OR/Prabhupada 0137 - ଜୀବନର ଲକ୍ଷ୍ୟ କ'ଣ? ଭଗବାନ କ'ଣ?



Lecture on BG 7.4 -- Nairobi, October 31, 1975

ହରିକେଶ: "ଅନୁବାଦ - ପୃଥିବୀ, ଜଳ, ବାୟୁ, ଅଗ୍ନି, ଆକାଶ, ମନ, ବୁଦ୍ଧି ଏବଂ ମିଥ୍ୟା ଅହଂକାର - ସମ୍ପୂର୍ଣ୍ଣ ଭାବରେ ଏହି ଆଠୋଟି ମୋର ଭିନ୍ନ ଶକ୍ତିମାନଙ୍କର ଅନ୍ତର୍ଗତ ।

ପ୍ରଭୁପାଦ:

ଭୂମିରାପୋଽନକୋ ବାୟୁଃ
ଖଂ ମନୋ ବୁଦ୍ଧିରେବ ଚ
ଅହଂକାର ଇତୀୟଂ ମେ
ଭିନ୍ନା ପ୍ରକୃତିରିଷ୍ଟଧା
(BG 7.4)

କୃଷ୍ଣ ନିଜର ବର୍ଣ୍ଣନା କରୁଛନ୍ତି । ଭଗବାନ ବର୍ଣ୍ଣନା କରୁଛନ୍ତି ଭଗବାନ କ'ଣ । ତାହା ହେଉଛି ପ୍ରକୃତ ଜ୍ଞାନ । ଯଦି ତୁମେ ଭଗବାନଙ୍କ ଉପରେ କଳ୍ପନା କରିବ, ଏହା ସମ୍ଭବ ନୁହେଁ । ଭଗବାନ ଅସୀମିତ । ତୁମେ ବୁଝିପାରିବ ନାହିଁ । ଭଗବାନ, କୃଷ୍ଣ, ପ୍ରାରମ୍ଭରେ କହିଛନ୍ତି, ଅସଂଶୟଂ ସମଗ୍ରଂ ମାଂ ଯଥା ଜ୍ଞାସ୍ୟସି ତଚ୍ଛୃଣୁ (BG 7.1) । ସମଗ୍ରଂ । ସମଗ୍ରଂ ଅର୍ଥାତ୍ ଯାହା କିଛି...କିମ୍ଵା ସମଗ୍ରଂ ଅର୍ଥାତ୍ ସମ୍ପୂର୍ଣ୍ଣ । ତେଣୁ ଯାହା କିଛି ବିଷୟ ଅଧ୍ୟୟନ ପାଇଁ ଏବଂ ଜ୍ଞାନ ପାଇଁ ଅଛି, ସବୁ ମିଶେଇ, ଏକ । ଭଗବାନ ସବୁକିଛିର ସମୁଦାୟ । ସେଥିପାଇଁ ସେ ନିଜକୁ ବୁଝେଇବା ଆରମ୍ଭ କରନ୍ତି । ପ୍ରଥମେ, କାରଣ ଆମ ପାଖରେ ଭଗବାନଙ୍କର କୌଣସି ସୂଚନା ନାହିଁ - କିନ୍ତୁ ବ୍ୟବହାରିକ ରୂପରେ ଆମେ ଦେଖିପାରିବା ବିଶାଳ ଭୁମି, ବିଶାଳ ଜଳ, ମହାସାଗର, ବିଶାଳ ଆକାଶ, ତାପରେ ଅଗ୍ନି । ଅନେକ ଜିନିଷ, ଭୌତିକ ଜିନିଷ । ଭୌତିକ ଜିନିଷ, ମନ ମଧ୍ୟ...ମନ ମଧ୍ୟ ଭୌତିକ ଅଟେ । ଏବଂ ତାପରେ ଅହଂକାର । ସମସ୍ତେ ଭାବନ୍ତି ଯେ "ମୁଁ ହେଉଛି କିଛି । ମୁଁ..." କର୍ତ୍ତାହମ୍ ଇତି ମନ୍ୟତେ । ଅହଂକାର-ବିମୂଢ଼ତା । ଏହି ମିଥ୍ୟା ଅହଂକାର । ଏହି ଅହଂକାର ଅର୍ଥାତ୍ ମିଥ୍ୟା ଅହଂକାର । ଶୁଦ୍ଧ ଅହଂକାର ମଧ୍ୟ ଅଛି । ସେହି ଶୁଦ୍ଧ ଅହଂକାର ହେଉଛି ଅହମ୍ ବ୍ରହ୍ମାସ୍ମୀ, ଏବଂ ମିଥ୍ୟା ଅହଂକାର ହେଉଛି: "ମୁଁ ଭାରତୀୟ," "ମୁଁ ଅ‍ାମେରିକୀୟ," "ମୁଁ ଅଫ୍ରିକାନ୍," "ମୁଁ ବ୍ରାହ୍ମଣ," "ମୁଁ କ୍ଷେତ୍ରିୟ," "ମୁଁ ଏହା ।" ଏହା ହେଉଛି ମିଥ୍ୟା ଅହଂକାର । ତେଣୁ ବର୍ତ୍ତମାନ ସମୟରେ... ବର୍ତ୍ତମାନ ନୁହେଁ, ସର୍ବଦା, ଆମେ ଏହି ସବୁ କଥାରେ ଘେରି ହୋଇ ରହିଛୁ । ତାହା ଆମ ତତ୍ଵଜ୍ଞାନର ପ୍ରାରମ୍ଭ: କେଉଁଠାରୁ ଏହି ଭୂମି ଆସିଲା? କେଉଁଠାରୁ ଏହି ଜଳ ଆସିଲା? କେଉଁଠାରୁ ଅଗ୍ନି ଆସିଲା? ତାହା ହେଉଛି ସ୍ଵାଭାବିକ ଅନୁସନ୍ଧାନ । ଆକାଶ କେଉଁଠାରୁ ଆସିଲା? ତାରାମାନେ କିପରି ଅବସ୍ଥିତ, ଏତେ ସାରା ଲକ୍ଷ ଲକ୍ଷ? ତେଣୁ ଏଗୁଡ଼ିକ ହେଉଛି ବୁଦ୍ଧିମାନ ବ୍ୟକ୍ତିର ଅନୁସନ୍ଧାନ । ଏହା ହେଉଛି ତାତ୍ଵିକ ଜୀବନର ପ୍ରାରମ୍ଭ । ସେଥିପାଇଁ ଯେଉଁମାନେ ବିଚାରଶୀଳ ମନୁଷ୍ୟ, ଧିରେ ଧିରେ, ସେମାନେ ପରମ ଭଗବାନ, କୃଷ୍ଣଙ୍କୁ ବୁଝିବା ପାଇଁ ଜିଜ୍ଞାସୁ ।

ତେଣୁ କୃଷ୍ଣ ସେଠାରେ ଅଛନ୍ତି, ଏବଂ କୃଷ୍ଣ ନିଜର ବର୍ଣ୍ଣନା କରୁଛନ୍ତି, "ମୁଁ ଏହିପରି ଅଟେ ।" କିନ୍ତୁ ଦୁର୍ଭାଗ୍ୟବଶତଃ ଆମେ କୃଷ୍ଣଙ୍କୁ ବୁଝିପାରୁ ନାହୁଁ, କିନ୍ତୁ କଳ୍ପନା କରିବାକୁ ଚେଷ୍ଟା କରୁଛୁ ଭଗବାନ କ'ଣ । ଏହା ହେଉଛି ଆମର ରୋଗ । କୃଷ୍ଣ ନିଜର ବର୍ଣ୍ଣନା କରୁଛନ୍ତି; ଭଗବାନ ନିଜର ବର୍ଣ୍ଣନା କରୁଛନ୍ତି । ଆମେ ସେହି ଟିପ୍ପଣୀ ନେବା ନାହିଁ, କିନ୍ତୁ ଆମେ ହୁଏତ ମନା କରିବା କିମ୍ଵା ଭଗବାନଙ୍କୁ କୌଣସି ହାତ, ଗୋଡ଼, ଏବଂ ଏତେ ସାରା କଥା ବିନା ସ୍ଵୀକାର କରିବା । ଏହା ହେଉଛି ଆମର ରୋଗ । ସେଥିପାଇଁ ପୂର୍ବ ଶ୍ଳୋକରେ ଏହା ବର୍ଣ୍ଣନା କରାଯାଇଛି,

ମନୁଷ୍ୟାଣାଂ ସହସ୍ରେଷୁ
କଶ୍ଚିଦ୍ ଯତତି ସିଦ୍ଧୟେ
ଯତତାମପି ସିଦ୍ଧାନାଂ
କଶ୍ଚିନ୍ମାଂ ବେତ୍ତି ତତ୍ତ୍ଵାତଃ
(BG 7.3)

ଅନେକ ଲକ୍ଷ ଏବଂ ଲକ୍ଷ ବ୍ୟକ୍ତିମାନଙ୍କ ମଧ୍ୟରୁ, ବାସ୍ତବରେ ସେମାନେ ବୁଝିବା ପାଇଁ ଗମ୍ଭୀର, "ଜୀବନର ଲକ୍ଷ୍ୟ କ'ଣ? ଭଗବାନ କ'ଣ? ମୋର ସମ୍ପର୍କ କ'ଣ..." କେହି ଇଛୁକ ନାହାଁନ୍ତି । ଯେପରି...ସ ଏବ ଗୋ-ଖରଃ (SB 10.84.13) ସମସ୍ତେ କୁକୁର ଏବଂ ବିଲେଇମାନଙ୍କ ପରି ଜୀବନର ଏହି ଶାରୀରିକ ସଂକଳ୍ପନାରେ ଇଛୁକ । ଏହା ହେଉଛି ସ୍ଥିତି । କେବଳ ବର୍ତ୍ତମାନ ନୁହେଁ, ସର୍ବଦା, ଏହା ହେଉଛି ଭୌତିକ ସ୍ଥିତି । କିନ୍ତୁ କେହି, ମନୁଷ୍ୟାଣାଂ ସହସ୍ରେଷୁ, ଲକ୍ଷେ ମଧ୍ୟରୁ, ଜଣେ ବୁଝିବାକୁ ଚେଷ୍ଟା କରେ, ତାର ଜୀବନ ପୂର୍ଣ୍ଣ କରିବା ପାଇଁ । ଏବଂ ସେହି ପୂର୍ଣ୍ଣତା ମଧ୍ୟରୁ... ପୂର୍ଣ୍ଣତା ଅର୍ଥାତ୍ ନିଜର ସ୍ଵାଭାବିକ ସ୍ଥିତି ବୁଝିବା, ଯେ ସେ ଏହି ଭୌତିକ ଶରୀର ନୁହେଁ; ସେ ହେଉଛି ଆତ୍ମା, ବ୍ରାହ୍ମଣ । ଏହା ହେଉଛି ପୂର୍ଣ୍ଣତା, ଜ୍ଞାନର ପୂର୍ଣ୍ଣତା, ବ୍ରହ୍ମ-ଜ୍ଞାନ ।