OR/Prabhupada 0085 - ଜ୍ଞାନର ସଂସ୍କୃତି ଅର୍ଥାତ୍ ଆଧ୍ୟାତ୍ମିକ ଜ୍ଞାନ



Lecture on Sri Isopanisad, Mantra 9-10 -- Los Angeles, May 14, 1970

"ଜ୍ଞାନୀ ବ୍ୟକ୍ତି ଆମକୁ ବୁଝାନ୍ତି ଯେ ଜ୍ଞାନର ସଂସ୍କୃତିରୁ ଏକ ପରିଣାମ ପ୍ରାପ୍ତ ହୁଏ, ଏବଂ ଏହା କୁହାଯାଇଛି ଯେ ଆଜ୍ଞାନ ସଂସ୍କୃତିରୁ ଏକ ଭିନ୍ନ ପରିଣାମ ପ୍ରାପ୍ତ ହୁଏ ।" ତେଣୁ ଗତକାଲି କିଛି ମାତ୍ରାରେ ଆମେ ବର୍ଣ୍ଣନା କରିଥିଲୁ ଯେ ଅଜ୍ଞାନର ସଂସ୍କୃତି କ'ଣ ଏବଂ ଜ୍ଞାନର ସଂସ୍କୃତି କ'ଣ । ଜ୍ଞାନର ସଂସ୍କୃତି ଅର୍ଥାତ୍ ଆଧ୍ୟାତ୍ମିକ ଜ୍ଞାନ । ତାହା ହେଉଛି ପ୍ରକୃତ ଜ୍ଞାନ । ଏବଂ ଜ୍ଞାନର ଉନ୍ନତି ଆରାମ ପାଇଁ କିମ୍ଵା ଏହି ଭୌତିକ ଶରୀରକୁ ରକ୍ଷା କରିବା ପାଇଁ, ତାହା ଅଜ୍ଞାନର ସଂସ୍କୃତି ଅଟେ । କାରଣ ତୁମେ ଯେମିତି ମଧ୍ୟ ଏହି ଶରୀରକୁ ରକ୍ଷା କରିବା ପାଇଁ ଚେଷ୍ଟା କର, ତାର ସ୍ଵାଭାବିକ କ୍ରମ ହେବ ହିଁ । ତାହା କ'ଣ? ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି (BG 13.9) । ତୁମେ ଏହି ଶରୀରକୁ ମୁକ୍ତି ଦେଇପାରିବ ନାହିଁ ଜନ୍ମ ଏବଂ ମୃତ୍ୟୁର ପୁନରାବୃତ୍ତିରୁ, ଏବଂ ପ୍ରକଟ ହେବାରୁ, ରୋଗ ଏବଂ ବୃଦ୍ଧାବସ୍ଥାରୁ । ତେଣୁ ଲୋକମାନେ ଏହି ଶରୀରର ଜ୍ଞାନକୁ ଜାଣିବା ପାଇଁ ଭାରୀ ବ୍ୟସ୍ତ, ଯଦିଓ ସେମାନେ ଦେଖିପାରୁଛନ୍ତି ଯେ ଏହି ଶରୀର ପ୍ରତି କ୍ଷଣରେ ନଷ୍ଟ ହେଉଛି । ଯେତେବେଳେ ଏହି ଶରୀର ଜନ୍ମ ହୋଇଥିଲା ସେତେବେଳେ ତାର ମୃତ୍ୟୁ ମଧ୍ୟ ଲେଖା ହୋଇଯାଇଥିଲା । ତାହା ଏକ ତଥ୍ୟ ଅଟେ । ତୁମେ ଏହି ଶରୀରର ସ୍ଵାଭାବିକ କ୍ରମକୁ ରୋକିପାରିବ ନାହିଁ । ତୁମକୁ ଶରୀରର ପ୍ରକ୍ରିୟା ସ୍ଵୀକାର କରିବାକୁ ହେବ, ଅର୍ଥାତ୍, ଜନ୍ମ, ମୃତ୍ୟୁ, ଜରା, ଏଵଂ ବ୍ୟାଧି ।

ତେଣୁ ଭାଗବତ କୁହେ, ସେଥିପାଇଁ, ଯସ୍ୟାତ୍ମା ବୁଦ୍ଧିଃ କୁଣପେ ତ୍ରୀ-ଧାତୁକେ (SB 10.84.13) । ଏହି ଶରୀର ତିନୋଟି ପ୍ରାଥମିକ ତତ୍ତ୍ଵରେ ଗଢ଼ା ହୋଇଛି, କଫ, ପିତ୍ତ, ଏବଂ ବାୟୁ । ତାହା ହେଉଛି ବୈଦିକ ସଂସ୍କରଣ ଏବଂ ଆୟୁରବେଦିକ ଚିକିତ୍ସା । ଏହି ଶରୀର କଫ, ପିତ୍ତ, ଏବଂ ବାୟୁର ଏକ ଥଳି ଅଟେ । ବୃଦ୍ଧାବସ୍ଥାରେ ବାୟୁ ସଂଚାଳନା ଅଶାନ୍ତ ହୋଇଯାଏ; ସେଥିପାଇଁ ବୃଦ୍ଧ ବ୍ୟକ୍ତିମାନେ ବାତ ରୋଗୀ ହୋଇଯାଆନ୍ତି, ଅନେକ ଶାରୀରିକ ରୋଗ । ତେଣୁ ଭାଗବତ କୁହେ, "ଯେଉଁ ବ୍ୟକ୍ତି ନିଜକୁ ପିତ୍ତ, କଫ, ଏବଂ ବାୟୁର ସଂଯୋଗ ଭାବରେ ଗ୍ରହଣ କରେ, ସେ ଏକ ଗଧ ଅଟେ ।" ବାସ୍ତବରେ, ଏହା ହେଉଛି ତଥ୍ୟ । ଯଦି ଆମେ ନିଜକୁ ଏହି ପିତ୍ତ, କଫ, ଏବଂ ବାୟୁର ସଂଯୋଗ ଭାବରେ ଗ୍ରହଣ କରିବା... ତେଣୁ ବୁଦ୍ଧିମାନ ବ୍ୟକ୍ତି, ଏକ ମାହାନ ଦାର୍ଶନିକ, ଏକ ମାହାନ ବୈଜ୍ଞାନିକ, ଏହାର ମାନେ କ'ଣ ଏହିକି ଯେ ସେ ପିତ୍ତ, କଫ, ଏବଂ ବାୟୁର ସଂଯୋଗ ଅଟେ? ନା । ଏହା ଭୁଲ୍ ଅଟେ । ସେ ପିତ୍ତ, କଫ, ଏବଂ ବାୟୁ ଠାରୁ ଭିନ୍ନ ଅଟେ । ସେ ଆତ୍ମା ଅଟେ । ଏବଂ ତାର କର୍ମ ଅନୁସାରେ, ସେ ତାର ପ୍ରତିଭା ପ୍ରଦର୍ଶନ, ପ୍ରକଟ କରେ । ତେଣୁ ସେମାନେ ଏହି କର୍ମ ବୁଝିପାରୁ ନାହାଁନ୍ତି, କର୍ମର ଆଇନ୍ । ଅମେ କାହିଁକି ଏତେ ସାରା ଭିନ୍ନ ବ୍ୟକ୍ତିତ୍ଵ ପାଉଛୁ?