OR/Prabhupada 0094 - ଆମର କାମ ହେଉଛି କୃଷ୍ଣଙ୍କ ଶଦ୍ଦର ପୁନରାବୃତ୍ତି କରିବା



Lecture on BG 1.20 -- London, July 17, 1973

ପାପି ଜୀବ ଭଗବାନଙ୍କ ବିଷୟରେ ଅନୁସନ୍ଧାନ କରିପାରିବେ ନାହିଁ କିମ୍ଵା ଭଗବାନଙ୍କୁ ବୁଝିପାରିବେ ନାହିଁ । ଆମେ ଅନେକ ଥର ଏହି ଶ୍ଳୋକର ପୁନରାବୃତ୍ତି କରିଛୁ,

ଯେଷାଂ ତ୍ଵନ୍ତଗତଂ ପାପଂ
ଜନାନାଂ ପୁଣ୍ୟକର୍ମଣାମ୍
ତେ ଦ୍ଵନ୍ଦ୍ଵମୋହନିର୍ମୁକ୍ତା
ଭଜନ୍ତେ ମାଂ ଦୄଢ଼ବ୍ରତାଃ
(BG 7.28)

ପାପି, ପାପି ପୁରୁଷ, ସେମାନେ ବୁଝିପାରିବେ ନାହିଁ । ସେମାନେ ବୁଝନ୍ତି, କେବଳ ଭାବନ୍ତି ଯେ "କୃଷ୍ଣ ହେଉଛନ୍ତି ଭଗବାନ; ତେଣୁ ମୁଁ ମଧ୍ୟ ଭଗବାନ ଅଟେ । ସେ ଏକ ସାଧାରଣ ବ୍ୟକ୍ତି ଅଟେ, ଟିକିଏ ଶକ୍ତିଶାଳୀ ହୋଇପାରେ, ଐତିହାସିକ ଦୃଷ୍ଟିକୋଣରୁ ସେ ଭାରୀ ପ୍ରସିଦ୍ଧ ବ୍ୟକ୍ତି ଅଟେ । ତେଣୁ ସେ, ସର୍ବଶେଷରେ, ଏକ ପୁରୁଷ ଅଟେ । ମୁଁ ମଧ୍ୟ ଏକ ପୁରୁଷ । ତେବେ ମୁଁ କାହିଁକି ଭଗବାନ ନୁହେଁ । ଏହା ଅଭକ୍ତ ଏବଂ ପାପି ପୁରୁଷମାନଙ୍କର ଉପସଂହାର ଅଟେ।

ତେଣୁ ଯେ କେହି ନିଜକୁ ଭଗବାନ ଘୋଷଣା କରେ, ତୂରନ୍ତ ତୁମେ ଜାଣିବା ଉଚିତ୍ ଯେ ସେ ଅତ୍ୟନ୍ତ ପାପି ପୁରୁଷ ଅଟେ । ଏବଂ ତୁମେ ଯଦି ତାର ବ୍ୟକ୍ତିଗତ ଜୀବନର ଅଧ୍ୟୟନ କରିବ, ତୁମେ ଦେଖିପାରିବ ଯେ ସେ ଏକ ନମ୍ଵର ପାପି ପୁରୁଷ ଅଟେ । ଏହା ହେଉଛି ପରୀକ୍ଷା । ଅନ୍ୟଥା କେହି କହିବେ ନାହିଁ ଯେ ସେ ଭଗବାନ ଅଟେ, ଏହା ଭୁଲ ଉପସ୍ଥାପନା ଅଟେ । କେହି ନୁହେଁ । କୌଣସି ଧାର୍ମିକ ପୁରୁଷ ନୁହେଁ । ସେ ଜାଣିଛି, "ମୁଁ କ'ଣ? ମୁଁ ସାଧାରଣ ମାନବ ଅଟେ । କିପରି ମୁଁ ଭଗବାନଙ୍କର ସ୍ଥାନ ନେବା ପାଇଁ ଦାବୀ କରିପାରିବି?" ଏବଂ ସେମାନେ ଦୁର୍ଜନମାନଙ୍କ ମଧ୍ୟରେ ପ୍ରସିଦ୍ଧ ହୋଇଯାଆନ୍ତି ।

ଯେପରି ଶ୍ରୀମଦ୍ ଭାଗବତମ୍ ରେ କୁହାଯାଇଛି, ଶ୍ଵ-ବିଡ-ବରାହୋଷ୍ଟ୍ର ଖରୈଃ (SB 2.3.19) । ସେ ଶ୍ଳୋକ କ'ଣ? ଉଷ୍ଟ୍ର-ଖରୈଃ ସଂସ୍ତୁତଃ ପୁରୁଷଃ ପଶୁଃ । ସେମାନେ...ଏହି ଦୁନିଆରେ ଆମେ ଦେଖୁଛୁ ଯେ ଅନେକ ମହାନ ପୁରୁଷ ଅଛନ୍ତି, ତଥା କଥିତ ମହାନ ବ୍ୟକ୍ତି, ଏବଂ ସେମାନେ ସାଧାରଣ ବ୍ୟକ୍ତିମାନଙ୍କ ଦ୍ଵାରା ଅତି ପ୍ରଶଂସିତ । ତେଣୁ ଭାଗବତ କୁହନ୍ତି, ଯେ କେହି ଭକ୍ତ ନୁହଁନ୍ତି, ଯିଏ କଦାପି ହରେ କୃଷ୍ଣ ମନ୍ତ୍ର ଜପ କରନ୍ତି ନାହିଁ, ସେ ଦୁର୍ଜନମାନଙ୍କ ହିସାବରେ ମହାନ ବ୍ୟକ୍ତି ହୋଇପାରେ, କିନ୍ତୁ ସେ ଏକ ପଶୁଠାରୁ ଅଧିକ କିଛିନୁହେଁ । ପଶୁ । ତେଣୁ, ଶ୍ଵ-ବିଡ-ବରାହୋଷ୍ଟ୍ର ଖରୈଃ । "ତେଣୁ ତୁମେ ଏପରି ଏକ ମାହାନ ବ୍ୟକ୍ତିକୁ କିପରି କହିପାରିବ । ତୁମେ ତାକୁ ପଶୁ କହୁଛ ।" ଆମର କାମ ବହୁତ ଅକୃତଜ୍ଞ କାମ ଅଟେ । ଆମେ କହିପାରିବୁ ଯେଉଁ ବ୍ୟକ୍ତି ଭକ୍ତ ନୁହେଁ, ସେ ଦୁର୍ଜନ ଅଟେ । ଆମେ ସାଧାରଣତ ଏହା କହୁ । ଏହା ଅତ୍ୟନ୍ତ କର୍କଶ ଶଦ୍ଦ ଅଟେ, କିନ୍ତୁ ଆମକୁ ଏହା ବ୍ୟବହାର କରିବାକୁ ପଡୁଛି । ଯଥା ଶୀଘ୍ର ଆମେ ଦେଖୁଛୁ ଯେ ସେ କୃଷ୍ଣଙ୍କର ଭକ୍ତ ନୁହେଁ, ତେବେ ସେ ଏକ ଦୁର୍ଜନ ଅଟେ । ଆମେ କିପରି କହିବୁ? ସେ ମୋର ଶତ୍ରୁ ନୁହେଁ, କିନ୍ତୁ ଆମକୁ କହିବାକୁ ପଡୁଛି କାରଣ କୃଷ୍ଣ ଏପରି କହିଛନ୍ତି । ଯଦି ଆମେ ପ୍ରକୃତରେ କୃଷ୍ଣ ଚେତନାଶୀଳ ଅଟୁ, ତେବେ ଆମର କାମ ହେଉଛି କୃଷ୍ଣଙ୍କ ଶଦ୍ଦର ପୁନରାବୃତ୍ତି କରିବା । ବାସ୍ । କୃଷ୍ଣଙ୍କର ପ୍ରତିନିଧି ଏବଂ ଅପ୍ରତିନିଧି ମଧ୍ୟରେ ଅନ୍ତର କ'ଣ? କୃଷ୍ଣଙ୍କର ପ୍ରତିନିଧି କେବଳ ତାହା ପୁନରାବୃତ୍ତି କରେ ଯାହା କୃଷ୍ଣ କହିଛନ୍ତି । ବାସ୍ । ସେ ପ୍ରତିନିଧି ହୋଇଯାଏ । ଏହା ଅଧିକ ଯୋଗ୍ୟତା ଆବଶ୍ୟକ କରେ ନାହିଁ । ତୁମେ କେବଳ ଦୃଢ଼ତାର ସହିତ ପୁନରାବୃତ୍ତି କର । ଯେପରି କୃଷ୍ଣ କୁହଁନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66) । ତେଣୁ ଯିଏ ଏହି ତଥ୍ୟ ସ୍ଵୀକାର କରେ ଯେ, "ଯଦି ମୁଁ କୃଷ୍ଣଙ୍କୁ ଆତ୍ମସମର୍ପଣ କରିବି, ତେବେ ମୋର ସମସ୍ତ କାର୍ଯ୍ୟ ସଫଳ ହେବ," ସେ ହେଉଛି କୃଷ୍ଣଙ୍କର ପ୍ରତିନିଧି । ବାସ୍ ।

ତୁମେ ଉଚ୍ଚ ଶିକ୍ଷିତ କିମ୍ଵା ଉନ୍ନତ ହେବା ଆବଶ୍ୟକ ନୁହେଁ । ଯଦି ତୁମେ କେବଳ କୃଷ୍ଣ ଯାହା କହିଛନ୍ତି ତାହା ସ୍ଵୀକାର କରିବ... ଯେପରି ଅର୍ଜୁନ କହିଛନ୍ତି, ସର୍ବମେତଦୃତଂ ମନ୍ୟେ ଯନ୍ମାଂ ବଦସି କେଶବ (BG 10.14) "ମୋର ପ୍ରିୟ କୃଷ୍ଣ, କେଶବ, ଆପଣ ଯାହା କହୁଛନ୍ତି, କୌଣସି ପରିବର୍ତ୍ତନ ବିନା, ମୁଁ ତାହା ସ୍ଵୀକାର କରୁଛି । ତାହା ଭକ୍ତି ଅଟେ । ସେଥିପାଇଁ ଅର୍ଜୁନଙ୍କୁ ସମ୍ଵୋଧିତ କରାଯାଏ, ଭକ୍ତୋ ସି । ଏହା ଭକ୍ତର କାମ ଅଟେ । ମୁଁ କାହିଁକି କୃଷ୍ଣଙ୍କୁ ମୋ ପରି ସାଧାରଣ ବ୍ୟକ୍ତି ଭାବିବି? ଏହା ହେଉଛି ଭକ୍ତ ଏବଂ ଅଭକ୍ତ ମଧ୍ୟରେ ଅନ୍ତର । ଏକ ଭକ୍ତ ଜାଣିଛି ଯେ "ମୁଁ ତୁଚ୍ଛ ଅଟେ , କୃଷ୍ଣଙ୍କର ଏକ କ୍ଷୁଦ୍ର କିରଣ । କୃଷ୍ଣ ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତି ଅଟନ୍ତି । ମୁଁ ମଧ୍ୟ ତୁଚ୍ଚ ବ୍ୟକ୍ତି ଅଟେ । କିନ୍ତୁ ଯେତେବେଳେ ଆମେ ତାଙ୍କର ଶକ୍ତି ଏବଂ ମୋର ଶକ୍ତି ବିଷୟରେ ବିଚାର କରୁ, ମୁଁ ଅତି ତୁଚ୍ଛ ଅଟେ । ଏହା ହେଉଛି କୃଷ୍ଣଙ୍କର ଭାବନା ।

କୌଣସି ଅସୁବିଧା ନାହିଁ । କେବଳ ଜଣେ ବିଶ୍ଵସ୍ତ ହେବା ଉଚିତ୍, ପାପି ନୁହେଁ । କିନ୍ତୁ ଜଣେ ପାପି ପୁରୁଷ ତାଙ୍କୁ ବୁଝିପାରିବ ନାହିଁ । ପାପି ପୁରୁଷ, ସେ କହେ, "ଓ, କୃଷ୍ଣ ମଧ୍ୟ ଏକ ପୁରୁଷ ଅଟନ୍ତି । ମୁଁ ମଧ୍ୟ ଏକ ପୁରୁଷ ଅଟେ । ମୁଁ କାହିଁକି ଭଗବାନ ନୁହେଁ? ସେ କେବଳ ଭଗବାନ? ନା, ମୁଁ ମଧ୍ୟ । ମୁଁ ଭଗବାନ ଅଟେ । ତୁମେ ଭଗବାନ ଅଟ, ସମସ୍ତେ ଭଗବାନ ଅଟନ୍ତି । ଯେପରି ବିବେକାନନ୍ଦ କହିଛନ୍ତି, "ତୁମେ କାହିଁକି ଭଗବାନଙ୍କୁ ଖୋଜୁଛ?" ତୁମେ ଏତେ ସାରା ଭଗବାନଙ୍କୁ ରାସ୍ତାରେ ବୁଲୁଥିବା ଦେଖୁ ନାହଁ?" ତୁମେ ଦେଖୁଛ । ଏହା ତାଙ୍କର ଭଗବାନ ଅନୁଭୁତି ଅଟେ । ଏହା ତାଙ୍କର ଭଗବାନ ଅନୁଭୁତି ଅଟେ । ଏବଂ ସେ ଏକ ମାହାନ ପୁରୁଷ ହୋଇଗଲେ: "ଓ, ସେ ସମସ୍ତଙ୍କୁ ଭଗବାନ ରୂପରେ ଦେଖୁଛନ୍ତି ।"

ଏହି ମୂର୍ଖତା, ଏହି ଦୁର୍ଜନତା, ପୁରା ଦୁନିଆରେ ଚାଲିଛି । ଜଣେ ଜାଣି ନାହିଁ ଭଗବାନ କ'ଣ, ଭଗବାନଙ୍କର ଶକ୍ତି କ'ଣ, ଭଗବାନର ଅର୍ଥ କ'ଣ । ସେମାନେ କିଛି ଦୁର୍ଜନମାନଙ୍କୁ ଭଗବାନ ରୂପେ ଗ୍ରହଣ କରୁଛନ୍ତି । ଯେପରି ଆଜିକାଲି ତାହା ଚାଲିଛି । ଅନ୍ୟ ଏକ ଦୁର୍ଜନ ଆସିଗଲା । ସେ ମଧ୍ୟ ନିଜକୁ ଭଗବାନ ଘୋଷିତ କରୁଛି । ତେଣୁ ଏହା ଅତ୍ୟନ୍ତ ଶସ୍ତା କଥା ହୋଇଯାଇଛି । କିନ୍ତୁ ସେମାନଙ୍କର ଭାବିବା ପାଇଁ ମସ୍ତିଷ୍କ ନାହିଁ ଯେ "ମୁଁ ଭଗବାନ ହେବାର ଦାବୀ କରୁଛି; ମୋ ପାଖରେ କି ଶକ୍ତି ଅଛି?"

ତେଣୁ ଏହା ହେଉଛି ରହସ୍ୟ । ଏହା ହେଉଛି ରହସ୍ୟ । ଭକ୍ତ ନ ହୋଇ, ଭଗବାନଙ୍କର ରହସ୍ୟ ବୁଝିବା ସମ୍ଭବ ନୁହେଁ । ଏବଂ କୃଷ୍ଣ ଭଗବଦ୍ ଗୀତାରେ କହିଛନ୍ତି କିପରି ଜଣେ ତାଙ୍କୁ ଜାଣିପାରିବ । ଭକ୍ତ୍ୟା ମାମଭିଜାନାତି ଯାବାନ୍ ଯଶ୍ଚାସ୍ମି ତତ୍ତ୍ଵତଃ (BG 18.55) । କେବଳ ଭକ୍ତି ଦ୍ଵାରା । ବାସ୍ । ସେ କହିପାରି ଥାନ୍ତେ, "ଉଚ୍ଚ, ସର୍ବୋଚ୍ଚ ଜ୍ଞାନ ଦ୍ଵାରା" କିମ୍ଵା "ଯୋଗ ପ୍ରକ୍ରିୟା ଦ୍ଵାରା" କିମ୍ଵା "ଏକ ବହୁତ ମାହାନ କର୍ମି, କାର୍ଯ୍ୟକର୍ତା ହୋଇ, ଜଣେ ମୋତେ ବୁଝିପାରିବ ।" ନା, ସେ କେବେ କହି ନାହାଁନ୍ତି, କେବେ କହି ନାହାଁନ୍ତି । ତେଣୁ କର୍ମି, ଯୋଗୀ, ଜ୍ଞାନୀ, ସେମାନେ ସମସ୍ତେ ଦୁର୍ଜନ ଅଟନ୍ତି । ସେମାନେ କୃଷ୍ଣଙ୍କୁ ବୁଝିପାରିବେ ନାହିଁ । ସମସ୍ତେ ଦୁର୍ଜନ ଅଟନ୍ତି । କର୍ମିମାନେ ତୃତୀୟ ବର୍ଗର ଦୁର୍ଜନ ଅଟନ୍ତି, ଜ୍ଞାନୀମାନେ ଦ୍ଵିତୀୟ ବର୍ଗର ଦୁର୍ଜନ ଅଟନ୍ତି, ଏବଂ ଯୋଗୀମାନେ ପ୍ରଥମ ବର୍ଗର ଦୁର୍ଜନ ଅଟନ୍ତି । ବାସ୍ ।