OR/Prabhupada 0164 - ବର୍ଣ୍ଣାଶ୍ରମ ଧର୍ମ ସ୍ଥାପନ କରିବା ଉଚିତ୍ ଯାହା ଦ୍ଵାରା ପଦ୍ଧତି ସରଳ ହୋଇଯିବ



Room Conversation Varnasrama System Must Be Introduced -- February 14, 1977, Mayapura

ହରି-ସୌରୀ: କିନ୍ତୁ ଚୈତନ୍ୟ ମହାପ୍ରଭୁଙ୍କର ବ୍ୟବହାରିକ ପ୍ରଚାରରେ ସେ କେବଳ ସେମାନଙ୍କୁ ଜପ କରିବା ପାଇଁ ପ୍ରେରିତ କରୁଥିଲେ ।

ପ୍ରଭୁପାଦ: ତାହା ସାଧାରଣ ବ୍ୟକ୍ତି ପାଇଁ ସମ୍ଭବ ନୁହେଁ ।

ହରି-ସୌରି: କ'ଣ, ସେ କେବଳ ଲୋକମାନଙ୍କୁ ଜପ କରିବା ପାଇଁ ପ୍ରେରିତ କରୁଥିଲେ? ସେ କେବଳ ଜପ ସହିତ ପରିଚୟ କରାଇଥିଲେ ।

ପ୍ରଭୁପାଦ: କିନ୍ତୁ କିଏ ଜପ କରୁଛି? କିଏ ଜପ କରୁଛି?

ସତ୍ଵସ୍ଵରୂପ: କିନ୍ତୁ ଯଦି ସେମାନେ ଜପ କରିବେ ନାହିଁ, ତେବେ ସେମାନେ ବର୍ଣ୍ଣାଶ୍ରମ ଧର୍ମରେ ପ୍ରଶିକ୍ଷିତ ହେବେ ନାହିଁ । ତାହା ସବୁଠାରୁ ସରଳ ।

ପ୍ରଭୁପାଦ: ଜପ ଅଛି କିନ୍ତୁ ତୁମେ ଆଶା କରିବ ନାହିଁ ଯେ ଲୋକମାନେ ଚୈତନ୍ୟ ମହାପ୍ରଭୁଙ୍କ ପରି ଜପ କରିବେ । ସେମାନେ ଷୋହଳ ମାଳ ମଧ୍ୟ ଜପ କରିପାରିବେ ନାହିଁ । ଏବଂ ଏହି ମୂର୍ଖମାନେ ଚୈତନ୍ୟ ମହାପ୍ରଭୁ ହେବା ପାଇଁ ଚାଲିଲେ ।

ସତ୍ଵସ୍ଵରୂପ: ନା । କିନ୍ତୁ ଯଦି ସେମାନେ ଅତି କମରେ ଜପ କରିବେ ଏବଂ କିଛି ପ୍ରସାଦ ଗ୍ରହଣ କରିବେ...

ପ୍ରଭୁପାଦ: ଜପ ଚାଲିଥିବ । ତାହା ହେବ ନାହିଁ । କିନ୍ତୁ ତା ସାଥୀରେ ବର୍ଣ୍ଣାଶ୍ରମ ଧର୍ମ ସ୍ଥାପନ କରିଲେ ଯାହା ଦ୍ଵାରା ପଦ୍ଧତି ସରଳ ହୋଇଯିବ ।

ହରି-ସୌରି: ମୁଁ ଏହା ବୁଝିଥିଲି ଯେ କଳି ଯୁଗରେ ଜପ ପ୍ରସ୍ତୁତ କରାଯାଇଥିଲା କାରଣ ବର୍ଣ୍ଣାଶ୍ରମ ଧର୍ମ କଳି ଯୁଗରେ ସମ୍ଭବ ନୁହେଁ ।

ପ୍ରଭୁପାଦ: କାରଣ ଏହା ମନକୁ ପରିଷ୍କାର କରେ । ଜପ ବନ୍ଦ ହେବ ନାହିଁ ।

ହରି ସୌରି: ତେଣୁ ସେଥିପାଇଁ ବର୍ଣ୍ଣାଶ୍ରମ ଧର୍ମକୁ ପୁନଃ ସ୍ଥାପନ କରିବା ପାଇଁ ଜପ ପ୍ରସ୍ତୁତ କରାଯାଇଥିଲା ।

ପ୍ରଭୁପାଦ: ହଁ, ଏହାକୁ ପୁନଃସ୍ଥାପନ କରାଯାଇପାରିବ, କିନ୍ତୁ କିଏ ଏହାକୁ ପୁନଃ ସ୍ଥାପନ କରିବ? ଲୋକମାନେ ଏତେ ଉନ୍ନତ ନୁହଁନ୍ତି । ଯଦି ତୁମେ ଜପ କରିବାରେ ହରିଦାସ ଠାକୁରଙ୍କୁ ନକଲ କରିବ, ଏହା ସମ୍ଭବ ନୁହେଁ ।

ସତ୍ଵସ୍ଵରୂପ: ଆମେ ସେମାନଙ୍କୁ କହିପାରିବା ତୁମ କାମ କର କିନ୍ତୁ ଜପ ମଧ୍ୟ କର ।

ପ୍ରଭୁପାଦ: ହଁ । ଭକ୍ତି ବିନୋଦ ଠାକୁର କହିଛନ୍ତି ଯେ, ଥାକହ ଆପଣର କଜା । ଆପଣର କଜା କି । ଚୈତନ୍ୟ ମହାପ୍ରଭୁ ଉପଦେଶ ଦେଇଛନ୍ତି, ସ୍ଥାନେ ସ୍ଥିତଃ । ଏବଂ ଯଦି ସେମାନେ ସ୍ଥାନେରେ ନ ରୁହଁନ୍ତି, ତେବେ ସହଜ୍ୟ ଜପ ହୋଇଯିବ । ଯେପରି ସହଜ୍ୟମାନଙ୍କର ମଧ୍ୟ ଜପ ମାଳ ଅଛି ଏବଂ...,କନ୍ତୁ ସେମାନଙ୍କ ସାଙ୍ଗରେ ତିନି ଡର୍ଜନ ମହିଳା ମଧ୍ୟ ଅଛନ୍ତି । ଏହି ପ୍ରକାରର ଜପ ଚାଲିଛି । ଯେପରି ଆମର ମଧୁଦ୍ଵିସା । ସେ ସନ୍ୟାସି ହେବାର ଯୋଗ୍ୟ ନ ଥିଲା କିନ୍ତୁ ତାକୁ ସନ୍ୟାସ ଦିଆଗଲା । ଏବଂ ସେ କହିଲା ପାଞ୍ଚ ଜଣ ମହିଳା ସହିତ ସେ ଆସକ୍ତ ଥିଲା । ସେଥିପାଇଁ ବର୍ଣ୍ଣାଶ୍ରମ ଧର୍ମର ଆବଶ୍ୟକତା ଅଛି । କେବଳ ଦେଖାଣିଆ ପଣ କାମ ଦେବ ନାହିଁ । ତେଣୁ ବର୍ଣ୍ଣାଶ୍ରମ ଧର୍ମର ପ୍ରଚାର ପୁରା ବିଶ୍ଵରେ ହେବା ଉଚିତ୍, ଏବଂ...

ସତ୍ଵସ୍ଵରୂପ: ଇସ୍କନ ସମାଜରେ ଏହାର ଆରମ୍ଭ ହେବ?

ପ୍ରଭୁପାଦ: ହଁ । ହଁ । ବ୍ରାହ୍ମଣ, କ୍ଷେତ୍ରୀୟ । ନିୟମିତ ଶିକ୍ଷା ଦିଆଯିବ ।

ହରି-ସୌରି: କିନ୍ତୁ ଆମ ସମାଜରେ, ଯଦି..., ଆମକୁ କେବଳ ବୈଷ୍ଣବ ହେବା ପାଇଁ ଶିକ୍ଷା ଦିଆଯାଉଛି ।

ପ୍ରଭୁପାଦ: ହଁ ।

ହରି-ସୌରି:...ତେବେ କିପରି ଆମେ ଆମ ସମାଜରେ ବିଭାଜନ କରିପାରିବୁ ।

ପ୍ରଭୁପାଦ: ବୈଷ୍ଣବ ହେବା ଏତେ ସରଳ ନୁହେଁ । ବୈଷ୍ଣବ ହେବା ପାଇଁ ବର୍ଣ୍ଣାଶ୍ରମ ଧର୍ମ ସ୍ଥାପନ କରାଯିବା ଉଚିତ୍ । ବୈଷ୍ଣବ ହେବା ଏତେ ସରଳ ନୁହେଁ ।

ହରି-ସୌରି: ନା, ଏହା ଏତେ ଶସ୍ତା ନୁହେଁ ।

ପ୍ରଭୁପାଦ: ହଁ । ସେଥିପାଇଁ ଏହା କରାଯିବା ଉଚିତ୍ । ବୈଷ୍ଣବ, ବୈଷ୍ଣବ ହେବା, ଏତେ ସହଜ ନୁହେଁ । ଯଦି ବୈଷ୍ଣବ, ବୈଷ୍ଣବ ହେବା ଏତେ ସହଜ, ତେବେ କାହିଁକି ଏତେ ପତନ ହେଉଛି? ଏହା ଏତେ ସରଳ ନୁହେଁ । ସନ୍ୟାସ ହେଉଛି ସବୁଠାରୁ ଯୋଗ୍ୟ ବ୍ରାହ୍ମଣ ପାଇଁ । ଏବଂ କେବଳ ବୈଷ୍ଣବମାନଙ୍କ ପରି ବେଶ ହେଲେ, ତାହା ହେଉଛି...ପତନ ।

ହରି-ସୌରି: ତେଣୁ ବର୍ଣ୍ଣାଶ୍ରମ ଧର୍ମ ହେଉଛି କନିଷ୍ଠମାନଙ୍କ ପାଇଁ, କନିଷ୍ଠ ଅଧିକାରି ।

ପ୍ରଭୁପାଦ: କନିଷ୍ଠ?

ହରି-ସୌରି: ଯେତେବେଳେ ଜଣେ କେବଳ ନବଦୀକ୍ଷିତ ସ୍ତରରେ ଥାଏ ।

ପ୍ରଭୁପାଦ: ହଁ । ହଁ । କନିଷ୍ଠ ଅଧିକାରି, ହଁ ।

ହରି-ସୌରି: ବର୍ଣ୍ଣାଶ୍ରମ ଧର୍ମ ଲାଭଜନକ ଅଟେ ।

ପ୍ରଭୁପାଦ: କନିଷ୍ଠ ଅଧିକାରି ଅର୍ଥାତ୍ ସେ ବ୍ରାହ୍ମଣ ହୋଇଥିବା ଉଚିତ୍ । ସେ ହେଉଛି କନିଷ୍ଠ ଅଧିକାରି । ଆଧ୍ୟାତ୍ମିକ ଜୀବନ, କନିଷ୍ଠ ଅଧିକାରି, ଅର୍ଥାତ୍ ସେ ଏକ ଯୋଗ୍ୟ ବ୍ରାହ୍ମଣ ହୋଇଥିବା ଉଚିତ୍ । ସେ ହେଉଛି କନିଷ୍ଠ ଅଧିକାରି । ଯାହାକୁ ଭୌତିକ ଜଗତରେ ସବୁଠାରୁ ଉଚ୍ଚ ପଦବୀ ଧରା ଯାଏ, ବ୍ରାହ୍ମଣ, ସେ ହେଉଛି କନିଷ୍ଠ ଅଧିକାରି ।