OR/Prabhupada 0070 - ଭଲଭାବରେ ସଂଚାଳନ କର



Room Conversation -- April 22, 1977, Bombay

ଆମ ସିଦ୍ଧାନ୍ତରେ ଲାଗିରୁହ ଏବଂ ଦେଖିବ ଯେ ଆମ ଜୀବୀସୀ ସତର୍କ ରହୁ । ତେବେ ସବୁକିଛି ଚାଲି ଥିବ, ମୁଁ ଉପସ୍ଥିତ ନ ଥିଲେ ମଧ୍ୟ । ତାହା କର । ତାହା ମୋର ଅନୁରୋଧ ଅଟେ । ଯାହା ଅଳ୍ପ କିଛି ମୁଁ ତୁମକୁ ଶିଖେଇଛି, ତାକୁ ଅନୁସରଣ କର, ଏବଂ କେହି ପୀଡ଼ିତ ହେବେ ନାହିଁ । କୌଣସି ପ୍ରକାରର ମାୟା ତୁମକୁ ଛୁଇଁ ପାରିବ ନାହିଁ । ବର୍ତ୍ତମାନ କୃଷ୍ଣ ଆମକୁ ଦେଇଛନ୍ତି, ଏବଂ ଟଙ୍କାର କୌଣସି ଅଭାବ ହେବ ନାହିଁ । ତୁମେ ପୁସ୍ତକ ପ୍ରକାଶିତ କର ଏବଂ ବିକ୍ରୟ କର । ତେଣୁ ସବୁକିଛି ଅଛି । ସାରା ଦୁନିଆରେ ଆମର ଭଲ ଆଶ୍ରୟ ସ୍ଥଳି ଅଛି । ଆମର ଆୟ ଅଛି । ତୁମେ ଆମ ସିଦ୍ଧାନ୍ତରେ ଲାଗିରୁହ, ଅନୁସରଣ କର... ଏପରିକି ଯଦି ମୁଁ ଆକସ୍ମିକ ମୃତ୍ୟୁ ବରଣ କରିଲେ ମଧ୍ୟ, ତୁମେ ସମ୍ଭାଳି ନେବ । ବାସ୍ । ତାହା ମୁଁ ଚାହେଁ । ଭଲଭାବରେ ସଂଚାଳନ କର ଏବଂ ଆନ୍ଦୋଳନକୁ ଆଗକୁ ନିଅ । ବର୍ତ୍ତମାନ ବ୍ୟବସ୍ଥା କର । ପଛକୁ ଯାଅ ନାହିଁ । ସତର୍କ ରୁହ । ଆପନୀ ଆଚାରି ପ୍ରଭୁ ଜୀବେରି ଶିକ୍ଷାୟ ।