OR/Prabhupada 0099 - କିପରି କୃଷ୍ଣଙ୍କ ଦ୍ଵାରା ଚିହ୍ନଟ ହେବା



Lecture on BG 13.4 -- Bombay, September 27, 1973

ସୁତରାଂ ଆମେ ବିଭିନ୍ନ ପ୍ରକାର ର ଲୋକମାନଙ୍କୁ ଦେଖୁଛୁ, ଯଦିଓ ସେମାନେ ସମସ୍ତେ ବମ୍ଵେରେ ଅଛନ୍ତି, କିମ୍ଵା କୌଣସି ସହରରେ, ସେହିପରି, ସମସ୍ତ ଜୀବ ଏକ ପ୍ରକାର ର ନ ଥାନ୍ତି । ସେମାନଙ୍କ ମଧ୍ୟରୁ କିଛି ସଦ୍ ଗୁଣ ସଂସ୍ପର୍ଶରେ ଥାନ୍ତି, କିଛି ରଜ ଗୁଣ ସଂସ୍ପର୍ଶରେ ଥାନ୍ତି, ଏବଂ କିଛି ତମ ଗୁଣ ସଂସ୍ପର୍ଶରେ ଥାନ୍ତି । ତେଣୁ ଯେଉଁମାନେ ତମ ଗୁଣରେ ଥାନ୍ତି, ସେମାନେ ଜଳରେ ନିମଗ୍ନ ଥିଲା ପରି ରହଁନ୍ତି । ଯେପରି ଅଗ୍ନି ପାଣିରେ ପଡ଼ିଲେ, ସଂପୂର୍ଣ୍ଣ ଲିଭିଯାଏ । ଏବଂ ଶୁଖିଲା ଘାସ, ଯଦି ଅଗ୍ନିର ଏକ ଝୁଲ ପଡ଼େ, ଶୁଖିଲା ଘାସର ଲାଭ ନେଇ, ଅଗ୍ନି ଜଳିଉଠେ । ଏହା ପୁଣି ଥରେ ଅଗ୍ନିର ରୂପ ଧାରଣ କରେ ।

ସେହିପରି ଯେଉଁମାନେ ସଦ୍ ଗୁଣରେ ଥାନ୍ତି, ସେମାନେ ଅତି ସହଜରେ କୃଷ୍ଣ ଚେତନା ଜାଗରଣ କରିପାରନ୍ତି । କାରଣ ଭଗବଦ୍ ଗୀତାରେ ଏହା କୁହାଯାଇଛି, ଯେଶମ ତ୍ଵ ଅନ୍ତ-ଗତମଂ ପାପମ ଲୋକମାନେ ଏହି ମନ୍ଦିରକୁ କାହିଁକି ଆସୁନାହାଁନ୍ତି? କାରଣ ଅସୁବିଧା ହେଉଛି ସେମାନଙ୍କ ମଧ୍ୟରୁ କିଛି ରଜ ଗୁଣରେ ଅଛନ୍ତି । ନ ମାଂ ଦୁଷ୍କୃତିନୋ ମୂଢ଼ାଃ ପ୍ରପଦ୍ୟନ୍ତେ ନରାଧମାଃ (BG 7.15 । ସେମାନେ ଅାସିପାରିବେ ନାହିଁ । ଯେଉଁମାନେ କେବଳ ପାପ କର୍ମରେ ଲୀନ, ସେମାନେ ଏହି କୃଷ୍ଣ ଚେତନାକୁ ପ୍ରଶଂସା କରିପାରିବେ ନାହିଁ । ତାହା ସମ୍ଭବ ନୁହେଁ । କିନ୍ତୁ ଏହି ସୁଯୋଗ ସମସ୍ତଙ୍କୁ ଦିଆଯାଇଛି । ଆମେ ଖୋସାମତ କରୁଛୁ, "ଦୟାକରି ଏଠାକୁ ଆସନ୍ତୁ ।" ଏହା କୃଷ୍ଣଙ୍କ ପ୍ରତି ଆମର କର୍ତ୍ତବ୍ୟ ଅଟେ । ଯେପରି କୃଷ୍ଣ ସ୍ଵୟଂ ଭଗବଦ୍ ଗୀତା ଶିଖେଇବାକୁ ଆସିଥିଲେ ଏବଂ ସମସ୍ତଙ୍କୁ ଉପଦେଶ ଦେଲେ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66), ତାହା ଆମର କର୍ତ୍ତବ୍ୟ ଅଟେ ।

ସେଥିପାଇଁ କୃଷ୍ଣ ଭାରୀ ପ୍ରଶଂସା କରନ୍ତି, "ଓ, ଏହି ଲୋକମାନେ ମୋ ତରଫରୁ କାମ କରୁଛନ୍ତି । ମୋତେ ସେଠାକୁ ଯିବାକୁ ପଡ଼ିବ ନାହିଁ । ସେମାନେ ମୋର କାମ କରୁଛନ୍ତି ।" କ'ଣ କାମ ଆମେ ନେଇଛୁ । ଆମେ କେବଳ ଲୋକମାନଙ୍କୁ କହୁଛୁ, "ଦୟାକରି କୃଷ୍ଣଙ୍କୁ ଆତ୍ମସମର୍ପଣ କର ।" ସେଥିପାଇଁ ଆମେମାନେ ତାଙ୍କର ଅତି ପ୍ରିୟ ଅଟୁ । କୃଷ୍ଣ କୁହନ୍ତି, ନ ଚ ତସ୍ମାନ୍ମନୁଷ୍ୟେଷୁ କଶ୍ଚିନ୍ମେ ପ୍ରିୟକୃତ୍ତମଃ (BG 18.69) । ଆମର କାମ ହେଲା କିପରି କୃଷ୍ଣଙ୍କ ଦ୍ଵାରା ଚିହ୍ନଟ ହେବା ।

ଆମକୁ ଏହା ଭାବିବାର ଆବଶ୍ୟକତା ନାହିଁ କି ଜଣେ କୃଷ୍ଣ ଚେତନା ସ୍ଵୀକାର କରିଲା କି ନାହିଁ । ଆମର କାମ ହେଲା ଖୋସାମତ କରିବା, ବାସ୍ । "ପ୍ରିୟ ମହାଶୟ, ଦୟାକରି ଏଠାକୁ ଆସନ୍ତୁ, କୃଷ୍ଣଙ୍କର ବିଗ୍ରହ ଦେଖନ୍ତୁ, ତାଙ୍କୁ ପ୍ରଣାମ କରନ୍ତୁ, ପ୍ରସାଦ ଗ୍ରହଣ କରନ୍ତୁ, ଏବଂ ଘରକୁ ଯାଆନ୍ତୁ ।" କିନ୍ତୁ ଲୋକମାନେ ରାଜି ହେଉ ନାହାଁନ୍ତି । କାରଣ କାହିଁକି? ବର୍ତ୍ତମାନ, ଏହି କାମ ଯେଉଁ ବ୍ୟକ୍ତି ପାପ କର୍ମରେ ଲିପ୍ତ ସେମାନେ ଏହାକୁ ସ୍ଵୀକାର କରିପାରିବେ ନାହିଁ । ତେଣୁ କୃଷ୍ଣ କୁହଁନ୍ତି, ଯେଶମ ତ୍ଵ ଅନ୍ତ-ଗତମଂ ପାପମ । ଯେଉଁ ବ୍ୟକ୍ତି ତାର ପାପ କାର୍ଯ୍ୟକୁ ସଂପୂର୍ଣ୍ଣ ଭାବରେ ସମାପ୍ତ କରିଦିଏ । ଯେଶମ ତ୍ଵ ଅନ୍ତ-ଗତମଂ ପାପମ ଜନନ୍ମ ପୂଣ୍ୟ-କର୍ମାନମ୍ । ଯିଏ ପାପ କର୍ମରୁ ମୁକ୍ତ ହୋଇପାରେ? ଯିଏ ସର୍ବଦା ଧାର୍ମିକ କାର୍ଯ୍ୟରେ ଲୀନ । ଯଦି ତୁମେ ସର୍ବଦା ଧାର୍ମିକ କାର୍ଯ୍ୟରେ ଲୀନ, ପାପ କାର୍ଯ୍ୟ କରିବାର ସୁଯୋଗ କାହିଁ? ତେଣୁ ସର୍ବୋଚ୍ଚ ଧାର୍ମିକ କାର୍ଯ୍ୟ ହେଉଛି ହରେ କୃଷ୍ଣ ମହା ମନ୍ତ୍ର ଜପ କରିବା । ଯଦି ତୁମେ ସର୍ବଦା ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ ଜପିବାରେ ଲୀନ, ଯଦି ତୁମର ମନ ସର୍ବଦା କୃଷ୍ଣ ଚେତନାରେ ଲୀନ, ତେବେ ତୁମର ମନରେ ଅନ୍ୟ କୌଣସି ଜିନିଷ ପାଇଁ ଜାଗା ରହିବ ନାହିଁ । ଏହା ହେଉଛି କୃଷ୍ଣ ଚେତନାର ପ୍ରକ୍ରିୟା । ଯେମିତି ହିଁ ଆମେ କୃଷ୍ଣଙ୍କୁ ଭୁଲିଯିବା, ମାୟା ତୂରନ୍ତ ଆମକୁ କରାଗତ କରିନେବ ।