OR/Prabhupada 0153 - ସାହିତ୍ୟିକ ଯୋଗଦାନ ଦ୍ଵାରା, ଜଣଙ୍କର ବୁଦ୍ଧିମତା ପରୀକ୍ଷା କରାଯାଏ
Interview with Newsweek -- July 14, 1976, New York
ସାକ୍ଷାତକାରକର୍ତା: ଆପଣ ଉଲ୍ଲେଖ କରିଥିବା ତିନୋଟି କାର୍ଯ୍ୟ ବିଷୟରେ କଛି ଅଧିକ କହିପାରିବେ କି - ଖାଇବା, ଶୋଇବା ଏବଂ ଯୌନ କ୍ରିୟା, ଏବଂ ବିଶେଷ ରୂପରେ ମୋତେ କୁହଁନ୍ତୁ, କେଉଁ ନିୟମ କିମ୍ଵା ସଂକେତ ଆପଣ ଲୋକମାନଙ୍କୁ ଦେବା ପାଇଁ ଚାହୁଁଛନ୍ତି ଯେଉଁମାନେ ସେମାନଙ୍କର ଜୀବନର ସହାୟତା ପାଇଁ ଆଧ୍ୟାତ୍ମିକ ଶିକ୍ଷା ଖୋଜୁଛନ୍ତି ।
ପ୍ରଭୁପାଦ: ହଁ । ହଁ ତାହା ହେଉଛି ଆମର ପୁସ୍ତକ । ଏହା ଆମର ପୁସ୍ତକ । ଆମେ ବୁଝିବା ପାଇଁ ଯଥେଷ୍ଟ ତତ୍ଵ ଅଛି । ଏହା ନୁହେଁ ଯେ ଆମେ ଏକ ମିନିଟ୍ ରେ ବୁଝିଯିବା ।
ସାକ୍ଷାତକାରକର୍ତା: ମୁଁ ଜାଣିଛି ଆପଣ ବହୁତ କମ ଶୋଉଛନ୍ତି । ଆପଣ ରାତିରେ ତିନି ରୁ ଚାରି ଘଣ୍ଟା ଶୁଅନ୍ତି । ଅାପଣ ଅନୁଭବ କରୁଛନ୍ତି କି ଏହି ଅନୁଭୂତି ସେହି ବ୍ୟକ୍ତିକୁ ହେବ ଯିଏ ଆଧ୍ୟାତ୍ମିକ ଜ୍ଞାନ ପ୍ରାପ୍ତ କରିବ?
ପ୍ରଭୁପାଦ: ହଁ, ତୁମେ ଗୋସ୍ଵାମୀମାନଙ୍କର ବ୍ୟବହାରରୁ ଦେଖିପାରିବ । ବ୍ୟବହାରିକ ରୂପରେ ସେମାନଙ୍କର କୌଣସି ଭୌତିକ ଆବଶ୍ୟକତା ନାହିଁ । ଏହି ଖାଇବା, ଶୋଇବା, ମୈଥୁନ, ଆତ୍ମରକ୍ଷା, ବ୍ୟବହାରିକ ରୂପରେ ସେମାନଙ୍କର ଏପରି କୌଣସି ଆବଶ୍ୟକତା ନାହିଁ । ସେମାନେ କେବଳ କୃଷ୍ଣଙ୍କର କାମରେ ନିଯୁକ୍ତ ।
ସାକ୍ଷାତକାରକର୍ତା: କେଉଁଥିରେ ନିଯୁକ୍ତ?
ରାମେଶ୍ଵର: କୃଷ୍ଣଙ୍କର କାମରେ କିମ୍ଵା ଭଗବାନଙ୍କର ସେବାରେ ।
ବଳିମର୍ଦନ: ସେ ପୂର୍ବ ଆଧ୍ୟାତ୍ମିକ ଗୁରୁଙ୍କର ଉଦାହରଣ ଦେଉଛନ୍ତି ।
ସାକ୍ଷାତକାରକର୍ତା: ଠିକ୍ ଅଛି, ମୋର ଯେଉଁଥିରେ ରୁଚି ଅଛି କି କାହିଁକି... ତାଙ୍କୁ ଲାଗୁଛି କି ଶୋଇବା ପାଇଁ ତନି ରୁ ଚାରି ଘଣ୍ଟା ସମୟ ଆବଶ୍ୟକ?
ବଳିମର୍ଦନ: ଅନ୍ୟ ଶଦ୍ଦରେ, କାହିଁକି...ସେ ପଚାରୁଛନ୍ତି କାହିଁକି ଆପଣ ତିନି ରୁ ଚାରି ଘଣ୍ଟା ଶୋଉଛନ୍ତି । ଆପଣ କିପରି ସେହି ସ୍ତରରେ ପହଞ୍ଚିଲେ ।
ପ୍ରଭୁପାଦ: ତାହା କୃତିମ ନୁହେଁ । ଯେତେ ଅଧିକ ତୁମେ ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ନିଯୁକ୍ତ ରହିବ, ସେତେ ଅଧିକ ତୁମେ ଭୌତିକ କାର୍ଯ୍ୟକଳାପରୁ ମୁକ୍ତି ପାଇବ । ତାହା ହେଉଛି ପରୀକ୍ଷା ।
ସାକ୍ଷାତକାରକର୍ତା: ଏବଂ ସେଥିପାଇଁ ଆପଣ ସେହି ସ୍ତରକୁ ଆସିଯାଇଛନ୍ତି...
ପ୍ରଭୁପାଦ: ନା, ମୁଁ ମୋ ବିଷୟରେ କହୁନାହିଁ, କିନ୍ତୁ ତାହା ହେଉଛି ପରୀକ୍ଷା । ଭକ୍ତିଃ ପରେଶାନୁଭବୋ ବିରକ୍ତିର ଅନ୍ୟତ୍ର ସ୍ୟାତ (SB 11.2.42) । ଯଦି ତୁମେ ଭକ୍ତିରେ ଉନ୍ନତି କର, ଆଧ୍ୟାତ୍ମିକ ଜୀବନରେ, ତେବେ ତୁମେ ଭୌତିକ ଜୀବନ ପ୍ରତି ଉଦାସୀନ ହୋଇଯିବ ।
ସାକ୍ଷାତକାରକର୍ତା: ଆପଣ ଭାବୁଛନ୍ତି କି ଦୁନିଆର ବିଭିନ୍ନ ଲୋକମାନଙ୍କ ମଧ୍ୟରେ ଅନ୍ତର ଅଛି? ଅନ୍ୟ ଶଦ୍ଦରେ, ଆପଣ ଭାବୁଛନ୍ତି କି ଇଉରୋପିୟ ବିରୋଧରେ ଭାରତୀୟ ଅଧିକ ପ୍ରବୃତ କିମ୍ଵା କୃଷ୍ଣ ଚେତନା ପାଳନ କରିବାର ସମ୍ଭାବନା ଅଧିକ ।
ପ୍ରଭୁପାଦ: ନା, କୌଣସି ବୁଦ୍ଧିମାନ ବ୍ୟକ୍ତି କୃଷ୍ଣ ଚେତନାଶୀଳ ହୋଇପାରିବ । ତାହା ମୁଁ ପୂର୍ବରୁ ବର୍ଣ୍ଣନା କରିଛି, ଯେ ଯଦି ଜଣେ ଅତି ବୁଦ୍ଧିମାନ ନୁହେଁ, ସେ କୃଷ୍ଣ ଚେତନା ଗ୍ରହଣ କରି ପାରିବ ନାହିଁ । ତେବେ ଏହା ସମସ୍ତଙ୍କ ପାଇଁ ଖୋଲା । କିନ୍ତୁ ବିଭିନ୍ନ ସ୍ତରର ବୁଦ୍ଧିମତା ଅଛି । ଇଉରୋପରେ, ଆମେରିକାରେ, ସେମାନେ ବୁଦ୍ଧିମାନ, କିନ୍ତୁ ସେମାନଙ୍କର ବୁଦ୍ଧିମତା ଭୌତିକ ଉଦ୍ଦେଶ୍ୟରେ ଉପଯୋଗ କରାଯାଉଛି । ଏବଂ ଭାରତରେ ସେମାନଙ୍କର ବୁଦ୍ଧିମତା ଆଧ୍ୟାତ୍ମିକ ଉଦ୍ଦେଶ୍ୟରେ ଉପଯୋଗ କରାଯାଉଛି । ସେଥିପାଇଁ ତୁମେ ଏତେ ସାରା ଆଧ୍ୟାତ୍ମିକ ଜୀବନର ସ୍ତର ପାଇବ, ପୁସ୍ତକ, ସାହିତ୍ୟ । ଯେପରି ବ୍ୟାସଦେବ । ଵ୍ୟାସଦେବ ମଧ୍ୟ ଗୃହସ୍ତ ଜୀବନରେ ଥିଲେ, କିନ୍ତୁ ସେ ଜଙ୍ଗଲରେ ବାସ କରୁଥିଲେ, ଏବଂ ସାହିତ୍ୟରେ ତାଙ୍କର ଯୋଗଦାନ ତୁମେ ଦେଖ । କେହି ସପ୍ନରେ ମଧ୍ୟ ଦେଖିପାରିବେ ନାହିଁ । ତେଣୁ ସାହିତ୍ୟିକ ଯୋଗଦାନ ଦ୍ଵାରା, ଜଣଙ୍କର ବୁଦ୍ଧିମତା ପରୀକ୍ଷା କରାଯାଏ । ଭୌତିକ ଜଗତର ବଡ଼ ବଡ଼ ବ୍ୟକ୍ତିମାନେ, ବୈଜ୍ଞାନିକମାନେ, ତତ୍ଵବିତମାନେ, ଏପରିକି ଯନ୍ତ୍ରବିଦମାନେ, ସେମାନେ ସେମାନଙ୍କର ଲେଖା ଦ୍ଵାରା, ସେମାନଙ୍କର ଯୋଗଦାନ ଦ୍ଵାରା ପରିଚିତ ହୁଅନ୍ତି, ବିଶାଳ ଶରୀର ଦ୍ଵାରା ନୁହେଁ ।