OR/Prabhupada 0130 - କୃଷ୍ଣ ଅନେକ ଅବତାରରେ ଦେଖା ଦେଉଛନ୍ତି



Lecture on BG 4.5 -- Bombay, March 25, 1974

କୃଷ୍ଣ ଅନେକ ଅବତାରରେ ଦେଖା ଦେଉଛନ୍ତି । କେବଳ ବୁଝିବାକୁ ଚେଷ୍ଟା କର କୃଷ୍ଣଙ୍କର ସ୍ଥିତି କ'ଣ । ସେ ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ଅବସ୍ଥିତ । ଇଶ୍ଵରଃ ସର୍ବଭୂତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି (BG 18.61) ଏବଂ ସେ ସମସ୍ତଙ୍କୁ ମାର୍ଗ ଦେଖାନ୍ତି । ଏବଂ ଅସୀମିତ, ଅସଂଖ୍ୟ ଜୀବ ଅଛନ୍ତି । ତେଣୁ ସେ ଏତେ ସାରା ଜୀବମାନଙ୍କୁ ଭିନ୍ନ ଭିନ୍ନ ଉପାୟରେ ଶିକ୍ଷା ଦେଉଛନ୍ତି । ସେ କେତେ ବ୍ୟସ୍ତ, କେବଳ କଳ୍ପନା କରିବାକୁ ଚେଷ୍ଟା କର । ତଥାପି, ତାଙ୍କର ସ୍ଥିତି ସମାନ । ଗୋଲକ ଏବ ନିବସତି ଅଖିଳାତ୍ମା-ଭୂତଃ(Bs 5.37) । ଗୋଲକ ଏବ ନିବସତି । ତଥାପି କୃଷ୍ଣ ତାଙ୍କର ମୂଳ ସ୍ଥାନ, ଗୋଲକ ବୃନ୍ଦାବନରେ ଅଛନ୍ତି, ଏବଂ ସେ ଶ୍ରୀମତି ରାଧାରାଣୀଙ୍କର ସଙ୍ଗ ଉପଭୋଗ କରୁଛନ୍ତି । ସେହି କାମ ନୁହେଁ...ଏହା ମାୟାବାଦୀ ତତ୍ଵଜ୍ଞାନ ନୁହେଁ । କାରଣ ସେ ଏତେ ସାରା ଜୀବଙ୍କ ହୃଦୟରେ ନିଜକୁ ବିସ୍ତାର କରିଛନ୍ତି, ଏହାର ମାନେ ନୁହେଁ ଯେ ସେ ତାଙ୍କର ଧାମରେ ସମାପ୍ତ ହୋଇଗଲେ । ନା । ତଥାପି ସେ ସେଠାରେ ଅଛନ୍ତି । ସେ ହେଉଛନ୍ତି କୃଷ୍ଣ । ପୂର୍ଣ୍ଣସ୍ୟ ପୂର୍ଣ୍ଣମ୍ ଆଦାୟ ପୁର୍ନମ୍ ଏବାବଶିଶ୍ୟତେ (ଇଶୋ ମଙ୍ଗଳାଚରଣ) । ଏହା ହେଉଛି ବୈଦିକ ସୂଚନା । ଏପରିକି...ଏଠାରେ ଆମେ ଭୌତିକ ଅନୁଭବ ପାଉ । ଯଦି ତୁମେ ଏକ ଟଙ୍କା ପାଅ, ଯଦି ତୁମେ ଏକ ଅଣା କାଢ଼ି ନେବ, ତେବେ ଏହା ପନ୍ଦର ଅଣା ହୋଇଯିବ । କିମ୍ଵା ଯଦି ତୁମେ ଦୁଇ ଅଣା କାଢ଼ି ନେବ, ଏହା ଚଉଦ ଅଣା ହୋଇଯିବ । ଯଦି ତୁମେ ଷୋହଳ ଅଣା କାଢ଼ି ନେବ, ଏହା ଶୂନ୍ୟ ହୋଇଯିବ । କିନ୍ତୁ କୃଷ୍ଣ ସେପରି ନୁହଁନ୍ତି । ସେ ନିଜକୁ ଅସିମିତ ରୂପରେ ବିସ୍ତାର କରି ପାରିବେ; ତଥାପି, ମୂଳ କୃଷ୍ଣ ଅଛନ୍ତି । ସେ ହେଉଛନ୍ତି କୃଷ୍ଣ । ଆମର ଅନୁଭବ ଅଛି: ଏକରୁ ଏକ ବାହାର କରିଦେଲେ ତାହା ଶୂନ୍ୟ ସାଙ୍ଗରେ ସମାନ ହୋଇଯାଏ । କିନ୍ତୁ ଆଧ୍ୟାତ୍ମିକ ଦୁନିଆରେ...ତାହାକୁ ସଂପୂର୍ଣ୍ଣ କୁହାଯାଏ । ଏକ ବିୟୋଗ, ଲକ୍ଷ ଥର ଏକ ବିୟୋଗ କର, ତଥାପି, ମୂଳ ଏକ ଏକ ହୋଇ ରହିବ । ସେ ହେଉଛନ୍ତି କୃଷ୍ଣ । ଅଦ୍ଵୈତମ୍ ଅଚ୍ୟୁତମ୍ ଅନାଦିମ୍ ଅନନ୍ତ-ରୁପମ୍ (Bs 5.33) ।

ତେଣୁ କୃଷ୍ଣଙ୍କୁ ତୁମେ ବୁଝିପାରିବ ନାହିଁ, ବେଦେଶୁ, କେବଳ ବୈଦିକ ସାହିତ୍ୟ ଅଧ୍ୟୟନ କରି । ଯଦିଓ ବେଦର ଅର୍ଥ ହେଉଛି, ବେଦାନ୍ତ ଆର୍ଥାତ୍, କୃଷ୍ଣଙ୍କୁ ବୁଝିବା । ବେଦୈଶ୍ଚ ସର୍ବୈରହମେବ ବେଦ୍ୟୋ (BG 15.15) କିନ୍ତୁ ଦୁର୍ଭାଗ୍ୟବଶତଃ, କାରଣ ଆମେ କୃଷ୍ଣ କିମ୍ଵା ତାଙ୍କର ଭକ୍ତମାନଙ୍କୁ ଆତ୍ମସମର୍ପଣ କରୁନାହୁଁ, ଆମେ ବୁଝିପାରିବା ନାହିଁ ବେଦର ଉଦ୍ଦେଶ୍ୟ କ'ଣ । ତାହା ସପ୍ତମ ଅଧ୍ୟୟରେ ବର୍ଣ୍ଣନା କରାଯାଇଛି । ମୟାସକ୍ତମନାଃ ପାର୍ଥଃ...ମୟାସକ୍ତମନାଃ ପାର୍ଥଃ ଯୋଗଂ ଯୁଞନ୍ମଦାଶ୍ରୟଃ । ମଦ୍-ଆଶ୍ରୟଃ । ଅସଂଶୟଂ ସମଗ୍ରଂ ମାଂ ଯଥା ଜ୍ଞାସ୍ୟସି ତଚ୍ଛୃଣୁ (BG 7.1) ଯଦି ତୁମେ କୃଷ୍ଣଙ୍କୁ ବୁଝିବାକୁ ଚାହୁଁଛ ଅସଂଶୟଂ, ବିନା କୌଣସି ସନ୍ଦେହରେ, ଏବଂ ସମଗ୍ର, ଏବଂ ପୂର୍ଣ୍ଣ ଭାବରେ, ତେବେ ତୁମକୁ ଏହି ଯୋଗ ପ୍ରଣାଳୀ ଅଭ୍ୟାସ କରିବାକୁ ପଡ଼ିବ । ସେହି ଯୋଗ କ'ଣ? ମନ୍ମନା ଭବ ମଦ୍ ଭକ୍ତୋ ମଦ୍ ଯାଜୀ ମାଂ ନମସ୍କୁରୁ (BG 18.65) ମଦ୍-ଆଶ୍ରୟଃ ଯୋଗମ୍ ଯୁଞ...ଯୋଗମ୍ ଯୁଞନ୍, ମଦ୍-ଆଶ୍ରୟଃ । ମଦ୍-ଆଶ୍ରୟଃ, ଏହି ଶଦ୍ଦ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ଅଟେ । ମତ ଅର୍ଥାତ୍ "ତୁମେ ପ୍ରତ୍ୟକ୍ଷ ଭାବରେ ନେଇ ପାର..."- ତାହା ଏତେ ସହଜ କଥା ନୁହେଁ - "...ମୋର ଆଶ୍ରୟ, କିମ୍ଵା ଯିଏ ମୋ ଆଶ୍ରୟ ନେଇଛି, ତୁମେ ତାହାର ଆଶ୍ରୟ ନିଅ ।" ଯେପରି କି ବିଦ୍ୟୁତ୍ ଘର ଅଛି, ଏବଂ ଏକ ଅବରୋଧକ(ପ୍ଲଗ୍) ଅଛି । ସେହି ଅବରୋଧକ ବିଦ୍ୟୁତ୍ ଘର ସହିତ ସଂଯୁକ୍ତ ହୋଇଛି, ଏବଂ ତୁମେ ଯଦି ତୁମର ତାର ଅବରୋଧକରେ ପସେଇବ, ତେବେ ତୁମେ ମଧ୍ୟ ବିଦ୍ୟୁତ୍ ପାଇବ । ସେହିପାରି, ଯାହା ଏହି ଅଧ୍ୟାୟ ଆରମ୍ଭରେ ବର୍ଣ୍ଣନା କରାଯାଇଛି, ଏବଂ ପରମ୍ପରାପ୍ରାପ୍ତମିମଂ ରାଜର୍ଷୟୋ ବିଦୁଃ (BG 4.2) । ଯଦି ତୁମେ ପରମ୍ପରା ପ୍ରଣାଳୀର ଆଶ୍ରୟ ନେବ... ସେହି ଉଦାହରଣ । ଯଦି ତୁମେ ଅବରୋଧକର ଆଶ୍ରୟ ନିଅ ଯାହା ବିଦ୍ୟୁତ୍ ଘର ସହିତ ସଂଯୁକ୍ତ, ତେବେ ତୁମେ ତୂରନ୍ତ ବିଦ୍ୟୁତ୍ ପାଇବ । ସେହିପରି, ତୁମେ ଯଦି ପରମ୍ପରା ପ୍ରଣାଳୀରେ ଆସୁଥିବା ବ୍ୟକ୍ତିର ଆଶ୍ରୟ ନିଅ... ଏକ ପରମ୍ପରା ପ୍ରଣାଳୀ ଅଛି । କୃଷ୍ଣ, ସେ ଭଗବାନ ବ୍ରହ୍ମାଙ୍କୁ ନିର୍ଦ୍ଦେଶ ଦେଲେ । ଭଗବାନ ବ୍ରହ୍ମା ନାରଦଙ୍କୁ ନିର୍ଦ୍ଦେଶ ଦେଲେ । ନାରଦ ବ୍ୟାସ ଦେବଙ୍କୁ ନିର୍ଦ୍ଦେଶ ଦେଲେ । ବ୍ୟାସ ଦେବ ମାଧବାଚାର୍ଯ୍ୟଙ୍କୁ ନିର୍ଦ୍ଦେଶ ଦେଲେ । ମାଧବାଚାର୍ଯ୍ୟ ଅନେକ ପ୍ରକାରରେ ନିର୍ଦ୍ଦେଶ ଦେଲେ । ତାପରେ ମାଧବେନ୍ଦ୍ର ପୁରୀ । ମାଧବେନ୍ଦ୍ର ପୁରୀ, ଈଶ୍ଵର ପୁରୀ । ଈଶ୍ଵର ପୁରୀଙ୍କ ଠାରୁ ଭଗବାନ ଚୈତନ୍ୟ । ଏହିପରି, ଏକ ପରମ୍ପରା ପ୍ରଣାଳୀ ଅଛି । ଚାରି ପ୍ରକାରର ବୈଷ୍ଣବ ସମ୍ପ୍ରଦାୟ ଅଛି । ରୂଦ୍ର-ସମ୍ପ୍ରଦାୟ, ବ୍ରହ୍ମା-ସମ୍ପ୍ରଦାୟ, କୁମାର-ସମ୍ପ୍ରଦାୟ, ଏବଂ ଲକ୍ଷ୍ମୀ-ସମ୍ପ୍ରଦାୟ, ଶ୍ରୀ-ସମ୍ପ୍ରଦାୟ । ତେଣୁ ସମ୍ପ୍ରଦାୟ-ବିନୀନା ଯେ ମନ୍ତ୍ରାସ୍ ତେ ନିଶ୍ଫଳା ମତାଃ । ଯଦି ତୁମେ ସମ୍ପ୍ରଦାୟରୁ କୃଷ୍ଣଙ୍କର ଶିକ୍ଷା ପ୍ରାପ୍ତ ନ କରୁଛ, ତେବେ ନିଶ୍ଫଳ ମତଃ, ତେବେ ଯାହା କିଛି ତୁମେ ଶିଖିଛ, ତାହା ବ୍ୟର୍ଥ ଅଟେ । ଏହା ବ୍ୟର୍ଥ ଅଟେ । ତାହା ହେଉଛି ତ୍ରୁଟି । ଅନେକ ଲୋକ ଭଗବଦ୍ ଗୀତା ପଢ଼ୁଛନ୍ତି, କିନ୍ତୁ ସେମାନେ ଜାଣି ନାହାଁନ୍ତି କୃଷ୍ଣ କ'ଣ । କାରଣ ସେମାନେ ଏବଂ ପରମ୍ପରାପ୍ରାପ୍ତମିମଂ (BG 4.2) ମାଧ୍ୟମରେ ପ୍ରାପ୍ତ କରନ୍ତି ନାହିଁ । ପରମ୍ପରା, ଯେ ପର୍ଯ୍ୟନ୍ତ ତୁମେ ପରମ୍ପରା ପାଖକୁ ଯିବ ନାହିଁ...ସେହି ଉଦାହରଣ । ଯଦି ତୁମେ ଅବରୋଧକ ଠାରୁ ବିଦ୍ୟୁତ୍ ନେବ ନାହିଁ ଯାହା ବିଦ୍ୟୁତ୍ ଘର ସହିତ ସଂଯୁକ୍ତ, ତୁମର ବିଜୁଳୀ ବତି ଏବଂ ତାରର ଉପଯୋଗ କ'ଣ? ଏହାର କୌଣସି ଲାଭ ନାହିଁ ।

ସେଥିପାଇଁ, କୃଷ୍ଣ କିପରି ବିସ୍ତାରିତ ହେଉଛନ୍ତି, ଏହା ହେଉଛି ବେଦେଶୁ ଦୁର୍ଲଭ । ଯଦି ତୁମ ପାଖରେ କେବଳ ବିଦ୍ୟା ମୂଳକ ଜ୍ଞାନ ଅଛି, ତେବେ ଏହା ସମ୍ଭବ ନୁହେଁ । ବେଦେଶୁ ଦୁର୍ଲଭମ୍ ଅଦୁର୍ଲଭମ୍ ଆତ୍ମ ଭକ୍ତୌ (Bs 5.33) ଏହା ବ୍ରହ୍ମ ସଂହିତାର ବକ୍ତବ୍ୟ ଅଟେ ।