । ସେ ସାପକୁ ଡ଼ରୁନାହାଁନ୍ତି । ସେ ନୃତ୍ୟ କରୁଛନ୍ତି । ଯେପରି ସେ ଗୋପୀମାନଙ୍କ ସହିତ ରାସ ଲୀଳାରେ ନୃତ୍ୟ କରନ୍ତି, ସେହିପରି, ସେ ସାପ ସହିତ ନୃତ୍ୟ କରୁଛନ୍ତି । କାରଣ ସେ ହେଉଛନ୍ତି ଆନନ୍ଦମୟୋ ଅଭ୍ୟାସାତ । ସେ ହେଉଛନ୍ତି ଆନନ୍ଦମୟୋ, ସର୍ବଦା ପ୍ରଫୁଲିତ । ସର୍ବଦା । ତୁମେ କୃଷ୍ଣଙ୍କୁ ଦେଖିବ...କୃଷ୍ଣ...ଯେପରି କୁରୁକ୍ଷେତ୍ରରେ ଯୁଦ୍ଧ ଚାଲିଛି । କୃଷ୍ଣ ପ୍ରଫୁଲିତ । ଅର୍ଜୁନ ଉଦାସ ଅଛନ୍ତି କାରଣ ସେ ଏକ ଜୀବ, କିନ୍ତୁ ସେ ଉଦାସ ନୁହଁନ୍ତି । ସେ ପ୍ରଫୁଲିତ । ଏହା ଭଗବାନଙ୍କର ସ୍ଵାଭାବ ଅଟେ । ଆନନ୍ଦମୟୋ ଅଭ୍ୟାସାତ । ଏହା ହେଉଛି ସୂତ୍ର, ବ୍ରହ୍ମ ସୂତ୍ରରେ, ଯେ, "ଭଗବାନ ହେଉଛନ୍ତି ଆନନ୍ଦମୟୋ, ସର୍ବଦା ପ୍ରଫୁଲିତ, ସର୍ବଦା ପ୍ରସନ୍ନ ।" ତେଣୁ ତୁମେ ମଧ୍ୟ ପ୍ରସନ୍ନ ହୋଇପାରିବ ଯେତେବେଳେ ତୁମେ ଘରକୁ ଫେରିବ, ଭଗବଦ୍ ଧାମକୁ ଫେରିବ । ତାହା ଆମର ସମସ୍ୟା ।

ତେଣୁ ଆମେ କିପରି ସେଠାକୁ ଯାଇପାରିବା? ପ୍ରଥମ କଥା ହେଉଛି ଆମେ ଶୁଣିବା ଉଚିତ୍ । ଶ୍ରୋତବ୍ୟଃ । କେବଳ ଶୁଣିବାକୁ ଚେଷ୍ଟା କର ଭଗବାନ କ'ଣ, ତାଙ୍କର ରାଜ୍ୟ କ'ଣ, ସେ କିପରି କାର୍ଯ୍ୟ କରୁଛନ୍ତି, ସେ କିପରି ପ୍ରସନ୍ନ ରହୁଛନ୍ତି । ଏହିସବୁ କଥା ଶୁଣିବା ଉଚିତ୍ । ଶ୍ରବଣଂ । ତେଣୁ ଯେତେ ଶୀଘ୍ର ତୁମେ ଏହାକୁ ହୃଦବୋଧ କରିପାରିବ, "ଓ, ଭଗବାନ ଏତେ ଭଲ," ତେବେ ତୁମେ ଏହାକୁ ସମଗ୍ର ଦୁନିଆରେ ପ୍ରଦର୍ଶନ କରିବା ପାଇଁ କିମ୍ଵା ପ୍ରସାରିତ କରିବା ପାଇଁ ଉତ୍ସୁକ ହେବ । ଏହା ହେଉଛି କୀର୍ତ୍ତନଂ । ଏହା ହେଉଛି କୀର୍ତ୍ତନଂ ।