OR/Prabhupada 0177 - ଆମର କୃଷ୍ଣ ଚେତନା ହେଉଛି ଶାଶ୍ୱତ ତଥ୍ୟ
Lecture on SB 1.15.28 -- Los Angeles, December 6, 1973
ତେବେ ଆମର ଘନିଷ୍ଠ ସମ୍ପର୍କ ଅଛି । ତେଣୁ ଆମେ ଯେତେବେଳେ ଭଗବାନ,କିମ୍ଵା କୃଷ୍ଣ ଏବଂ ଆମର ଘନିଷ୍ଠ ସମ୍ପର୍କକୁ ବୁଝିବାର ସେହି ସ୍ଥିତିକୁ ଆସୁ, ତାହାକୁ ସ୍ଵରୂପ ସିଦ୍ଧି କୁହାଯାଏ, ସ୍ଵରୂପ ସିଦ୍ଧି । ସ୍ଵରୂପ ସିଦ୍ଧି ଅର୍ଥାତ୍ ପୂର୍ଣ୍ଣତାର ଅନୁଭୂତି, ସ୍ଵରୂପସିଦ୍ଧି । ତେଣୁ ଏଠାରେ ସୂତ ଗୋସ୍ଵାମୀ କୁହନ୍ତି ସୌହ୍ରଦେନ ଗଧେନ ସଂତା । ଯଦି ଜଣେ ପୁରୁଣା ସାଙ୍ଗ ଅନ୍ୟ ଏକ ପୁରୁଣା ସାଙ୍ଗ ସହିତ ମିଶେ, ସେମାନେ ଅତି ପ୍ରସନ୍ନ ହୁଅନ୍ତି । ସେହିପରି, ଯଦି ପିତା ହଜିଯାଇଥିବା ସନ୍ତାନ ସହିତ ମିଶନ୍ତି, ସେ ଭାରୀ ପ୍ରସନ୍ନ ହୋଇଯାଆନ୍ତି ଏବଂ ସନ୍ତାନ ମଧ୍ୟ ଭାରୀ ପ୍ରସନ୍ନ ହୁଏ । ସ୍ଵାମୀ, ସ୍ତ୍ରୀ ବିଛିନ୍ନ ହୋଇ ପୁଣି ମିଶନ୍ତି । ସେମାନେ ଅତି ପ୍ରସନ୍ନ ହୁଅନ୍ତି । ଏହା ସ୍ଵାଭାବିକ । ମାଲିକ ଏବଂ ଚାକର ଅନେକ, ଅନେକ ବର୍ଷ ପରେ, ଯଦି ସେମାନେ ପୁଣି ମିଶନ୍ତି, ସେମାନେ ପ୍ରସନ୍ନ ହୁଅନ୍ତି । ତେଣୁ କୃଷ୍ଣଙ୍କ ସହିତ ଆମର ସମ୍ପର୍କ ଏତେ ସାରା ପ୍ରକାରରେ ଅଛି, ସଂତ, ଦାସ୍ୟ, ସାଖ୍ୟ, ବାତ୍ସଲ୍ୟ, ମାଧୁର୍ଯ୍ୟ । ସଂତ, ସଂତ ଅର୍ଥାତ୍ ପ୍ରକୃତିସ୍ଥ, କେବଳ ସର୍ବୋଚ୍ଚଙ୍କୁ ବୁଝିବା । ଦାସ୍ୟ ଅର୍ଥାତ୍ ଏକ ପାଦ ଆଗରେ । ଯେପରି ଆମେ କହୁ "ଭଗବାନ ହେଉଛନ୍ତି ମହାନ ।" ତାହା ହେଉଛି ସଂତ, ଭଗବାନଙ୍କର ମହାନତାର ପ୍ରଶଂସା କରିବା । କିନ୍ତୁ କୌଣସି ଗତିବିଧି ନାହିଁ । କିନ୍ତୁ ଆମେ ଯେତେବେଳେ ଏକ ପାଦ ଆଗକୁ ଯିବା, ଯେ "ଭଗବାନ ହେଉଛନ୍ତି ମାହାନ । ତେବେ ମୁଁ ଅନେକଙ୍କର ସେବା କରୁଛି ସମାଜ, ସାଙ୍ଗ, ପ୍ରେମ, ବିଲେଇ, କୁକୁର ଏବଂ ବହୁତ କିଛି ମୁଁ ଭଲ ପାଉଛି । କାହିଁକି ମୁଁ ସବୁଠାରୁ ପରମକୁ ଭଲ ନ ପାଇବି?" ତାହାକୁ ଦାସ୍ୟ କୁହାଯାଏ ।
କେବଳ ଅନୁଭବ କରିବା ଯେ ଭଗବାନ ହେଉଛନ୍ତି ମାହାନ ତାହା ମଧ୍ୟ ଭାରୀ ଭଲ । କିନ୍ତୁ ଯେତେବେଳେ ତୁମେ ସ୍ଵଇଛାରେ ଅଗକୁ ଯିବ, "ବର୍ତ୍ତମାନ କାହିଁକି ମୁଁ ପରମକୁ ସେବା ନ କରିବି?" ଯେପରି ସାଧାରଣ ସେବା, ଯେଉଁମାନେ ସେବାରେ ନିଯୁକ୍ତ, ସେମାନେ ନିମ୍ନ ସେବାରୁ ଉଚ୍ଚ ସେବାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି । ସେବା ଅଛି । କିନ୍ତୁ ଉଚ୍ଚ ସେବା ହେଉଛି କାହାକୁ ସରକାରୀ ଚାକିରି ମିଳିବା । ସେ ଭାବେ ଏହା ଭାରୀ ଭଲ । ତେଣୁ ସେହିପରି, ଯେପରି ଆମେ ସେବା କରୁ, ଯେତେବେଳେ ଆମେ ପରମକୁ ସେବା କରିବାର ଇଛା କରୁ, ତାହା ଅାମକୁ ଶାନ୍ତିପୂର୍ଣ୍ଣ ଜୀବନ ଦିଏ । ତାହା ହେଉଛି ସଂତ, ଦାସ୍ୟ । ତାପରେ ବନ୍ଧୁତାର ସହିତ ସେବା । ସେବା, ମାଲିକ ଏବଂ ଚାକର ସେବା ଦେଉଛନ୍ତି, କିନ୍ତୁ ଯେତେବେଳେ ଚାକର ଅତି ଘନିଷ୍ଠ ହୋଇଯାଏ ତେବେ ବନ୍ଧୁତା ହୁଏ । ମୁଁ ବ୍ୟବହାରିକ ରୂପରେ ଏହା କଲିକତାରେ ଦେଖିଛି । ଡ଼.ବୋଷ, ତାଙ୍କର ଚାଳକ ତାଙ୍କର ସବୁଠାରୁ ଭଲ ସାଙ୍ଗ ଥିଲା । ଯେତେବେଳେ ଆମେ କାରରେ ବସୁଥିଲୁ, ସେ ତାଙ୍କର ଚାଳକକୁ ମନର ସବୁ କଥା କହୁଥିଲେ । ତେଣୁ ଏହି ଚାଳକ, ସେ ତାଙ୍କର ଘନିଷ୍ଠ ବନ୍ଧୁ ହୋଇଗଲା । ଚାଳକକୁ ସମସ୍ତ ଗୋପନୀୟ କଥା କହୁଥିଲେ । ଏହା ହେଉଥିଲେ । ଯଦି ଚାକର ଅତି ଗୋପନୀୟ ହୋଇଯାଏ, ମାଲିକ ନିଜ ମନ କଥା ପ୍ରକଟ କରେ । ସେ ତା ସହିତ କ'ଣ କରିବାକୁ ହେବ ତାହା କଥା ହୁଅନ୍ତି । ତେଣୁ ଏହାକୁ ବନ୍ଧୁତାର ସ୍ତର କୁହାଯାଏ । ଏବଂ ପୁନଃ ଅଧିକ ଉନ୍ନତି...ଯେପରି ପରି ପିତା ଏବଂ ପୁତ୍ର, ମାତା ଏବଂ ପୁତ୍ର ର ସମ୍ପର୍କ । ଏହାକୁ ବାତ୍ସଲ୍ୟ କୁହାଯାଏ, ଏବଂ ପରିଶେଷରେ ବୈବାହିକ ପ୍ରେମ । ତେଣୁ ଆମେ ଏହିପାରି ଭାବରେ କୃଷ୍ଣଙ୍କ ସହିତ କୌଣସି ପ୍ରକାରରେ ସମ୍ବନ୍ଧିତ । ଆରଧାନାରେ, ଦାସ୍ୟତାରେ, ବନ୍ଧୁତାରେ, ପୈତୃକ ସ୍ନେହ ରୂପରେ, କିମ୍ଵା ବୈବାହିକ ପ୍ରେମି ରୂପରେ ତେଣୁ ଆମେ ତାକୁ ପୁନଃର୍ଜୀବିତ କରିବାକୁ ହେବ । ଏବଂ ଯଥା ଶୀଘ୍ର ତୁମେ ସେମାନଙ୍କ ମଧ୍ୟରୁ ଜଣକୁ ପୁନଃର୍ଜୀବିତ କରିବ, ଘନିଷ୍ଠତା, ତେବେ ଆମେ ଖୁସୀ ହୋଇଯିବା, କାରଣ ତାହା ହେଉଛି ଶାଶ୍ଵତ । ସେହି ସମାନ ଉଦାହରଣ... ଆଙ୍ଗୁଟି, ଯେ ପର୍ଯ୍ୟନ୍ତ ଅଲଗା ଅଛି, ସେ ଖୁସୀ ହୁଏ ନାହିଁ । ଯଥା ଶୀଘ୍ର ଏହା ମିଶିଯାଏ ଏହା ଖୁସୀ ହୁଏ । ସେହିପାରି, କୃଷ୍ଣଙ୍କ ସହିତ ଆମର ଶାଶ୍ଵତ ସମ୍ପର୍କ ଅଛି । ବର୍ତ୍ତମାନ ଅଲଗା ହୋଇଯାଇଛୁ, କିନ୍ତୁ ଯଥା ଶୀଘ୍ର ଆମେ ତାଙ୍କ ସହିତ ପୁନଃ ଯୋଗଦେବା ଆମେ ଯେନତ୍ମା ସୁପ୍ରସୀଦାତି ହୋଇଯିବା ।
ସେଥିପାଇଁ କୃଷ୍ଣ ଚେତନା ଆନ୍ଦୋଳନ ସମସ୍ତଙ୍କ ପାଇଁ ଲାଭଜନକ ଅଟେ କେବଳ ନିଜର ପ୍ରକୃତ ଚେତନା ପୁନଃର୍ଜୀବିତ କରିବାକୁ ଚେଷ୍ଟା କର । ତାହା ପୂର୍ବରୁ ଅଛି, ନିତ୍ୟ-ସିଦ୍ଧ କୃଷ୍ଣ-ଭକ୍ତି । ଆମର କୃଷ୍ଣ ଚେତନା ହେଉଛି ଶାଶ୍ୱତ ତଥ୍ୟ । ଅନ୍ୟଥା ତୁମେ ଇଉରୋପୀୟ, ଆମେରିକୀୟ ବାଳକ ଏବଂ ବାଳିକାମାନେ, ତୁମେ, ତିନି କିମ୍ଵା ଚାରି ବର୍ଷ ପୂର୍ବରୁ, ଜାଣି ନ ଥିଲ କୃଷ୍ଣ କ'ଣ । କାହିଁକି ତୁମେ କୃଷ୍ଣଙ୍କ ପ୍ରତି ଏତେ ଆକର୍ଷିତ? କାହିଁକି ତୁମେ ସଂଲଗ୍ନ? ଯେ ପର୍ଯ୍ୟନ୍ତ ତୁମେ କୃଷ୍ଣଙ୍କ ସହିତ ସଂଲଗ୍ନ ହୋଇନାହଁ, ତୁମେ ତୁମର ମୂଲ୍ୟବାନ ସମୟ ଏହି ମନ୍ଦିରରେ କିମ୍ଵା କୃଷ୍ଣଙ୍କର ଗୌରବ ପ୍ରଚାର କରିବା ପାଇଁ ତ୍ୟାଗ କରିପାରିବ ନାହିଁ । ତୁମେ କୃଷ୍ଣଙ୍କ ପାଇଁ ପ୍ରେମ ବିକସିତ କରିଛ । ଆନ୍ୟଥା କେହି ଏତେ ମୂର୍ଖ ନୁହଁନ୍ତି ଯେ ସେ ସମୟ ନଷ୍ଟ କରିବ । ନା । ଏହା କିପରି ସମ୍ଭବ? ଜଣେ କହିପାରେ କୃଷ୍ଣ ହେଉଛନ୍ତି ଭାରତୀୟ, କୃଷ୍ଣ ହେଉଛନ୍ତି ହିନ୍ଦୁ । ତେବେ ଖ୍ରୀଷ୍ଟିୟାନମାନେ କାହିଁକି ଏତେ ଆକୃଷ୍ଟ? ସେମାନେ ହିନ୍ଦୁ କି? ନା । କୃଷ୍ଣ, ନା ହିନ୍ଦୁ, ନା ମୁସଲମାନ, ନା ଖ୍ରୀଷ୍ଟିୟାନ । କୃଷ୍ଣ ହେଉଛନ୍ତି କୃଷ୍ଣ । ଏବଂ ତୁମେମାନେ କୃଷ୍ଣଙ୍କର ଅଂଶ ବିଶେଷ । ଏହି ବୁଝାମଣା - "ମୁଁ ହିନ୍ଦୁ," "ମୁଁ ମୁସଲମାନ," "ମୁଁ ଖ୍ରୀଷ୍ଟିୟାନ," "ମୁଁ ଆମେରିକାନ," "ମୁଁ ଭାରତୀୟ," - ଏହିସବୁ ପଦବୀ । ବାସ୍ତବରେ ମୁଁ ହେଉଛି ଆତ୍ମା, ଅହଂ ବ୍ରହ୍ମାସ୍ମୀ । ଏବଂ କୃଷ୍ଣ ହେଉଛନ୍ତି ପରମ ବ୍ରାହ୍ମଣ, ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବାନ୍ (BG 10.12) ।
ତେବେ କୃଷ୍ଣଙ୍କ ସହିତ ଆମର ଘନିଷ୍ଠ ସମ୍ପର୍କ ଅଛି । ତାହା ହେଉଛି ଶାଶ୍ଵତ ତଥ୍ୟ । କେବଳ ଆମକୁ ପୁନଃର୍ଜୀବିତ କରୁବାକୁ ହେବ । ଶ୍ରବଣାଦି-ଶୁଦ୍ଧ-ଚିତେ କରୟେ ଉଦୟ । ଆମକୁ ସୃଷ୍ଟି କରିବାକୁ ହେବ । ଯେପରି ଏକ ଯୁବକ ଏକ ଯୁବତୀକୁ ଭଲ ପାଇବାକୁ ପସନ୍ଦ କରେ ଏବଂ ଏକ ଯୁବତୀ ଏକ ଯୁବକକୁ ଭଲ ପାଇବାକୁ ପସନ୍ଦ କରେ । ତାହା ସ୍ଵାଭାବିକ । ତାହା ସ୍ଵାଭାବିକ । କିନ୍ତୁ ଯେତେବେଳେ ସେମାନେ ମିଶନ୍ତି ଏହା ପୁନଃର୍ଜୀବିତ ହୁଏ । ଏହା ନୁହେଁ ଯେ କିଛି ନୂଆ ଅଛି । ଏହା ଥିଲା । କିନ୍ତୁ ସଂଯୋଗ ଦ୍ଵାରା କିମ୍ଵା କୌଣସି ପ୍ରକାରରେ, ସେମାନେ ଯେତେବେଳେ ସମ୍ପର୍କରେ ଆସନ୍ତି ପ୍ରେମର ପ୍ରବୃତ୍ତି ବଢ଼ିଯାଏ । ପ୍ରେମ ବଢ଼େ । ତେଣୁ କୃଷ୍ଣଙ୍କ ସହିତ ଆମର ସମ୍ପର୍କ, ତାହା ସ୍ଵାଭାବିକ । ତାହା ସ୍ଵାଭାବିକ ନୁହେଁ । ନିତ୍ୟ-ସିଦ୍ଧ । ନିତ୍ୟ-ସିଦ୍ଧ ଅର୍ଥାତ୍ ଏହା ଶାଶ୍ଵତ ତଥ୍ୟ । କେବଳ ଏହା ଆଛାଦିତ ହୋଇଯାଇଛି । ଏହା ଆଛାଦିତ । ସେହି ଆବରଣକୁ କାଢ଼ିବାକୁ ହେବ । ତେବେ ଆମେ ତୂରନ୍ତ କୃଷ୍ଣଙ୍କର ସମ୍ପର୍କରେ ଆସିବା, ପ୍ରାକୃତିକ ଉପାୟରେ । ତାହା କୃଷ୍ଣ ଚେତନାର ପୂର୍ଣ୍ଣତା ।