OR/Prabhupada 0080 - କୃଷ୍ଣଙ୍କୁ ତାଙ୍କର ଯୁବକ ସାଙ୍ଗମାନଙ୍କ ସହିତ ଖେଳିବାକୁ ବହୁତ ଭଲ ଲାଗେ



Lecture on CC Madhya-lila 21.13-49 -- New York, January 4, 1967

ଏ-ମତ ଅନ୍ୟତ୍ର ନାହି ଶୁନିଯେ ଅଦ୍ଭୁତ
ଯାହାର ଶ୍ରବଣେ ଚିତ୍ତ ହୟ ଅବଧୁତ
କୃଷ୍ଣ-ୱତ୍ସୈର ଅସନଖ୍ୟାତୈ-ଶୁକଦେବ-ବାଣୀ
କୃଷ୍ଣ ସଂଗେ କଟ ଗୋପ-ସଂଖ୍ୟା ନାହି ଜାନି
(CC Madhya 21.18-19)

ଗୋପ । କୃଷ୍ଣ, ତୁମେ ଜାଣିଛ, ତାଙ୍କ ଧାମରେ, ସେ ଏକ ଷୋହଳ ବର୍ଷର ବାଳକ ପରି ଅଛନ୍ତି, ଏବଂ ତାଙ୍କର ମୂଖ୍ୟ ଲୀଳା ହେଉଛି ସାଙ୍ଗମାନଙ୍କ ସହିତ ଗାଈ ଚରେଇବାକୁ ନେବା, ଏବଂ ସେମାନଙ୍କ ସହିତ ଖେଳିବା । ଏହା ହେଉଛି କୃଷ୍ଣଙ୍କର ଦୈନିକ କାମ । ତେଣୁ ଶୁକଦେବ ଗୋସ୍ଵାମୀ ଏକ ବହୁତ ସୁନ୍ଦର ଶ୍ଳୋକ ଲେଖିଛନ୍ତି, ଯେ ଏହି ବାଳକମାନେ ଯେଉଁମାନେ କୃଷ୍ଣଙ୍କ ସହିତ ଖେଳୁଛନ୍ତି, ସେମାନେ ତାଙ୍କର ପୂର୍ବ ଜନ୍ମରେ ବହୁତ ସାରା ପୂର୍ଣ୍ୟ ଏକତୀକୃତ କରିଥିଲେ । କୃତ-ପୂର୍ଣ୍ୟ-ପୂନ୍ଜାଃ (SB 10.12.11) । ସକାମ ବିଜହ୍ରୁଃ ଇତ୍ଥଂ ସତାମ ବ୍ରହ୍ମ-ସୁଖାନୁଭୂତ୍ୟା । ବର୍ତ୍ତମାନ, ଶୁକଦେବ ଗୋସ୍ଵାମୀ ଲେଖୁଛନ୍ତି । ଏହି ବାଳକମାନେ ଯେଉଁମାନେ କୃଷ୍ଣଙ୍କ ସହିତ ଖେଳୁଛନ୍ତି, ସେମାନେ କାହା ସହିତ ଖେଳୁଛନ୍ତି? ସେମାନେ ପରମ ସତ୍ୟ ସହିତ ଖେଳୁଛନ୍ତି, ଯାହାକୁ ବଡ଼ ବଡ଼ ଋଷିମାନେ ନିରାକାର ବୋଲି ଭାବନ୍ତି । ଇତ୍ଥଂ ସତାମ ବ୍ରହ୍ମ...ବ୍ରହ୍ମ-ସୁଖ । ବ୍ରହ୍ମ, ଦିବ୍ୟ ବ୍ରହ୍ମ ଅନୁଭୂତି । ବ୍ରହ୍ମ ଅନୁଭୂତିର ଭଣ୍ତାର ଏଠାରେ ଅଛନ୍ତି, କୃଷ୍ଣ । ତେଣୁ ଏହି ବାଳକମାନେ ଯେଉଁମାନେ କୃଷ୍ଣଙ୍କ ସହିତ ଖେଳୁଛନ୍ତି, ସେ ହେଉଛନ୍ତି ସେହି ବ୍ରହ୍ମ ଅନୁଭୁତିର ଭଣ୍ତାର । ଇତ୍ଥଂ ସତାମ ବ୍ରହ୍ମ-ସୁଖାନୁଭୂତ୍ୟା ଦାସ୍ୟଂ ଗତାନାମ ପର-ଦୈବତେନ । ଏବଂ ଦାସ୍ୟଂ ଗତାନାମ, ଯେଉଁମାନେ ପରମ ଭଗବାନଙ୍କୁ ନିଜର ମାଲିକ ରୂପରେ ସ୍ଵୀକାର କରିଛନ୍ତି, ତାହାର ଅର୍ଥ ଭକ୍ତମାନେ, ସେମାନଙ୍କ ପାଇଁ ଏହି କୃଷ୍ଣ ହେଉଛନ୍ତି ପରମ ଭଗବାନ । ନିରାକାରବାଦୀମାନଙ୍କ ପାଇଁ ସେ ହେଉଛନ୍ତି ପରମ ବ୍ରହ୍ମ, ଏବଂ ସାକାରବାଦୀମାନଙ୍କ ପାଇଁ ସେ ହେଉଛନ୍ତି ପରମ ଭଗବାନ । ଏବଂ ମାୟାଶ୍ରିତାନାଂ ନର ଦାରକେନଣ । ଏବଂ ଯେଉଁମାନେ ଭୌତିକବାଦୀର ସମ୍ମୋହନରେ ଅଛନ୍ତି, ସେମାନଙ୍କ ପାଇଁ ସେ ହେଉଛନ୍ତି ସାଧାରଣ ବାଳକ । ମାୟାଶ୍ରିତାନାଂ ନର ଦାରକେନଣ ସାକଂ ବିଜହ୍ରୁଃ କୃତ-ପୁଣ୍ୟ-ପୁନ୍ଜାଃ (SB 10.12.11) । ତାଙ୍କ ସହିତ ଏହି ବାଳକମାନେ, ଯେଉଁମାନେ ଲକ୍ଷ ଏବଂ କୋଟି ଜନ୍ମର ପୂର୍ଣ୍ୟ ଏକତୀକୃତ କରିଛନ୍ତି, ବର୍ତ୍ତମାନ ସେମାନଙ୍କୁ ବ୍ୟକ୍ତିଗତ ଭାବେ କୃଷ୍ଣଙ୍କ ସହିତ ଖେଳିବାର ସୁଯୋଗ ମିଳିଛି ଯେପରି ସାଧାରଣ ବାଳକମାନେ ଖେଳନ୍ତି । ତେଣୁ ସେହିପରି, କୃଷ୍ଣଙ୍କୁ ତାଙ୍କର ଯୁବକ ସାଙ୍ଗମାନଙ୍କ ସହିତ ଖେଳିବାକୁ ବହୁତ ଭଲ ଲାଗେ । ତାହା ବ୍ରହ୍ମ ସଂହିତାରେ କୁହାଯାଇଛି । ସୁରଭୀର ଅଭିପାଳୟନ୍ତମ, ଲକ୍ଷ୍ମୀ-ସହସ୍ର-ଶତ-ସଂଭ୍ରମ ସେବ୍ୟମାନଂ (Bs. 5.29) । ତେଣୁ ଏହି କଥାଗୁଡ଼ିକୁ ଏଠାରେ ମଧ୍ୟ ବର୍ଣ୍ଣନା କରାଯାଇଛି ।

ଏକ ଏକ ଗୋପ କରେ ଯେ ବତ୍ସ ଚାରଣ
କୋଟୀ, ଅର୍ବୁଦ, ଶଂଖ, ପଦ୍ମ, ତାହାର ଗଣନ
(CC Madhya 21.20)

ବର୍ତ୍ତମାନ ସେଠାରେ ଅନେକ ସାଙ୍ଗ, ଗୋପାଳ ବାଳକ ଅଛନ୍ତି, କେହି ଗଣିପାରିବେ ନାହିଁ । କେହି ନୁହେଁ...ଅସୀମିତ, ସବୁକିଛି ଅସୀମିତ । ସେମାନଙ୍କ ପାଖରେ ଅସୀମିତ ଗାଈ, ଅସୀମିତ ଗୋପାଳ ବାଳକ, ସବୁକିଛି ଅସୀମିତ ଅଛି ।

ବେତ୍ର, ବେଣୁ ଦଳ, ଶୃଂଗ, ବସ୍ତ୍ର, ଅଳଂକାର,
ଗୋପ-ଗଣର ଯତ, ତାର ନାହି ଲେଖା-ପାର
(CC Madhya 21.21)

ବର୍ତ୍ତମାନ ଏହି ଗୋପାଳ ବାଳକମାନେ, ସେମାନଙ୍କ ହାତରେ ଏକା ବେତ ଥାଏ, ବେତ୍ର । ଏବଂ ସମସ୍ତଙ୍କ ପାଖରେ ଏକ ବଂଶୀ ମଧ୍ୟ ଥିଲା । ବେତ୍ର ବେଣୁ ଦଳ। ଏବଂ ଏକ ପଦ୍ମ ଫୁଲ, ଏବଂ ଏକ ଶୃଙ୍ଗାର, ବାଦ୍ୟଯନ୍ତ୍ର । ଶୃଙ୍ଗାର ବସ୍ତ୍ର, ଏବଂ ବହୁତ ଭଲ ଭାବରେ ସୁସଜ୍ଜିତ । ଏବଂ ଅଳଂକାର ପୂର୍ଣ୍ଣ । ଯେପରି କୃଷ୍ଣ ସୁସଜ୍ଜିତ, ସେହିପରି, ତାଙ୍କର ସାଙ୍ଗମାନେ, ଗୋପାଳ ବାଳକମାନେ, ସେମାନେ ମଧ୍ୟ ସୁସଜ୍ଜିତ । ଚିଦ୍ ଜଗତରେ, ଯେତେବେଳେ ତୁମେ ଯିବ, ତୁମେ ଜାଣିପାରିବ ନାହିଁ ଯେ କିଏ କୃଷ୍ଣ ଅଟନ୍ତି ଏବଂ କିଏ କୃଷ୍ଣ ନୁହଁନ୍ତି । ସମସ୍ତେ କୃଷ୍ଣଙ୍କ ପରି ଦେଖାଯାଆନ୍ତି । ସେହିପରି, ବୈକୁଣ୍ଠରେ ସମସ୍ତେ ବିଷ୍ଣୁଙ୍କ ପରି ଦେଖାଯାଆନ୍ତି । ତାହାକୁ ସ୍ଵରୂପାୟ-ମୁକ୍ତି କୁହାଯାଏ । ଜୀବମାନେ, ଯେତେବେଳେ ସେମାନେ ଚିଦ୍ ଜଗତରେ ପ୍ରବେଶ କରନ୍ତି, ସେମାନେ କୃଷ୍ଣ କିମ୍ଵା ବିଷ୍ଣୁଙ୍କ ପରି ହୋଇଯାଆନ୍ତି - କୌଣସି ଅନ୍ତର ନାହିଁ - କାରଣ ଏହା ପରମ ଜଗତ ଅଟେ । ଏଠାରେ ଅନ୍ତର ଅଛି । ନିରାକାରବାଦୀ, ସେମାନେ ଏହା ବୁଝିପାରନ୍ତି ନାହିଁ କି ଅସ୍ତିତ୍ଵ ଥିଲେ ମଧ୍ୟ କୌଣସି ଅନ୍ତର ନାହିଁ । ଯଥାଶ୍ରୀଘ୍ର ସେମାନେ ଅସ୍ତିତ୍ଵ ବିଷୟରେ ଭାବନ୍ତି, ଓ, ସେମାନେ ଭାବନ୍ତି ଯେ କୌଣସି ଅନ୍ତର ନାହିଁ । ତେବେ ମୁକ୍ତି କ'ଣ? ହଁ । ଏବଂ ବାସ୍ତବରେ କୌଣସି ଅନ୍ତର ନାହିଁ । କୃଷ୍ଣଙ୍କର ଅସ୍ତିତ୍ଵ ଏବଂ ଜୀବଙ୍କର ଅସ୍ତିତ୍ଵ ଏହା ହିଁ ଅନ୍ତର, ସେମାନେ ସଚେତ ଯେ "କୃଷ୍ଣ ହିଁ ଆମ ପ୍ରେମର ଲକ୍ଷ୍ୟ ଅଟନ୍ତି ।" ବାସ୍ । କେନ୍ଦ୍ର ହେଉଛନ୍ତି କୃଷ୍ଣ । ଏହିପରି ଭାବରେ ସମସ୍ତ ବାଳକମାନେ ଏବଂ ବାଳିକାମାନେ ଏବଂ କୃଷ୍ଣ, ସମସ୍ତେ ଆଧ୍ୟାତ୍ମିକ ଆନନ୍ଦ ଉପଭୋଗ କରନ୍ତି ।