OR/Prabhupada 0101 - ଆମର ସୁସ୍ଥ ଜୀବନ ହେଉଛି ଶାଶ୍ଵତ ଜୀବନକୁ ଉପଭୋଗ କରିବା
Press Conference -- April 18, 1974, Hyderabad
ଅତିଥି(୧): କୃଷ୍ଣ ଚେତନାର ପରମ ଲକ୍ଷ୍ୟ କ'ଣ?
ପ୍ରଭୁପାଦ: ହଁ, ପରମ ଲକ୍ଷ୍ୟ ହେଉଛି... ନା, ମୁଁ କହିବି । ପରମ ଲକ୍ଷ୍ୟ ହେଉଛି ଏହା ଜାଣିବା ଯେ ଆତ୍ମା ଏବଂ ପଦାର୍ଥ ଭିନ୍ନ ଭିନ୍ନ ଅଟନ୍ତି । ଯେପରିକି ଭୌତିକ ଜଗତ ଅଛି, ଏବଂ ଆଧ୍ୟାତ୍ମିକ ଜୀବନ ମଧ୍ୟ ଅଛି । ପରସ୍ତସ୍ମାତ୍ତୁ ଭାବୋଽନ୍ୟୋଽବ୍ୟକ୍ତୋଽବ୍ୟକ୍ତାତ୍ସନାତନଃ (BG 8.20) । ଚିଦ୍ ଜଗତ ଶାଶ୍ଵତ ଅଟେ । ଭୌତିକ ଜଗତ କ୍ଷଣସ୍ଥାୟୀ ଅଟେ । ଆମେମାନେ ଆତ୍ମା ଅଟୁ । ଆମେମାନେ ଶାଶ୍ଵତ ଅଟୁ । ସେଥିପାଇଁ ଆମର କାମ ହେଉଛି ଚିଦ୍ ଜଗତକୁ ଫେରିବା, ନା କି ଏହି ଭୌତିକ ଜଗତରେ ରହି ଶରୀର ପରିବର୍ତ୍ତନ କରିବା ଖରାପ ରୁ ଅତିଖରାପ କିମ୍ଵା ଅତିଖରାପ ରୁ ଖରାପ କିମ୍ଵା ଭଲ । ତାହା ଆମର କାମ ନୁହେଁ । ତାହା ରୋଗ ଅଟେ । ଆମର ସୁସ୍ଥ ଜୀବନ ହେଉଛି ଶାଶ୍ଵତ ଜୀବନକୁ ଉପଭୋଗ କରିବା । ଯଦ୍ ଗତ୍ଵା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ (BG 15.6) । ଦେଖ, ଆମର ମନୁଷ୍ୟ ଜୀବନ ସେହି ପରିପୂର୍ଣ୍ଣ ସ୍ତର ପ୍ରାପ୍ତ କରିବା ପାଇଁ ବ୍ୟବହାର କରିବା ଉଚିତ୍ - ନା କି ଆଉ ଥରେ ଏହି ଭୌତିକ ଶରୀର ପ୍ରାପ୍ତ କରିବା ପାଇଁ ଯାହାକୁ ପରିବର୍ତ୍ତନ କରିବାକୁ ପଡ଼ୁଛି । ଏହା ଜୀବନର ଲକ୍ଷ୍ୟ ଅଟେ ।
ଅତିଥି(୨): ସେହି ପୂର୍ଣ୍ଣତା ଏକ ଜୀବନରେ ସମ୍ଭବ କି?
ପ୍ରଭୁପାଦ: ହଁ, ଏକ ମୂହୁର୍ତ୍ତରେ, ଯଦି ତୁମେ ରାଜି ହୁଅ । କୃଷ୍ଣ କୁହଁନ୍ତି ଯେ
- ସର୍ବଧର୍ମାନ୍ ପରିତ୍ୟଜ୍ୟ
- ମାମେକଂ ଶରଣଂ ବ୍ରଜ
- ଅହଂ ତ୍ଵାଂ ସର୍ବପାପେଭ୍ୟୋ
- ମୋକ୍ଷୟିଷ୍ୟାମି ମା ଶୁଚିଃ
- (BG 18.66)
ଅମେ ପାପକର୍ମ ହିସାବରେ ଆମର ଶରୀର ପରିବର୍ତ୍ତନ କରୁ, କିନ୍ତୁ ଯଦି ଆମେ କୃଷ୍ଣଙ୍କୁ ଆତ୍ମସମର୍ପଣ କରିବା ଏବଂ କୃଷ୍ଣ ଚେତନା ଗ୍ରହଣ କରିବା, ତେବେ ତୁମେ ତୂରନ୍ତ ଆଧ୍ୟାତ୍ମିକ ସ୍ତରରେ ପହଁଞ୍ଚିପାରିବ ।
- ମାଂ ଚ ଯୋଽବ୍ୟଭିଚାରେଣ
- ଭକ୍ତି ଯୋଗେନ ସେବତେ
- ସ ଗୁଣାନ୍ ସମତୀତ୍ୟୈତାନ୍
- ବ୍ରହ୍ମଭୂୟାୟ କଳ୍ପତେ
- (BG 14.26)
ଯଥା ଶୀଘ୍ର ତୁମେ କୃଷ୍ଣଙ୍କର ବିଶୁଦ୍ଧ ଭକ୍ତ ହୋଇଯାଅ, ତୁମେ ତୂରନ୍ତ ଏହି ଭୌତିକ ସ୍ତର ଉପରକୁ ଉଠିଯିବ । ବ୍ରହ୍ମଭୂୟାୟ କଳ୍ପତେ । ତୁମେ ଆଧ୍ୟାତ୍ମିକ ସ୍ତରରେ ରହିଯାଅ । ଏବଂ ତୁମେ ଯଦି ଆଧ୍ୟାତ୍ମିକ ସ୍ତରରେ ମୃତ୍ୟୁ ବରଣ କର, ତେବେ ତୁମେ ଚିଦ୍ ଜଗତକୁ ଯିବ ।