OR/Prabhupada 0135 - ବେଦର ବୟସ ତୁମେ ଗଣନା କରିପାରିବ ନାହିଁ



Morning Walk -- October 5, 1975, Mauritius

ଭାରତୀୟ ବ୍ୟକ୍ତି: ଆପଣ ବାଇବେଲ୍ ର ଆଡମ୍ ବିଷୟରେ କ'ଣ ଭାବନ୍ତି, ଆଡମ୍ ବ୍ରାହ୍ମଣ କି? ଏହା ଭାରତୀୟ ତତ୍ଵଜ୍ଞାନରୁ ନକଲ କରି ନେଇ ସେଠାରେ ଅନ୍ୟ ନାମରେ ରଖାଯାଇଛି?

ପ୍ରଭୁପାଦ: ଐତିହାସିକ ଦୃଷ୍ଟିକୋଣରୁ ଏହା ନକଲ କରାଯାଇଛି, କାରଣ ବେଦ ବ୍ରହ୍ମାଙ୍କ ଦ୍ଵାରା ଅନେକ ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ରଚନା କରାଯାଇଥିଲା, ଏବଂ ବାଇବେଲ୍ ଦୁଇ ହଜାର ବର୍ଷ ପୂର୍ବରୁ ରଚନା କରାଯାଇଛି । ତେଣୁ ଆମକୁ ମୂଳ ପୁସ୍ତକ ନେବା ଉଚିତ୍ । ଦୁନିଆର ସମସ୍ତ ଧାର୍ମିକ ବ୍ୟବସ୍ଥା, ସେଗୁଡ଼ିକୁ ବେଦର ବିଭିନ୍ନ ଭାଗରୁ ନିଆଯାଇଛି । ସେଥିପାଇଁ ସେଗୁଡ଼ିକ ପୂର୍ଣ୍ଣ ନୁହଁନ୍ତି । ବାଇବେଲ୍ ର ବୟସ ଦୁଇହଜାର ବର୍ଷରୁ ଅଧିକ ନୁହେଁ । ବେଦର ବୟସ ତୁମେ ଗଣନା କରିପାରିବ ନାହିଁ, ଲକ୍ଷ ଏବଂ ଲକ୍ଷ ବର୍ଷର ।