OR/Prabhupada 0097 - ମୁଁ କେବଳ ଏକ ଡାକ ପିଅନ
ଯଦି ଆମେ ଏହି ଆନ୍ଦୋଳନକୁ ଆଗକୁ ବଢ଼େଇବାକୁ କଠିନ ପରିଶ୍ରମ କରୁ, ତାପରେ, ଏପରିକି, ଆମେ କୌଣସି ଅନୁସରଣ କାରି ନ ପାଇଲେ ମଧ୍ୟ, କୃଷ୍ଣ ସନ୍ତୁଷ୍ଟ ହେବେ । ଏବଂ ଆମର କାମ ହେଉଛି କୃଷ୍ଣଙ୍କୁ ସନ୍ତୁଷ୍ଟ କରିବା । ତାହା ହେଉଛି ଭକ୍ତି । ହୃଷିକେଣ ହୃଷିକେଶ-ସେବନମଂ ଭକ୍ତିର୍ ଉଚ୍ଛତେ (CC Madhya 19.170) ଭକ୍ତି ଅର୍ଥାତ୍ ଜଣେ ତାର ସମସ୍ତ ଇନ୍ଦ୍ରିୟମାନଙ୍କୁ କୃଷ୍ଣଙ୍କୁ ସନ୍ତୁଷ୍ଟ କରିବାରେ ନିୟୋଜିତ କରିବା । ଭୌତିକ ଜୀବନ ଅର୍ଥାତ୍ ନିଜ ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରିବା । "ମୋତେ ଏହା ଭଲ ଲାଗେ । ମୋତେ କିଛି କରିବାର ଅଛି । ମୁଁ କିଛି ଗାଇବାକୁ ଚାହୁଁଛି କିମ୍ଵା କିଛି ଜପ କରିବାକୁ ଚାହୁଁଛି, କିଛି ଖାଇବାକୁ, କିମ୍ଵା କିଛି ସ୍ପର୍ଶ କରିବାକୁ, କିମ୍ଵା କିଛି ସ୍ଵାଦ କରିବାକୁ । ଏହି କିଛି ଅର୍ଥାତ୍...ତାହା ମାନେ ଇନ୍ଦ୍ରିୟମାନଙ୍କ ଦ୍ଵାରା । ଏହା ହେଉଛି ଭୌତିକ ଜୀବନ । "ମୁଁ କୋମଳ ତ୍ଵଚା ଛୁଇଁବାକୁ ଚାହୁଁଛି । ମୁଁ ସ୍ଵାଦିଷ୍ଟ ଭୋଜନ କରିବାକୁ ଚାହୁଁଛି । ମୁଁ ଏପରି ଶୁଘିଂବାକୁ ଚାହୁଁଛି । ମୁଁ ଏପରି ଚାଲିବାକୁ ଚାହୁଁଛି । ଏକା କଥା - ଚାଲିବା, ସ୍ଵାଦକରିବା, ସ୍ପର୍ଶ କରିବା, କିମ୍ଵା କିଛି ଭି - କୃଷ୍ଣଙ୍କ ପାଇଁ ଉପଯୋଗ କରିବା ଉଚିତ୍ । ବାସ୍ । କିଛି ଛୁଇଁବା ପରିବର୍ତ୍ତେ, ଯଦି ତୁମେ ଏକ ପବିତ୍ର ଭକ୍ତଙ୍କର ଚରଣ କମଳକୁ ସ୍ଵର୍ଶ କରିବ, ସେହି ସ୍ପର୍ଶ ଉପଯୋଗ ହେବ । ନିରର୍ଥକ ଭୋଜନ କରିବା ପରିବର୍ତ୍ତେ, ଯଦି ତୁମେ କୃଷ୍ଣ ପ୍ରସାଦ ଖାଇବ, ତେବେ ଏହା ଠିକ୍ ଅଛି । କିଛି ଶୁଘିଂବା ପରିବର୍ତ୍ତେ, ଯଦି ତୁମେ କୃଷ୍ଣଙ୍କୁ ଅର୍ପଣ କରାଯାଇଥିବା ପୁଷ୍ପ ଶୁଘିଂବ... ତେବେ କିଛି ପ୍ରତିବନ୍ଧ ରହିବ ନାହିଁ । ଯଦି ତୁମେ ତୁମର ଯୌନ ଜୀବନ ବ୍ୟବହାର କରିବାକୁ ଚାହୁଁଛ, ହଁ, ତୁମେ କରିପାରିବ କୃଷ୍ଣ ଚେତନା ଶିଶୁ ପାଇବା ପାଇଁ । କୌଣସି ପ୍ରତିବନ୍ଧ ନାହିଁ । ଏହା କେବଳ ଶୁଦ୍ଧି କରଣ । ବାସ୍ । ଏହା ସଂପୂର୍ଣ୍ଣ କାର୍ଯ୍ୟକ୍ରମ ଅଟେ । ପ୍ରତିବନ୍ଧର କୌଣସି ପ୍ରଶ୍ନ ନାହିଁ । ପ୍ରତିବନ୍ଧ ହୋଇପାରିବ ନାହିଁ । ଏହା କିପରି ପ୍ରତିବନ୍ଧ ହେବ? ମନେ କର ମୁଁ ଏକ ମନୁଷ୍ୟ । ଯଦି କେହି କହେ, "ଓ, ତୁମେ ଖାଇପାରିବ ନାହିଁ," ଏହା ସମ୍ଭବ କି? ମୋତେ ଖାଇବାକୁ ହିଁ ହେବ । ତେଣୁ ପ୍ରତିବନ୍ଧର କୌଣସି ପ୍ରଶ୍ନ ନାହିଁ । ପ୍ରଶ୍ନ ହେଉଛି ଏହାର ଶୁଦ୍ଧିକରଣ ର । ତେଣୁ... ଏବଂ ଅନ୍ୟ ଏକ ସିଦ୍ଧାନ୍ତ ହେଉଛି, ମୁଁ କହିବାର ଅର୍ଥ ହେଉଛି, ବଳ ପୂର୍ବକ ବନ୍ଦ କରିବା, ଏହାକୁ ଶୂନ୍ୟ କର, ଯେପରି ସେମାନେ କହୁଛନ୍ତି, "ଇଛା ବିହୀନ ହୋଇଯାଅ ।" ସେମାନେ ପରାମର୍ଶ କରନ୍ତି । ତେଣୁ ମୁଁ କିପରି ଇଛା ବିହୀନ ହେବି? ଇଛା ତ ରହିବ । କିନ୍ତୁ ମୁଁ କୃଷ୍ଣଙ୍କ ପାଇଁ ଇଛା କରିବା ଉଚିତ୍ ।
ତେଣୁ ଏହା ବହୁତ ଭଲ ପ୍ରକ୍ରିୟା ଅଟେ । ଏବଂ ଏପରିକି ଅନ୍ୟମାନେ ଏହାକୁ ଗମ୍ଭୀରତାର ସହିତ ସ୍ଵୀକାର ନ କରିଲେ, କିମ୍ଵା ଆମର ସିଦ୍ଧାନ୍ତକୁ ନ ଆସିଲେ, ଯଦି ତୁମେ ଏହା କରିବାକୁ ଚେଷ୍ଟା କରିବ, ତାହା ହେଉଛି ଆମର କାମ । କୃଷ୍ଣ ସନ୍ତୁଷ୍ଟ ହେବେ । ଆମର ଆଚାର୍ଯ୍ୟମାନେ ସନ୍ତୁଷ୍ଟ ହେବେ, ଗୁରୁ ମାହାରାଜ ସନ୍ତୁଷ୍ଟ ହେବେ । ଏବଂ ଯସ୍ୟ ପ୍ରସାଦଦ୍ ଭଗବତ...ଯଦି ସେମାନେ ସନ୍ତୁଷ୍ଟ, ତେବେ ତୁମର କାର୍ଯ୍ୟ ପୂରା ହୋଇଯିବ । ନା କି ଅନ୍ୟମାନେ ସନ୍ତୁଷ୍ଟ ହେଲେ କି ନାହିଁ । ତୁମର ଜପ ଦ୍ଵରା କିଛି ଲୋକ ସନ୍ତୁଷ୍ଟ ହୋଇପାରନ୍ତି - ନା, ଆମେ ସେଥିରେ ସଂପୃକ୍ତ ନାହୁଁ । ସେ ସନ୍ତୁଷ୍ଟ ହୋଇପାରେ କିମ୍ଵା ନ ହୋଇପାରେ । କିନ୍ତୁ ଯଦି ମୁଁ ଉପଯୁକ୍ତ ଭାବରେ ଜପ କରେ, ତେବେ ମୋର ପୂର୍ବଜମାନେ, ଆଚାର୍ଯ୍ୟମାନେ, ସନ୍ତୁଷ୍ଟ ହେବେ । ତାହା ହେଉଛି ମୋର କର୍ତ୍ତବ୍ୟ, ସମାପ୍ତ, ଯଦି ମୁଁ କିଛି ମୋ ହିସାବରେ ଆବିଷ୍କାର ନ କରେ । ତେଣୁ ମୁଁ ଅତି ପ୍ରସନ୍ନ ଯେ କୃଷ୍ଣ ମୋତେ ସାହାର୍ଯ୍ୟ କରିବା ପାଇଁ ଅନେକ ଭଲ ବାଳକ ଏବଂ ବାଳିକାମାନଙ୍କୁ ପଠେଇଛନ୍ତି । ଏହି ଶୁଭ ଦିନରେ କୃଷ୍ଣଙ୍କର ଆଶୀର୍ବାଦ ତୁମ ସହିତ ରହୁ । ଏବଂ ମୋର କିଛି ନାହିଁ । ମୁଁ କେବଳ ଏକ ଡାକ ପିଅନ । ମୁଁ ଯାହା ମୋ ଗୁରୁ ମାହାରାଜଙ୍କ ଠାରୁ ଶୁଣିଛି ମୁଁ ତାହା ତୁମମାନଙ୍କୁ ପ୍ରଦାନ କରୁଛି । ତୁମେ ମଧ୍ୟ କେବଳ ସେହି ଭାବରେ କାର୍ଯ୍ୟ କର, ଏବଂ ତୁମେ ଖୁସୀ ରହିବ । ଏବଂ ଦୁନିଆ ଖୁସୀ ରହିବ, ଏବଂ କୃଷ୍ଣ ଖୁସୀ ହେବେ, ଏବଂ ସବୁକିଛି...