OR/Prabhupada 0140 - ଏକ ଧାର୍ମିକ ପଥ; ଏକ ଅଧାର୍ମିକ ପଥ - କୌଣସି ତୃତୀୟ ପଥ ନାହିଁ



Lecture on SB 6.1.45 -- Laguna Beach, July 26, 1975

ଏହା ହେଉଛି କୃଷ୍ଣ ଚେତନା ଆନ୍ଦୋଳନ । ଆମେ ଲୋକମାନଙ୍କୁ ଶିକ୍ଷା ଦେଉଛୁ ଯେ ତୁମେମାନେ ଜନ୍ମ ପରେ ଜନ୍ମ ପୀଡ଼ିତ ହେଉଛ । ବର୍ତ୍ତମାନ ମାନବ ସମାଜ ଏପରି ଏକ ସ୍ଥିତିରେ ଅଛି ଯେ ସେମାନେ ଜାଣି ନାହାଁନ୍ତି ଯେ ଏହି ଜୀବନ ପରେ ଅନ୍ୟ ଏକ ଜୀବନ ଅଛି । ସେମାନେ ଭାରୀ ଉନ୍ନତ । ଠିକ୍ କୁକୁର ଏବଂ ବିଲେଇମାନଙ୍କ ପରି, ସେମନେ ଜାଣି ନାହାଁନ୍ତି ଯେ ଜୀବନ ପରେ ଜୀବନ ଅଛି । ଏହା ଏଠାରେ କୁହାଯାଇଛି: ଯେନ ଯାବାନ ଯଥାଧର୍ମୋ ବେହ ସମୀହିତ । ଇହ ଅର୍ଥାତ୍ " ଏହି ଜୀବନରେ ।" ସ ଏବ ତତ୍ ଫଳମ୍ ଭୁନ୍କତେ ତଥା ତାବତ୍ ଅମୁତ୍ର ବୈ । ଅମୁତ୍ର ଅର୍ଥାତ୍ "ପରବର୍ତ୍ତୀ ଜୀବନ ।" ତେଣୁ ଆମେ ଅମର ପରବର୍ତ୍ତୀ ଜୀବନ ଏହି ଜୀବନରେ ପ୍ରସ୍ତୁତ କରୁ... ଯଥା ଅଧର୍ମଃ, ଯଥା ଧର୍ମଃ । ଦୁଇଟି ଜିନିଷ ଅଛି: ତୁମେ ଧାର୍ମିକ କିମ୍ଵା ଅଧାର୍ମିକ ରୂପରେ କାମ କରି ପାରିବ । କୌଣସି ତୃତୀୟ ପଥ ନାହିଁ । ଏକ ଧାର୍ମିକ ପଥ; ଏକ ଅଧାର୍ମିକ ପଥ । ତେଣୁ ଏଠାରେ ଉଦ୍ଭୟ ଉଲ୍ଲେଖ କରାଯାଇଛି । ଯେନ ଯାବନ ଯଥା ଅଧର୍ମଃ, ଧର୍ମଃ । ଧର୍ମ ଅର୍ଥାତ୍ ସ୍ଵାଭାବିକ । ଧର୍ମ ମାନେ ନୁହେଁ, ଯାହା ଇଂରାଜୀ ଶଦ୍ଦକୋଶରେ କୁହାଯାଇଛି, "ଏକ ପ୍ରକାରର ବିଶ୍ଵାସ ।" ବିଶ୍ଵାସ ଅନ୍ଧ ହୋଇପାରେ । ତାହା ଧର୍ମ ନୁହେଁ । ଧର୍ମ ଅର୍ଥାତ୍ ମୂଳ, ସ୍ଵାଭାବିକ ସ୍ଥିତି । ତାହା ହେଉଛି ଧର୍ମ । ମୁଁ ଅନେକ ଥର କହିଛି... ଯେପରି ପାଣି । ପାଣି ହେଉଛି ତରଳ । ତାହା ତାର ଧର୍ମ । ଜଳ, ଯଦି ପରିସ୍ଥିତି ଦ୍ଵାରା କଠିନ, ବରଫ ହୋଇଯାଏ, କିନ୍ତୁ ତଥାପି, ଏହା ପୁଣି ତରଳ ହେବା ପାଇଁ ଚେଷ୍ଟା କରେ କାରଣ ଏହା ହେଉଛି ତାର ଧର୍ମ । ତୁମେ ବରଫ ପକାଅ, ଏବଂ ଧିରେ ଧିରେ ଏହା ତରଳ ହୋଇଯିବ । ତାହା ମାନେ ଜଳର ଏହି କଠିନ ଅବସ୍ଥା କୃତ୍ରିମ ଅଟେ । କିଛି ରାସାୟନିକ ସଂରଚନା ଦ୍ଵାରା ଜଳ କଠିନ ହୋଇଯାଏ, କିନ୍ତୁ ପ୍ରାକୃତିକ ନିୟମ ଦ୍ଵାରା ଏହା ତରଳ ହୋଇଯାଏ ।

ତେଣୁ ଆମର ବର୍ତ୍ତମାନ ସ୍ଥିତି ହେଉଛି କଠିନ: "ଭଗବାନଙ୍କ ବିଷୟରେ କିଛି ଶୁଣ ନାହିଁ ।" କିନ୍ତୁ ସ୍ଵାଭାବିକ ସ୍ଥିତି ହେଉଛି ଯେ ଆମେ ଭଗବାନଙ୍କର ସେବକ । କାରଣ ଆମେ ମାଲିକ ଖୋଜୁଛୁ...ପରମ ମାଲିକ ହେଉଛନ୍ତି କୃଷ୍ଣ । ଭୋକ୍ତାରଂ ଯଜ୍ଞତପସାଂ ସର୍ବଲୋକମହେଶ୍ଵରମ୍ (BG 5.29) କୃଷ୍ଣ କୁହଁନ୍ତି, "ମୁଁ ସମଗ୍ର ସୃଷ୍ଟିର ମାଲିକ । ମୁଁ ହେଉଛି ଉପଭୋକ୍ତା ।" ସେ ହେଉଛନ୍ତି ମାଲିକ । ଚୈତନ୍ୟ ଚରିତାମୃତରେ ମଧ୍ୟ କୁହାଯାଇଛି, ଏକଲେ ଈଶ୍ଵର କୃଷ୍ଣ । ଈଶ୍ଵର ଅର୍ଥାତ୍ ନିୟନ୍ତ୍ରକ କିମ୍ଵା ମାଲିକ । ଏକଲେ ଈଶ୍ଵର କୃଷ୍ଣ ଆର ସବ ଭ୍ରତ୍ୟଃ "କୃଷ୍ଣଙ୍କ ବ୍ୟତୀତ, ସେମାନେ, ବଡ଼ କିମ୍ଵା ଛୋଟ ଜୀବ, ସେମାନେ ସମସ୍ତେ ସେବକ, କୃଷ୍ଣଙ୍କ ବ୍ୟତୀତ ।" ସେଥିପାଇଁ ତୁମେ ଦେଖିବ: କୃଷ୍ଣ କାହାର ସେବା କରୁନାହାଁନ୍ତି । ସେ କେବଳ ଉପଭୋଗ କରୁଛନ୍ତି । ଭୋକ୍ତାରଂ ଯଜ୍ଞତପସାଂ ସର୍ବଲୋକ... ଅନ୍ୟମାନେ ଅମ ପରି, ସେମାନେ ପ୍ରଥମେ କଠିନ ପରିଶ୍ରମ କରନ୍ତି, ତାପରେ ଉପଭୋଗ କରନ୍ତି । କୃଷ୍ଣ କଦାପି କାମ କରନ୍ତି ନାହିଁ । ନା ତସ୍ୟ କାର୍ଯ୍ୟମ୍ କାରଣମ୍ ଚ ବିଦ୍ୟତେ । ତଥାପି, ସେ ଉପଭୋଗ କରନ୍ତି । ସେ ହେଉଛନ୍ତି କୃଷ୍ଣ । ନା ତସ୍ୟ...ଏହା ହେଉଛି ବୈଦିକ ସୂଚନା । ନା ତସ୍ୟ କାର୍ଯ୍ୟମ୍ କାରଣମ୍ ଚ ବିଦ୍ୟତେ: "ଭଗବାନ, କୃଷ୍ଣ, ତାଙ୍କ ପାଖରେ କିଛି କରିବା ପାଇଁ ନାହିଁ ।" ତୁମେ ଦେଖୁଛ, ସେଥିପାଇଁ, କୃଷ୍ଣ ସର୍ବଦା ଗୋପୀମାନଙ୍କ ସହିତ ନୃତ୍ୟ ଏବଂ ଗୋପାଳ ବାଳକମାନଙ୍କ ସହିତ ଖେଳୁଥାନ୍ତି । ଏବଂ ଯେତେବେଳେ ସେ ଥକା ଅନୁଭବ କରନ୍ତି, ସେ ଯମୁନା ପାଖରେ ଶୋଇ ପଡ଼ନ୍ତି ଏବଂ ତୂରନ୍ତ ତାଙ୍କର ସାଙ୍ଗମାନେ ଆସନ୍ତି । କେହି ତାଙ୍କୁ ପଙ୍ଖା କରେ; କେହି ମାଲିସ୍ କରେ । ସେଥିପାଇଁ ସେ ହେଉଛନ୍ତି ମାଲିକ । ସେ ଯେଉଁଠାକୁ ଗଲେ ମଧ୍ୟ, ସେ ହେଉଛନ୍ତି ମାଲିକ । ଏକଲ ଈଶ୍ଵରଃ କୃଷ୍ଣ । ଈଶ୍ଵରଃ ପରମଃ କୃଷ୍ଣଃ (Bs. 5.1) ସର୍ବୋଚ୍ଚ ନିୟନ୍ତ୍ରକ ହେଉଛନ୍ତି କୃଷ୍ଣ । "ତେବେ ନିୟନ୍ତ୍ରକ କିଏ?" ନା, ତାଙ୍କର କୌଣସି ନିୟନ୍ତ୍ରକ ନାହାଁନ୍ତି । ସେ ହେଉଛନ୍ତି କୃଷ୍ଣ । ଏଠାରେ ଆମେ ନିର୍ଦ୍ଦେଶକ, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି, କିନ୍ତୁ ମୁଁ ସର୍ବୋଚ୍ଚ ନିୟନ୍ତ୍ରକ ନୁହେଁ । ଯେମିତି ଜନତା ଚାହିଁବ, ତୂରନ୍ତ ତଳକୁ ଟାଣି ଦେବ । ତାହା ଆମେ ବୁଝିପାରୁ ନାହୁଁ, ଯେ ଆମେ ନିଜକୁ ମାଲିକ ରୂପରେ ପ୍ରସ୍ତୁତ କରୁଛୁ, କିନ୍ତୁ ମୁଁ ଅନ୍ୟ କାହା ଦ୍ଵାରା ନିୟନ୍ତ୍ରିତ ହେଉଛି । ତେଣୁ ସେ ନିୟନ୍ତ୍ରକ ନୁହେଁ । ଏଠାରେ ଆମେ କିଛି ସୀମା ପର୍ଯ୍ୟନ୍ତ ଏକ ନିଯନ୍ତ୍ରକ ପାଇବା, କିନ୍ତୁ ସେ ଅନ୍ୟ ନିୟନ୍ତ୍ରକ ଦ୍ଵାରା ନିୟନ୍ତ୍ରିତ । ତେଣୁ କୃଷ୍ଣ ଅର୍ଥାତ୍ ସେ ହେଉଛନ୍ତି ନିୟନ୍ତ୍ରକ, କିନ୍ତୁ ତାଙ୍କୁ ନିୟନ୍ତ୍ରଣ କରିବା ପାଇଁ କେହି ନାହାଁନ୍ତି । ସେ ହେଉଛନ୍ତି କୃଷ୍ଣ; ସେ ହେଉଛନ୍ତି ଭଗବାନ । ଏହା ହେଉଛି ବୁଝିବାର ବିଜ୍ଞାନ । ଭଗବାନ ଅର୍ଥାତ୍ ସେ ସବୁକିଛିର ନିୟନ୍ତ୍ରକ, କିନ୍ତୁ ତାଙ୍କର କୌଣସି ନିୟନ୍ତ୍ରକ ନାହାଁନ୍ତି ।