OR/Prabhupada 0089 - କୃଷ୍ଣଙ୍କର ତେଜ ହେଉଛି ସମସ୍ତଙ୍କର ଉତ୍ପତିର ସ୍ରୋତ



Lecture on BG 4.24 -- August 4, 1976, New Mayapur (French farm)

ଫ୍ରେନ୍ଚ ଭକ୍ତ: ଯେତେବେଳେ କୃଷ୍ଣ କୁହଁନ୍ତି "ମୁଁ ସେମାନଙ୍କ ମଧ୍ୟରେ ନାହିଁ" ଏହାର ଅର୍ଥ କ'ଣ?

ପ୍ରଭୁପାଦ: କ'ଣ? "ମୁଁ ସେମାନଙ୍କ ମଧ୍ୟରେ ନାହିଁ" କାରଣ ତୁମେ ସେଠାରେ ଦେଖିପାର ନାହିଁ । କୃଷ୍ଣ ସେଠାରେ ଅଛନ୍ତି, କିନ୍ତୁ ତୁମେ ତାଙ୍କୁ ଦେଖିପାର ନାହିଁ, ତୁମେ ଉନ୍ନତ ନୁହଁ । ଯେପରିକି ଅନ୍ୟ ଏକ ଉଦାହରଣ । ଏଠାରେ ସୂର୍ଯ୍ୟ କିରଣ ଅଛି । ସମସ୍ତେ ଅନୁଭବ କରୁଛନ୍ତି । କିନ୍ତୁ ତାହା ମାନେ ନୁହେଁ ଯେ ସୂର୍ଯ୍ୟ ଏଠାରେ ଅଛନ୍ତି । ଏହା ସ୍ପଷ୍ଟ ଅଟେ । ସୂର୍ଯ୍ୟ ଏଠାରେ ଅଛନ୍ତି ଅର୍ଥାତ୍... ଖରା ଏଠାରେ ଅଛି ଅର୍ଥାତ୍ ସୂର୍ଯ୍ୟ ଏଠାରେ ଅଛନ୍ତି । କିନ୍ତୁ ତଥାପି, କାରଣ ତୁମେମାନେ ଖରାରେ ଅଛ, ତୁମେ କହିପାରିବ ନାହିଁ "ଏବେ ମୁଁ ସୂର୍ଯ୍ୟଙ୍କୁ ଧରିଦେଲି ।" ସୂର୍ଯ୍ୟକିରଣ ସୂର୍ଯ୍ୟରେ ବିଦ୍ୟମାନ, କିନ୍ତୁ ସୂର୍ଯ୍ୟ ସୂର୍ଯ୍ୟକିରଣରେ ଉପସ୍ଥିତ ନୁହଁନ୍ତି । ସୂର୍ଯଙ୍କ ବିନା ସୂର୍ଯ୍ୟକିରଣ ନ ଥାଏ । ତାହା ମାନେ ନୁହେଁ ଯେ ସୂର୍ଯ୍ୟକିରଣ ସୂର୍ଯ୍ୟ ଅଟେ । ସେହି ସମୟରେ, ତୁମେ କହିପାରିବ ଯେ ସୂର୍ଯ୍ୟକିରଣ ଅର୍ଥାତ୍ ସୂର୍ଯ୍ୟ ଅଟେ ।

ଏହାକୁ ଅଚିନ୍ତ୍ୟ-ଭେଦଭାବ କୁହାଯାଏ, ଏକ ସମାନ ଏବଂ ଭିନ୍ନ । ସୂର୍ଯ୍ୟକିରଣରେ ତୁମେ ସୂର୍ଯ୍ୟର ଉପସ୍ଥିତି ଅନୁଭବ କରିପାରିବ, କିନ୍ତୁ ତୁମେ ଯଦି ସୂର୍ଯ୍ୟ ଗ୍ରହରେ ପ୍ରବେଶ କରିବା ପାଇଁ ସମର୍ଥ ହୋଇଯାଅ, ତୁମେ ସୂର୍ଯ୍ୟ ଦେବତାଙ୍କ ସହ ସାକ୍ଷାତ ମଧ୍ୟ କରିପାରିବ । ବାସ୍ତବରେ, ସୂର୍ଯ୍ୟକିରଣ ଅର୍ଥାତ୍ ସୂର୍ଯ୍ୟ ଗ୍ରହରେ ରହୁଥିବା ଲୋକମାନଙ୍କ ଶରୀର ର କିରଣ । ତାହା ବ୍ରହ୍ମ ସଂହିତାରେ ବର୍ଣ୍ଣନା କରାଯାଇଛି, ଯସ୍ୟ ପ୍ରଭା ପ୍ରଭବତୋ ଜଗଦ-ଅଂଡ-କୋଟି (ବ୍ର.ସଂ ୫.୪୦) । କୃଷ୍ଣଙ୍କ ଯୋଗୁଁ... ତୁମେ ଦେଖିଛ କୃଷ୍ଣଙ୍କର ତେଜ ଆସୁଛି । ତାହା ସମସ୍ତଙ୍କର ସ୍ରୋତ ଅଟେ । ସେହି ତେଜର ବିସ୍ତାର ବ୍ରହ୍ମ ଜ୍ୟୋତି ଅଟେ, ଏବଂ ସେହି ବ୍ରହ୍ମ ଜ୍ୟୋତିରେ, ଅସଂଖ୍ୟ ଆଧ୍ୟାତ୍ମିକ ଗ୍ରହ, ଭୌତିକ ଗ୍ରହ, ଉତ୍ପନ ହେଉଛନ୍ତି । ଏବଂ ପ୍ରତ୍ୟେକ ଗ୍ରହର ବିଭିନ୍ନ ଉପସ୍ଥାପନା ଅଛି । ବାସ୍ତବରେ, ମୂଳ ହେଉଛି କୃଷ୍ଣଙ୍କ ଶରୀର ର କିରଣ, ଏବଂ କିରଣଗୁଡ଼ିକର ଉତ୍ପତିର ମୂଳ ହେଉଛନ୍ତି କୃଷ୍ଣ ।