OR/Prabhupada 0162 - କେବଳ ଭଗବଦ୍ ଗୀତାର ସନ୍ଦେଶ ବହନ କର



Press Interview -- October 16, 1976, Chandigarh

ଭାରତରେ ଆତ୍ମା ବିଷୟରେ ଜାଣିବା ପାଇଁ ବିଶାଳ ବୈଦିକ ସାହିତ୍ୟ ମିଳିବ । ଏବଂ ମନୁଷ୍ୟ ଶରୀରରେ, ଯଦି ତୁମେ ତୁମ ଜୀବନର ଆଧ୍ୟାତ୍ମିକ ଅଂଶରେ ଧ୍ୟାନ ନ ଦେଉଛ, ତେବେ ତୁମେ ଅାତ୍ମ ହତ୍ୟା କରୁଛ । ତାହା ହେଉଛି ଭାରତରେ ଜନ୍ମ ହୋଇଥିବା ସମସ୍ତ ମାହାନ ବ୍ୟକ୍ତିତ୍ଵମାନଙ୍କର ପ୍ରସ୍ତାବ । ଆଚାର୍ଯ୍ୟ ଯେପରି...ବର୍ତ୍ତମାନ... ପୂର୍ବେ, ବ୍ୟାସଦେବ ଏବଂ ଅନ୍ୟମାନଙ୍କ ପରି ବଡ଼ ବଡ଼ ଆଚାର୍ଯ୍ୟ ଥିଲେ । ଦେବାଳ । ଅନେକ, ଅନେକ ଆଚାର୍ଯ୍ୟ । ଏବଂ ବର୍ତ୍ତମାନ, ମନେକର, ପନ୍ଦରଶହ ବର୍ଷ ମଧ୍ୟରେ, ଅନେକ ଆଚାର୍ଯ୍ୟ ଥିଲେ, ଯେପରି ରାମାନୁଚାର୍ଯ୍ୟ, ମାଧବାଚାର୍ଯ୍ୟ, ବିଷ୍ଣୁ ସ୍ଵାମୀ, ଏବଂ ପାଞ୍ଚଶହ ବର୍ଷ ମଧ୍ୟରେ ଭଗବାନ ଚୈତନ୍ୟ ମହାପ୍ରଭୁ । ସେମାନେ ମଧ୍ୟ ଆମକୁ ଆଧ୍ୟାତ୍ମିକ ଜ୍ଞାନ ସମ୍ବନ୍ଧରେ ଅନେକ ସାହିତ୍ୟ ଦେଇଛନ୍ତି ।

କିନ୍ତୁ ବର୍ତ୍ତମାନ ମୂହୁର୍ତ୍ତରେ ଏହି ଆଧ୍ୟାତ୍ମକିକ ଜ୍ଞାନକୁ ଅବହେଳା କରାଯାଉଛି । ତେଣୁ ଏହା ହେଉଛି ସମଗ୍ର ବିଶ୍ୱକୁ ଚୈତନ୍ୟ ମହାପ୍ରଭୁଙ୍କର ସନ୍ଦେଶ ଯେ ତୁମମାନଙ୍କ ମଧ୍ୟରୁ ପ୍ରତ୍ୟେକ, ତୁମେ ଗୁରୁ ହୁଅ, ଆଧ୍ୟାତ୍ମିକ ଗୁରୁ । ତେବେ ସମସ୍ତେ କିପରି ଆଧ୍ୟତ୍ମିକ ଗୁରୁ ହୋଇପାରିବେ? ଆଧ୍ୟାତ୍ମିକ ଗୁରୁ ହେବା ସହଜ କଥା ନୁହେଁ । ନିଶ୍ଚିତଭାବରେ ଜଣେ ଭାରି ବିଦ୍ଵାନ ଏବଂ ସ୍ଵୟଂ ଏବଂ ସବୁକିଛିରେ ପୂର୍ଣ୍ଣ ଅନୁଭବୀ ହୋଇଥିବା ଉଚିତ୍ । କିନ୍ତୁ ଚୈତନ୍ୟ ମହାପ୍ରଭୁ ଆମକୁ ଏକ ଛୋଟ ସୂତ୍ର ଦେଇଛନ୍ତି, ଯଦି ତୁମେ ଗମ୍ଭୀରତାର ସହିତ ଭଗବଦ୍ ଗୀତାର ଶିକ୍ଷାଗୁଡିକୁ ଅନୁସରଣ କରିବ ଏବଂ ଯଦି ତୁମେ ଭଗବଦ୍ ଗୀତାର ଉଦ୍ଦେଶ୍ୟ ପ୍ରଚାର କରିବ, ତେବେ ତୁମେ ଗୁରୁ ହୋଇପାରିବ । ବଙ୍ଗଳୀରେ ବ୍ୟବହୃତ ହୋଇଥିବା ଠିକ ସେହି ଶବ୍ଦ, କୁହାଯାଇଛି, ଯାରେ ଦେଖ, ତାରେ କହ 'କୃଷ୍ଣ ଉପଦେଶ' (CC Madhya 7.128) । ଗୁରୁ ହେବା ବହୁ କଷ୍ଟକର, କିନ୍ତୁ ତୁମେ ଯଦି କେବଳ ଭଗବଦ୍ ଗୀତାର ସଂନ୍ଦେଶ ବହନ କରିବ ଏବଂ ତୁମେ ଯାହା ସହିତ ସାକ୍ଷାତ କରିବ ତାକୁ ରାଜି କରେଇବ, ତେବେ ତୁମେ ଗୁରୁ ହୋଇପାରିବ । ତେଣୁ ଆମର ଏହି କୃଷ୍ଣ ଚେତନାର ଆନ୍ଦୋଳନ ଏହି ଉଦ୍ଦେଶ୍ୟ ପାଇଁ ହୋଇଛି । ଆମେ ଭଗବଦ୍ ଗୀତା କୌଣସି ଭୁଲ ଅର୍ଥ ବିନା ପ୍ରସ୍ତୁତ କରୁଛୁ ।