OR/Prabhupada 0067 - ଗୋସ୍ଵାମୀମାନେ କେବଳ ଦୁଇ ଘଣ୍ଟା ଶୋଉଥିଲେ



Lecture on SB 1.16.26-30 -- Hawaii, January 23, 1974

ତେଣୁ ଯେତିକି ବି କୃଷ୍ଣ ଚେତନା ଆନ୍ଦୋଳନ ଅଗ୍ରସର ହେଉଛି, ଏହା ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଉଦାର କରୁଣା ଯୋଗୁଁ ଏହି କଳିଯୁଗରେ ପୀଡ଼ିତ ଲୋକମାନଙ୍କ ପାଇଁ । ଅନ୍ୟଥା, କୃଷ୍ଣ ଚେତନାଶୀଳ ହେବା ଏତେ ସହଜ କାମ ନୁହେଁ, ସହଜ ନୁହେଁ । ତେଣୁ ଯେଉଁମାନେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର କୃପା ଦ୍ଵାରା କୃଷ୍ଣ ଚେତନାଶୀଳ ହେବା ପାଇଁ ସୁଯୋଗ ପାଉଛନ୍ତି, ସେମାନେ ଏହି ସୁଯୋଗ ହରେଇବା କଥା ନୁହେଁ । ଏହା ଆତ୍ମଘାତୀ ହେବ । ତଳେ ପଡ଼ ନାହିଁ । ଏହା ଅତ୍ୟନ୍ତ ସରଳ । କେବଳ ହରେ କୃଷ୍ଣ ମନ୍ତ୍ର ଜପ କରିବା ଦ୍ଵାରା, ସର୍ବଦା ନୁହେଁ, ଚବିଶ ଘଣ୍ଟା, ଯଦିଓ ଶ୍ରୀ ଚୈତନ୍ୟ ମହାପ୍ରଭୁ ସୁପାରିସ୍ କରୁଥିଲେ, କୀର୍ତ୍ତନୀୟଃ ସଦା ହରିଃ (CC Adi 17.31), ସର୍ବଦା ଜପ କର । ତାହା ସିଦ୍ଧାନ୍ତ ଅଟେ । କିନ୍ତୁ ଆମେ ତାହା କରିପାରିବା ନାହିଁ କାରଣ ଆମେମାନେ କଳିଯୁଗ ପ୍ରଭାବରେ ଅତ୍ୟନ୍ତ ଭାରାକ୍ରାନ୍ତ ଅଟୁ । ତେଣୁ ଅତି କମରେ ଷୋହଳ ମାଳ ଜପ କର । ଏହାକୁ ଛାଡ଼ ନାହିଁ । ଏହାକୁ ଛାଡ଼ ନାହିଁ । କଷ୍ଟ କ'ଣ, ଷୋହଳ ମାଳା ଜପ କରିବାରେ? ବେଶୀରୁ ବେଶୀ ଏଥିରେ ଆମକୁ ଦୁଇ ଘଣ୍ଟା ଲାଗିବ । ତୁମ ପାଖରେ ଚବିଶ ଘଣ୍ଟା ଅଛି । ତୁମେ ଶୋଇବାକୁ ଚାହୁଁଛ; ଠିକ୍ ଅଛି, ଶୁଅ, ଦଶ ଘଣ୍ଟା ଶୁଅ । ତାହା ସୁପାରିସ୍ କରାଯାଇ ନାହିଁ । ଛଅ ଘଣ୍ଟାରୁ ଅଧିକ ଶୁଅ ନାହିଁ । କିନ୍ତୁ ସେମାନେ ଶୋଇବାକୁ ଚାହାଁନ୍ତି । ସେମାନେ ଚବିଶ ଘଣ୍ଟା ଶୋଇବାକୁ ଚାହାଁନ୍ତି । କଳି ଯୁଗରେ ତାହା ତାଙ୍କର ଇଛା । କିନ୍ତୁ, ନା । ତେବେ ତୁମେ ସମୟ ବ୍ୟର୍ଥ କରୁଛ । ଖାଇବା, ଶୋଇବା, ମୈଥୁନ, ଆତ୍ମରକ୍ଷା ନ୍ୟୂନତମ କର । ଯେତେବେଳେ ଏହା ଶୂନ୍ୟ ହୋଇଯିବ, ତାହା ପୂର୍ଣ୍ଣତା ଅଟେ ।

ଖାଇବା, ଶୋଇବା, ମୈଥୁନ, ଆତ୍ମରକ୍ଷା ତାହା ହେଉଛି ଶାରୀରିକ ଆବଶ୍ୟକତା । କିନ୍ତୁ ମୁଁ ଏହି ଶରୀର ନୁହେଁ । ଦେହିନୋଽସ୍ମିନ୍ ଯଥା ଦେହେ କୌମାରଂ...(BG 2.13) । ତେଣୁ ସେହି ଅନୁଭୂତି ହେବା ପାଇଁ ସମୟ ଲାଗିବ । କିନ୍ତୁ ଆମେ ଯେତେବେଳେ ବାସ୍ତବରେ କୃଷ୍ଣ ଚେତନାରେ ଆଗକୁ ବଢ଼ିବା, ଆମକୁ ଆମର କର୍ତ୍ତବ୍ୟ ଜଣା ଥିବା ଉଚିତ୍ । ଛଅ ଘଣ୍ଟାରୁ ଅଧିକ ଶୁଅ ନାହିଁ । ଅତିବେଶୀରେ ଅଠ ଘଣ୍ଟା । ଅତିବେଶୀରେ, ଯେଉଁମାନେ ନିୟନ୍ତ୍ରଣ କରିପାରନ୍ତି ନାହିଁ । କିନ୍ତୁ ଦଶ ଘଣ୍ଟା, ବାର ଘଣ୍ଟା, ପନ୍ଦର ଘଣ୍ଟା, ନାହିଁ । ତେବେ ଫାଇଦା କ'ଣ...? କେହିଜଣେ ଏକ ଉନ୍ନତ ଭକ୍ତଙ୍କୁ ଦେଖା କରିବାକୁ ଯାଇଥିଲା, ଏବଂ ନଅଟାରେ ସେ ଶୋଇଥିଲେ । ଏବଂ ସେ ଉନ୍ନତ ଭକ୍ତ ଅଟେ । ଏହା? କ'ଣ ଅଟେ? ତେଣୁ କ'ଣ...? ସେ କେଉଁ ପ୍ରକାରର ଭକ୍ତ? ଭକ୍ତ ସକାଳେ ଜଲଦି ଉଠିବା କଥା, ଚାରିଟା ଭିତରେ । ପାଞ୍ଚଟା ଭିତରେ ସେ ତାର ସ୍ନାନ ଏବଂ ଅନ୍ୟ କର୍ମ ଶେଷ କରିବା କଥା । ତାପରେ ସେ ଜପ କରିବ ଏବଂ ଅନେକ... ଚବିଶ ଘଣ୍ଟା ବ୍ୟସ୍ତ ରହିବା ଉଚିତ୍ । ତେଣୁ ଶୋଇବା ଭଲ ନୁହେଁ । ଗୋସ୍ଵାମୀମାନେ କେବଳ ଦୁଇ ଘଣ୍ଟା ଶୋଉଥିଲେ । ମୁଁ ମଧ୍ୟ ରାତିରେ ପୁସ୍ତକ ଲେଖେ, ଏବଂ ମୁଁ ମଧ୍ୟ ତିନି ଘଣ୍ଟାରୁ ଅଧିକ ଶୁଏ ନାହିଁ । କିନ୍ତୁ ମୁଁ ବେଳେ ବେଳେ ଟିକିଏ ଅଧିକ ଶୁଏ । ଏପରି ନାହିଁ... ମୁଁ ଗୋସ୍ଵାମୀମାନଙ୍କୁ ନକଲ କରିବାକୁ ଚେଷ୍ଟା କରେ ନାହିଁ । ତାହା ସମ୍ଭବ ନୁହେଁ । କିନ୍ତୁ ଯେତେ ଦୂର ସମ୍ଭବ, ସମସ୍ତେ ପରିହାର କରିବାକୁ ଚେଷ୍ଟା କରିବା ଉଚିତ୍ । ଏବଂ ଶୋଇବା ପରିହାର କରିବାର ଅର୍ଥ ଯଦି ତୁମେ କମ୍ ଖାଇବ, ତେବେ ତୁମେ ପରିହାର କରିପାରିବ । ଖାଇବା, ଶୋଇବା । ଖାଇବା ପରେ ଶୋଇବାର ଅଛି । ତେଣୁ ଆମେ ଯଦି ଅଧିକ ଖାଇବା, ତେବେ ଅଧିକ ଶୋଇବା । ଯଦି ଆମେ କମ୍ ଖାଇବା, ତେବେ କମ୍ ଶୋଇବା । ଖାଇବା, ଶୋଇବା, ମୈଥୁନ । ଏଵଂ ମୈଥୁନ ପରିହାର କରିବା ଉଚିତ୍ । ତାହା ଏକ କଟୁ ଆଲୋଚନା । ଯୌନ ଜୀବନକୁ ଯେତେ ଦୂର ସମ୍ଭବ ନ୍ୟୂନତମ କରିବା ଉଚିତ୍ । ସେଥିପାଇଁ ଆମେ ଏହି କଟକଣା ଲଗେଇଛୁ, "କୌଣସି ଅବୈଧ ଯୌନ ନାହିଁ ।" ଯୌନ ଜୀବନ, ଆମେ କହିନାହୁଁ, ଯେ "ତୁମେ ଏହା କରିପାରିବ ନାହିଁ ।" କେହି କରିପାରିବେ ନାହିଁ । ସେଥିପାଇଁ ଯୌନ ଜୀବନ ଅର୍ଥାତ୍ ବିବାହିତ ଜୀବନ, ଅଳ୍ପ ରିହାତି । ଏକ ଅନୁଜ୍ଞା ପତ୍ର(ଲାଇସେନ୍ସ), "ଠିକ୍ ଅଛି, ତୁମେ ଏହି ଅନୁଜ୍ଞା ପତ୍ର ନିଅ ।" କିନ୍ତୁ ଅବୈଧ ଯୌନ ନାହିଁ । ତାପରେ ତୁମେ କେବେ ସକ୍ଷମ ହେବ ନାହିଁ ।

ତେଣୁ ଖାଇବା, ଶୋଇବା, ମୈଥୁନ ଏବଂ ଆତ୍ମରକ୍ଷା । ଏବଂ ଆତ୍ମରକ୍ଷା, ଆମେ ଅନେକ ପ୍ରକାରରେ ଆତ୍ମରକ୍ଷା କରୁଛୁ, କିନ୍ତୁ ତଥାପି, ଯୁଦ୍ଧ ତ ନିଶ୍ଚିତ, ଏବଂ ଭୌତିକ ପ୍ରକୃତିର ଆକ୍ରମଣ ଭୀଷଣ ଅକ୍ରମଣ... ତୁମର ଦେଶ ବହୁତ ଭଲ ଭାବରେ ଆତ୍ମରକ୍ଷା କରୁଛି, କିନ୍ତୁ ବର୍ତ୍ତମାନ ପେଟ୍ରୋଲ ଛଡ଼େଇ ନିଆଯାଇଛି । ତୁମେ ଆତ୍ମରକ୍ଷା କରିପାରିବ ନାହିଁ । ସେଥିପାଇଁ, ସବୁକିଛି କୌଣସି ମୂହୁର୍ତ୍ତରେ ଛଡ଼େଇ ନିଆଯିବ । ତେଣୁ ରକ୍ଷା କରିବା ପାଇଁ କୃଷ୍ଣଙ୍କ ଉପରେ ନିର୍ଭର କର । ଅବଶ୍ୟ ରକ୍ଷିବେ କୃଷ୍ଣ । ଏହାକୁ ଆତ୍ମସମର୍ପଣ କୁହାଯାଏ । ଅତ୍ମସମର୍ପଣ, ଅର୍ଥାତ୍...କୃଷ୍ଣ କୁହନ୍ତି ଯେ "ତୁମେ ମୋତେ ଆତ୍ମସମର୍ପଣ କର," ସର୍ବଧର୍ମପରିତ୍ୟଜ (BG 18.66) । ଆମକୁ ଏହା ବିଶ୍ଵାସ କରିବାକୁ ହେବ, ଯେ "କୃଷ୍ଣ ଆତ୍ମସମର୍ପଣ କରିବାକୁ କହୁଛନ୍ତି । ମୋତେ ଆତ୍ମସମର୍ମଣ କରିବା କଥା । ସେ ମୋତେ ବିପଦ ସମୟରେ ରକ୍ଷା କରିବେ ।" ଏହାକୁ ଆତ୍ମସମର୍ମଣ କୁହାଯାଏ ।